ସାଧାରଣ ନିର୍ବାଚନ-୨୦୨୪ ପ୍ରସ୍ତୁତି ପାଇଁ ୪ଦିନିଆ ଜିଲାସ୍ତରୀୟ ତାଲିମ

ନବରଙ୍ଗପୁର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ଏଥି ନିମନ୍ତେ ମାନବ ସମ୍ବଳ ପରିଚାଳନା ନେଇ ୪ ଦିନିଆ ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜିଲାସ୍ତରୀୟ ଏହି ତାଲିମ ଶିବିର ୨୬ ତାରିଖରୁ ପର୍ଯ୍ୟାୟକ୍ରମେ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ଅନୁଷ୍ଠିତ ହୋଇଛି। ଜିଲା ପଂଚାୟତ ସାଧନ କେନ୍ଦ୍ରଠାରେ ଅନୁଷ୍ଠିତ ଏହି ତାଲିମ ଶିବିରରେ ପ୍ରଥମ ଦିନରେ ଏଫଏସଟି, ଏସଏସଟି, ଭିଏସଟି, ଭିଭିଟି, ଆକାଉଣ୍ଟିଂ ଟିମ୍, କମ୍ ପ୍ଲେନ ମନିଟରିଂ, କଂଟ୍ରୋଲରୁମ ଟିମ, ସହାୟକ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଉପରେ ସାଧାରଣ ନିର୍ବାଚନ ସଂକ୍ରାନ୍ତୀୟ ବିଭିନ୍ନ କାର୍ଯ୍ୟ ଓ ଦାୟିତ୍ୱକୁ କିପରି ସୁଚାରୁ ରୂପେ ତୁଲାଇବା ସେ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା ।

ଦ୍ଵିତୀୟ ଦିନରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଏମ ସି ସିଟି ଟିମ, ଏମ ସି ଏମ ସି ଟିମକୁ ନିର୍ବାଚନ ସଂକ୍ରାନ୍ତୀୟ ଦାୟିତ୍ୱ କାର୍ଯ୍ୟ କିପରି ତୁଲାଇବେ ସେସମ୍ପକରେ ତାଲିମ ପ୍ରଦାନ କରାଯାଇଥିଲା । ୩ୟ ଦିବସରେ ପୁଲିସ ସେକ୍ଟର ଅଫିସର ଓ କର୍ମଚାରୀଙ୍କୁ ସାଧାରଣ ନିର୍ବାଚନ ସଂକ୍ରାନ୍ତୀୟ ନ୍ୟସ୍ତ କରାଯାଇଥିବା ଦାୟିତ୍ୱ କିପରି ନିର୍ଭୁଲ ଭାବରେ ତୁଲାଇବେ ସେ ସମ୍ପର୍କରେ ତାଲିମ ଦିଆଯାଇଥିଲା । ଜିଲାସ୍ତରୀୟ ସ୍ଵତନ୍ତ୍ର ତାଲିମ ପ୍ରଦାନର ୪ର୍ଥ ଦିନରେ ୭୩ ଉମରକୋଟ, ୭୪ ଝରିଗାଁ, ୭୫ ନବରଙ୍ଗପୁର, ୭୬ ଡାବୁଗାଁ ବିଧାନସଭା ନିର୍ବାଚନମଣ୍ଡଳୀର ସୁପରିଚାଳନା ଦାୟିତ୍ୱରେ ଥିବା ସମସ୍ତ ସେକ୍ଟର ଅଫିସରମାନଙ୍କୁ ସାଧାରଣ ନିର୍ବାଚନ ସମୟରେ ନିର୍ବାଚନ ଆୟୋଗଙ୍କ ନିୟମ ଅନୁସାରେ ବିଭିନ୍ନ ସ୍ତରରେ କିପରି ନିଜ ନିଜର ଦାଇତ୍ୱ ସୁଚାରୁରୂପେ ତୁଲାଇବେ ସେ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା । ବିଭିନ୍ନ ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ନିର୍ବାଚନ ଆୟୋଗଙ୍କ ନିୟମ ଅନୁଯାୟୀ ନିଜର ପ୍ରସାର ପ୍ରଚାର କରିବା ପାଇଁ ପରାମର୍ଶ ଦିଆଯାଇଛି । ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ନିର୍ବାଚନ ସମୟରେ ଖବର କାଗଜ, ବୈଦ୍ୟୁତିକ ଗଣମାଧ୍ୟମରେ ନିଜର ପ୍ରସାର ପ୍ରଚାର ପାଇଁ ବିଜ୍ଞାପନ ଦେବା ପୂର୍ବରୁ ଏମ୍ ସି ଏମ୍ ସି କମିଟି ପାଖର ଆବେଦନ କରିପାରିବେ । ୪ ଦିନ ଧରି ଜିଲା ପଂଚାୟତ ସାଧନା କେନ୍ଦ୍ରଠାରେ ଅନୁଷ୍ଠିତ ତାଲିମ ଶିବିରରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଡଃ. କମଳ ଲୋଚନ ମିଶ୍ର, ଅତିରିକ୍ତ ଜିଲାପାଳ(ସାଧାରଣ)ମହେଶ୍ୱର ଚନ୍ଦ୍ର ନାୟକ, ଜିଲାପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଉପଜିଲାପାଳ ପ୍ରକାଶ କୁମାର ମିଶ୍ର, ଅତିରିକ୍ତ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜିଲା ପରିଷଦ ଯଦୁମଣି ନାୟକ, ନିର୍ବାଚନ ବିଭାଗ ଡେପୁଟି କଲେକ୍ଟର ପି.ମନୋସ୍ମିତା, ପିଏ ଆଇଟିଡିଏ ରାଜୀବ କୁମାର ସାହୁଙ୍କ ସମେତ ସମସ୍ତ ମାଷ୍ଟର ଟ୍ରେନର ତାଲିମ ପ୍ରଦାନ କରିଥିଲେ । ଏଥିରେ ଜିଲାର ସମସ୍ତ ବିଡିଓ, ତହସିଲଦାର, ପୁଲିସ ଅଧିକାରୀଙ୍କ ସହିତ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ପରିଚାଳନା ଦୟିତ୍ୱରେ ଥିବା ସମ୍ପୃକ୍ତ ଅଧିକାରୀ, କର୍ମଚାରୀମାନେ ଯୋଗ ଦେଇଥିଲେ ।

Comments are closed.