www.samajalive.in
Sunday, December 14, 2025
17.1 C
Bhubaneswar

ହୋଲିଷ୍ଟିକ ପ୍ରୋଗ୍ରେସ କାର୍ଡ ଉପରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଡେସ୍କ: ନୂତନ ଶିକ୍ଷାନୀତି ଅନୁଯାୟୀ କିଭଳି ଛାତ୍ରଛାତ୍ରୀମାନଙ୍କୁ ହୋଲିଷ୍ଟିକ ପ୍ରୋଗ୍ରେସ କାର୍ଡ ବା ସମଗ୍ର ପ୍ରଗତି କାର୍ଡ ଯୋଗାଇ ଦିଆଯିବ, ସେ ସମ୍ପର୍କରେ କଟକ ବାରବାଟି ଷ୍ଟାଡିୟମସ୍ଥିତ କ୍ରିଷ୍ଣମୂର୍ତ୍ତି ୱାର୍ଲଡ ସ୍କୁଲର ଅଧ୍ୟକ୍ଷ ମନୋଜ ମେନନଙ୍କ ଦ୍ଵାରା ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। ପାରମ୍ପରିକ ରିପୋର୍ଟ କାର୍ଡ ଠାରୁ ଭିନ୍ନ ହୋଲିଷ୍ଟିକ ପ୍ରୋଗ୍ରେସ କାର୍ଡରେ ଛାତ୍ରଛାତ୍ରୀଙ୍କ ଶୈଖିକ, ସାମାଜିକ, ବୌଦ୍ଧିକ ତଥା ଶାରୀରିକ ବିକାଶ ଉପରେ ତଥ୍ୟ ପ୍ରଦାନ କରାଯାଇ ପାରିବ ବୋଲି ସେ କହିଛନ୍ତି। ଏହି ମୂଲ୍ୟାଙ୍କନ ପ୍ରଣାଳୀକୁ ୩୬୦ ଡିଗ୍ରୀ ମୂଲ୍ୟାଙ୍କନ ମଧ୍ୟ କୁହାଯାଏ। ଏହା କେବଳ ଶିକ୍ଷକ କୈନ୍ଦ୍ରିକ ନହୋଇ, ସହପାଠୀ, ପିତାମାତା ଓ ଶିକ୍ଷାର୍ଥୀର ଆକଳନକୁ ନେଇ ପ୍ରସ୍ତୁତ କରାଯାଏ ବୋଲି କଟକ-ଜଗତସିଂହପୁର ସିବିଏସସି ସିଟି କୋଡିନେଟର ଡଃ ପ୍ରିୟଦର୍ଶୀ ନାୟକ କହିଛନ୍ତି।

ପ୍ରଶିକ୍ଷଣ ଶିବିରରେ ବାରବାଟୀ, ଆଠଗଡ଼, ଚୌଦ୍ଵାର ଓ ନୁଆବଜାର ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟ ଏବଂ କ୍ରିଷ୍ଣା ମୂର୍ତ୍ତି ୱାର୍ଲଡ ସ୍କୁଲ ଜରିପଡ଼ାର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories