www.samajalive.in
Monday, December 15, 2025
15.1 C
Bhubaneswar

ବିବାଦୀୟ ବିଡିଓ ପଲ୍ଲବୀ ରାଣୀ ରାଜଙ୍କ ବଦଳି

ବଣାଇ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ କୋଇଡା ବ୍ଲକର ବିବାଦୀୟ ବିଡିଓ ପଲ୍ଲବୀ ରାଣୀ ରାଜଙ୍କର ଶେଷରେ ବଦଳି ହୋଇଛି। ତାଙ୍କୁ ସମ୍ବଲପୁର ଜିଲ୍ଲାକୁ ବଦଳି କରାଯାଇଛି । ବୁଧବାର ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଡିଓ ପଲ୍ଲବୀ ରାଣୀଙ୍କୁ କୋଇଡାରୁ ସମ୍ବଲପୁରକୁ ବଦଳି ପରେ ତାଙ୍କ ସ୍ଥାନରେ ସ୍ଥାନୀୟ ତହସିଲଦାରଙ୍କୁ ବ୍ଲକର ଭାରପ୍ରାପ୍ତ ବିଡିଓ ଭାବରେ ନିୟୋଜିତ କରାଯାଇଛି ।

ପଲ୍ଲବୀ ରାଣୀ ରାଜ ତିନି ବର୍ଷରୁ ଅଧିକ ସମୟ ଧରି କୋଇଡା ବ୍ଲକରେ କାର୍ଯ୍ୟ କରିବା ସହିତ ବିଭିନ୍ନ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ। ବ୍ଲକରେ ଉନ୍ନତିମୂଳକ କାର୍ଯ୍ୟରେ ବାଧା ଦେବା, ବିଧାୟକ ଫଣ୍ଡକୁ ବ୍ଲକରେ କାର୍ଯ୍ୟକାରୀ ନ କରିବା, ସାଧାରଣ ଜନତା ଓ ଲୋକ ପ୍ରତିନିଧିଙ୍କୁ ବ୍ୟବହାର ଠିକ ନକରିବା ଆଦି ଅଭିଯୋଗ ତାଙ୍କ ନାମରେ ଥିଲା। ଏହାକୁ ପ୍ରତିବାଦ କରି ବିଡିଓଙ୍କ ବଦଳି ଦାବିରେ ସିପିଆଇ(ଏମ)ର କର୍ମକର୍ତ୍ତାମାନେ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ୱରେ ସାତ ଦିନ ଧରି ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ।

- Advertisement -

ଅନ୍ୟପକ୍ଷରେ କିଛି ଦିନ ତଳେ ବିଡିଓଙ୍କୁ ତାଙ୍କ ବାପା ଓ ଭାଇ ସରକାରୀ କ୍ୱାର୍ଟରରେ ପଶି ମାଡ଼ ମାରିଥିବା ବିଡିଓ ପଲ୍ଲବୀ ରାଣୀ ରାଜ ଥାନାରେ ଅଭିଯୋଗ କରିଥିଲେ। ବିଡିଓଙ୍କ ଅଭିଯୋଗ ଆଧାରରେ ତାଙ୍କ ବାପାଙ୍କୁ ଗିରଫ କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories