ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଜିମ୍ବାଓ୍ବେ ଗସ୍ତ ପାଇଁ ଭାରତୀୟ ଟିମର ଘୋଷଣା କରିଦେଇଛି । କମିଟି ଜିମ୍ବାଓ୍ବେର ଆଗାମୀ ଗସ୍ତ ପାଇଁ ୧୫ ସଦସ୍ୟ ବିଶିଷ୍ଟ ଦଳର ମନୋନୟନ କରିଛି । ଭାରତ ଜୁଲାଇ ପ୍ରଥମ ସପ୍ତାହରେ ହରାରେ ଗସ୍ତ କରିବ ଏବଂ ୫ ମ୍ୟାଚର ଟି୨୦ ସିରିଜରେ ଭାଗ ନେବ । ଶୁଭମନ ଗିଲଙ୍କୁ ଟିମର ଅଧିନାୟକ କରାଯାଇଛି । ଅନ୍ୟପଟେ ରିୟାନ ପରାଗ, ଅଭିଷେକ ଶର୍ମା, ତୁଷାର ଦେଶପାଣ୍ଡେ ଓ ନୀତିଶ ରେଡ୍ଡିଙ୍କ ସମେତ ନୂଆ ଖେଳାଳୀଙ୍କୁ ଟିମରେ ସ୍ଥାନ ମିଳିଛି । ଓ୍ବିକେଟକିପିଂ ପାଇଁ ସଞ୍ଜୁ ସାମସନଙ୍କ ସହିତ ଧ୍ରୁବ ଜୁରେଲଙ୍କୁ ରଖାଯାଇଛି । ଋତୁରାଜ ଗାୟକଓ୍ବାଡ ମଧ୍ୟ ଦଳକୁ ଫେରିଛନ୍ତି ।
ତାଲିକା
ଶୁଭମନ ଗିଲ୍(ଅଧିନାୟକ), ଯଶସ୍ବୀ ଜାୟସଓ୍ବାଲ, ଋତୁରାଜ ଗାୟକଓ୍ବାଡ, ଅଭିଷେକ ଶର୍ମା, ରିଙ୍କୁ ସିଂହ, ସଞ୍ଜୁ ସାମସନ୍, ଧ୍ରୁବ ଜୁରେଲ, ନୀତିଶ ରେଡ୍ଡୀ, ରିୟାନ ପରାଗ, ଓ୍ବାଶିଂଟନ ସୁନ୍ଦର, ରବି ବିଷ୍ନୋଇ, ଆଭେଶ ଖାନ୍, ଖଲିଲ ଅହମଦ, ମୁକେଶ କୁମାର, ତୁଷାର ଦେଶପାଣ୍ଡେ ।



