www.samajalive.in
Saturday, December 13, 2025
26.1 C
Bhubaneswar

ଏଣିକି ଆସିବନି ଅଦରକାରୀ କଲ୍ ଏବଂ ମେସେଜ୍ ! ଟ୍ରାଇ ଜାରି କଲା ନିର୍ଦ୍ଦେଶ

ନୂଆଦିଲ୍ଲୀ : ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କୁ ପ୍ରତିଦିନ ଅନେକ ଫୋନ୍ କଲ୍ ଓ ମେସେଜ୍ ଆସିଥାଏ । ଏହି କାରଣରୁ ଅନେକ ସମୟରେ ଅସୁବିଧା ମଧ୍ୟ ହୋଇଥାଏ । ତେବେ ଏହି ସମସ୍ୟା ଆଉ ଅଧିକ ଦିନ ନୁହେଁ । ଟେଲିକମ୍ ରେଗୁଲେଟରୀ ଅଥୋରିଟି ଅଫ୍ ଇଣ୍ଡିଆ(ଟ୍ରାଇ) ସମସ୍ତ ଟେଲିକମ୍ ସେକ୍ଟର୍ସ କମ୍ପାନୀଙ୍କୁ କଡା ନିର୍ଦ୍ଦେଶ ଜାରି କରିଛି । ଏହା ପରେ ଉପଭୋକ୍ତାଙ୍କୁ ଏଣିକି ଅଦରକାରୀ ଫୋନ୍ କଲ୍ ଓ ମେସେଜରୁ ମୁକ୍ତି ମିଳିଯିବ ।

ଆଣ୍ଡ୍ରଏଡରେ ଫୋନ୍ ନମ୍ବର ବ୍ଲକ୍ କରିବାର ମଧ୍ୟ ଏକ ବିକଳ୍ପ ରହିଛି । ଯଦି କେହି ବାରମ୍ବାର ଆପଣଙ୍କୁ ଫୋନ୍ କରୁଛି ତେବେ ଆପଣ ଏହି ସୁବିଧା ଆପଣାଇପାରିବେ । ତେବେ ଟ୍ରାଇ ମଧ୍ୟ ଏନେଇ ଉପଭୋକ୍ତାଙ୍କ ପକ୍ଷ ନେଇଛି । ଟ୍ରାଇ ସମସ୍ତ ଟେଲିକମ୍ ସେକ୍ଟର୍ସ କମ୍ପାନୀଙ୍କୁ କଡା ନିର୍ଦ୍ଦେଶ ଜାରି କରିଛି । ନିର୍ଦ୍ଦେଶ ଅନୁସାରେ କମ୍ପାନୀମାନେ ବାରମ୍ବାର କୌଣସି ଅଯଥା କଲ୍ କରି ଗ୍ରାହକଙ୍କୁ ହଇରାଣ କରିପାରିବେ ନାହିଁ । ଅତି ଜରୁରି ନଥିଲେ ଉପଭୋକ୍ତାଙ୍କୁ ଏଥିପାଇଁ ହଇରାଣ କରାଯିବନି କିମ୍ବା ବାରମ୍ବାର ଫୋନ୍ କିମ୍ବା ମେସେଜ୍ ମାଧ୍ୟମରେ କୌଣସି ସୁବିଧା ବା ସବସ୍କ୍ରିପ୍ସନ ନେବା ପାଇଁ କମ୍ପାନୀମାନେ କହିପାରିବେ ନାହିଁ । ଉପଭୋକ୍ତା ଯେଉଁ ସବସ୍କ୍ରିପ୍ସନ ଚାହିଁବେ ସେମାନେ ନିଜ ଆଡୁ ଚୟନ କରିପାରିବେ । ଅର୍ଥାତ୍ ଏଣିକି ଉପଭୋକ୍ତାଙ୍କ ପାଖକୁ କମ୍ପାନୀ ତରଫରୁ ଅଦରକାରୀ କଲ୍ କିମ୍ବା ମେସେଜ୍ ଆସିବନାହିଁ ।

ମୋବାଇଲ ଫୋନ ଚାର୍ଜ ପରେ କରନ୍ତୁନି ଏହି ଭୁଲ୍‌‌…

- Advertisement -

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories