ସୋୟମ୍ବା ସେବାଶ୍ରମର ୩୨ ଛାତ୍ରୀ ଅସୁସ୍ଥ

ବଣାଇ: ବଣାଇ ଉପଖଣ୍ଡ କୋଇଡା ବ୍ଲକ ଅନ୍ତର୍ଗତ ସୋୟମ୍ବା ସେବାଶ୍ରମ ସ୍କୁଲ ଛାତ୍ରୀ ନିବାସରେ ଡିହାଇଡ୍ରେସନ ହୋଇ ୩୨ ଛାତ୍ରୀ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଅସୁସ୍ଥ ଛାତ୍ରୀମାନଙ୍କୁ କେବଲାଙ୍ଗ ସ୍ବାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଚିକିତ୍ସିତ ହେଉଥିବା ଛାତ୍ରୀଙ୍କ କହିବା ଅନୁସାରେ, ଗତକାଲି ପଖାଳ ଭାତ, ଆଳୁ ଭଜା ଖାଇବା ପରେ ତାଙ୍କ ପେଟ ବ୍ୟଥା ଆରମ୍ଭ ହୋଇଥିଲା। ଏହାପରେ ଝାଡା ସହ ବାନ୍ତି ହୋଇଥିଲା। ଯାହାକୁ ଦେଖି ବିଦ୍ୟାଳୟ କର୍ତ୍ତୃପକ୍ଷ ବୁଧବାର ରାତିରେ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ୨୨ ଜଣ ଛାତ୍ରୀଙ୍କୁ ଏବଂ ପରେ ଆଉ ୩ ଜଣଙ୍କୁ ଆଣି କେବଲାଙ୍ଗ ଉପ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଗୁରୁବାର ପୁଣି ୭ ଜଣ ଛାତ୍ରୀଙ୍କୁ ଆଣି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷରେ ସ୍ବୟମ୍ବା ବାଳିକା ଉଚ୍ଚ ବିଦ୍ୟାଳୟର ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ବାରା ପରିଚାଳିତ ପୁରୁଣା ଛାତ୍ରୀ ନିବାସରେ ଛାତ୍ରୀମାନେ ଅଳ୍ପ ଜାଗାରେ ବହୁ ସଂଖ୍ୟା ରହୁଥିବା ଜଣାପଡିଛି। ଛାତ ଉଚ୍ଚତା କମ ଥିବାରୁ ପ୍ରବଳ ଗରମ ଅନୁଭୂତ ହେଉଥିବା କଥା ଛାତ୍ରୀମାନେ ପ୍ରକାଶ କରିଛନ୍ତି। ରୁମ୍‌ଗୁଡିକରେ ବହୁ ପଙ୍ଖା ଖରାପ ହୋଇ ଚାଲୁ ନଥିବା ଛାତ୍ରୀ ପ୍ରକାଶ କରିଛନ୍ତି।

Comments are closed.