www.samajalive.in
Sunday, December 14, 2025
23.1 C
Bhubaneswar

ସିଫାରେ ସ୍ୱଚ୍ଛତା ପକ୍ଷ ଉଦ୍‍ଯାପିତ

ପିପିଲି : ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନରେ ଗତ ୧୫ ତାରିଖରୁ ଆରମ୍ଭ ହୋଇଥିବା ସ୍ୱଚ୍ଛତା ପକ୍ଷ ଉଦ୍‍ଯାପିତ ହୋଇଯାଇଛି । ଏହି ଅବସରରେ ସିଫା ସମ୍ମିଳନୀ କକ୍ଷରେ ଆୟୋଜିତ ଉଦ୍‍ଯାପନୀ ଉତ୍ସବରେ ସିଫାର ନିର୍ଦ୍ଦେଶକ ଡ଼ଃ ସରୋଜ କୁମାର ସ୍ୱାଇଁ ଅଧ୍ୟକ୍ଷତା କରି ସିଫା ଦ୍ୱାରା କରାଯାଇଥିବା ସ୍ୱଚ୍ଛ ଭାରତ ଅଭିଯାନର ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଚଳନ୍ତି ସ୍ୱଚ୍ଛତା ପକ୍ଷରେ ସିଫା ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ବିଶେଷକରି ପର୍ଯ୍ୟଟନକ୍ଷେତ୍ର ଧଉଳିଗିରି, ଖଣ୍ଡଗିରି, ଚଉଷଠୀଯୋଗୀନି ମନ୍ଦିର, ଅନାଥାଶ୍ରମ, ସୈନିକସ୍କୁଲ, ବାଲିପାଟଣା, ବାଲିଅନ୍ତା ସମେତ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ଓ ସ୍ୱଚ୍ଛତା ସଚେତନତା ଶିବିର ଅନୁଷ୍ଠିତ ହୋଇଥିବା ସଂପର୍କରେ ସେ ପ୍ରକାଶ କରିବା ସହ ସିଫାକୁ ସଂପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ କରାଯାଇଥିବା ସୂଚନା ଦେଇଥିଲେ । କୋଭିଡ ଗାଇଡ୍‍ଲାଇନ୍ ଅନୁସରଣ ପୂର୍ବକ ଆୟୋଜିତ ଏହି ନିରାଡମ୍ବର ଉତ୍ସବରେ ମୁଖ୍ୟଅତିଥି ଭାବେ ଚଳଚ୍ଚିତ୍ର ଅଭିନେତା ତଥା ଦ୍ୱୈତ ନଗରୀର ସ୍ୱଚ୍ଛଭାରତ ବ୍ରାଣ୍ଡ ଆମ୍ବାସାଡାର ଅରିନ୍ଦମ ରାୟ ଯୋଗଦେଇ କହିଥିଲେ ଯେ, କେବଳ ସ୍ୱଚ୍ଛତା ସଫା ସୁତରାକୁ ବୁଝାଏ ନାହିଁ ବରଂ ଏହା ମଣିଷର ହୃଦୟରୁ ଆସିଥାଏ । ପରିବାରର କୁନିକୁନି ପିଲାମାନଙ୍କୁ ସ୍ୱଚ୍ଛତାର ସଂସ୍କାର ଶିଖାଇଲେ ହିଁ ଆଗାମୀ ଅଳ୍ପଦିନ ମଧ୍ୟରେ ସଂପୂର୍ଣ୍ଣ ଭାରତ ସ୍ୱଚ୍ଛ ହୋଇପାରିବ ଓ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ସଫଳ ହୋଇପାରିବ ।  କେବଳ ରାଜନୈତିକ ବ୍ୟକ୍ତି ବିଶେଷ କିମ୍ବା ପ୍ରଶାସନ ଚାହିଁଲେ ଭାରତ ସ୍ୱଚ୍ଛ ହେବ ନାହିଁ ବରଂ ସାଧାରଣ ଜନତାଙ୍କ ମାନସିକତାର ପରିବର୍ତ୍ତନ ହେଲେ ହିଁ ସଂପୂର୍ଣ୍ଣ ସ୍ୱଚ୍ଛ ଭାରତ ଗଠନ ସମ୍ଭବ ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବରେ ଫେସନ୍‌ ଡିଜାଇନର ସଂନ୍ଧ୍ୟା ପଟ୍ଟନାୟକ ଯୋଗଦେଇ ପ୍ରତ୍ୟେକ ପରିବାରରେ ସ୍ୱଚ୍ଛତା ଶିକ୍ଷା ଦିଆଯିବା ଉଚିତ ବୋଲି କହିଥିଲେ । ଏହି ଅବସରରେ ସ୍ୱଚ୍ଛତା ପକ୍ଷରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରଷ୍କୃତ କରାଯାଇଥିଲା । ସିଫାର ବରିଷ୍ଠ ପ୍ରଶାସନିକ ଅଧିକାରୀ ଆଇ.ବି.କୁମାର କାର୍ଯ୍ୟକ୍ରମକୁ ପରିଚାଳନା  କରିଥିବା ବେଳେ ସ୍ୱଚ୍ଛ ଭାରତର ସଂଯୋଜକ ଡ଼ଃ ନିତିଶ ଚନ୍ଦନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories