ଟ୍ରେନ୍ ରହଣି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ଆଲୋଚନା

ଗଞ୍ଜାମ : ଗଞ୍ଜାମ ରେଳ ଷ୍ଟେସନରେ ଦୁଇ ଏକ୍ସପ୍ରେସ ଟ୍ରେନ ରହଣି ପାଇଁ ଦୀର୍ଘ ଦିନ ହେଲା ଦାବି ହେଉଥିଲା । ବର୍ତ୍ତମାନ ସୁଦ୍ଧା ଏହାର କୌଣସି ସମାଧାନ ହୋଇପାରିନାହିଁ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଥିଲା । ଏହି ସମସ୍ୟାର ସମାଧାନ ପାଇଁ ସୋମବାର ସ୍ଥାନୀୟ ଲୋକମାନେ ରେଳ ବିଭାଗର ଜିଏମ, ଡିଆରଏମଙ୍କ ସହ ଆଲୋଚନା ସହ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଦୁଇ ଟ୍ରେନ ଯଥା ପୁରୀ ଅହମଦାବାଦ ଓ ପୁରୀ ତିରୁପତି ରହଣି ପାଇଁ ସନ୍ଧ୍ୟାରେ ଡ଼ିଆରଏମ ଭୂପିନ୍ଦର ସିଂ ଭଜ୍ୱାବା ଓ ଜେନେରାଲ ମ୍ୟାନେଜର ପରମେଶ୍ୱର ପୁଙ୍କୁୱାଲ ଏକ ସ୍ୱତନ୍ତ୍ର ଟ୍ରେନରେ ଗଞ୍ଜାମ ଷ୍ଟେସନ ଠାରେ ପହଂଚିବା ପରେ ଆଲୋଚନା ସହ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।
ସେହିପରି ଅପରାହ୍ନରେ ବ୍ରହ୍ମପୁର, ଭୁବନେଶ୍ୱର ଡ଼ିଏମୟୁକୁ ପୁଣି ଚାଲୁ କରିବା ପାଇଁ ଦୁଇ ଅଧିକାରୀଙ୍କୁ ଲୋକମାନେ କହିଥିଲେ । ଏହା ସହିତ ଗଞ୍ଜାମ ରେଳ ଷ୍ଟେସନର ଆଧୁନିକୀକରଣ, ଭିତ୍ତି ଭୂମିର ବିକାଶ ସାଙ୍ଗକୁ ଉନ୍ନତ ମାନର ଯାତ୍ରୀ ପ୍ରେକ୍ଷାଳୟ ସହିତ ସୁରକ୍ଷା ଦୃଷ୍ଟିରୁ ଆରପିଏଫ ବ୍ୟବସ୍ଥା କରିବା ପାଇଁ ଆଲୋଚନା ହୋଇଥିଲା । ରେଳ ଉଚ୍ଚ କର୍ତ୍ତୃପକ୍ଷ ତଥା ଡ଼ିଆରଏମ ଓ ଜେନେରାଲ ମ୍ୟାନେଜରଙ୍କୁ ଭେଟିବାବେଳେ ବରିଷ୍ଠ ନାଗରିକ ପରିଷଦ ସଭାପତି ରବୀନ୍ଦ୍ର କୁମାର ପଣ୍ଡା, ବିନୋଦ ମହାପାତ୍ର, ବଣିକ ସଙ୍ଘ ସଭାପତି ଗୌରୀ ଶଙ୍କର ବାରିକି, ଗିରିଶ ଆଚାର୍ଯ୍ୟ, ସୁଦାମ ଜେନା, ମନୁ ମହାପାତ୍ର, ବ୍ରଜ ପାଣିଗ୍ରାହୀ,ବସନ୍ତ ସାବତ, ବିଜୟ ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।
Comments are closed.