www.samajalive.in
Sunday, December 7, 2025
26.1 C
Bhubaneswar

ଜାଣନ୍ତୁ କିଛି ପରମ୍ପରାର ଧାର୍ମିକ ଓ ବୈଜ୍ଞାନିକ ମହତ୍ତ୍ୱ

ସୂର୍ଯ୍ୟଦେବଙ୍କୁ ପୂଜାର୍ଚ୍ଚନା କରିବା –
ହିନ୍ଦୁ ଶାସ୍ତ୍ର ଅନୁଯାୟୀ ନିୟମିତ ସୂର୍ୟ୍ୟଦେବଙ୍କୁ ଜଳ ଅର୍ପଣ କଲେ ପରିବାରରେ ସୁଖଶାନ୍ତିର ବାତାବରଣ ରହିବା ସହ ସମାଜରେ ମାନସମ୍ମାନ ପ୍ରାପ୍ତି ହୋଇଥାଏ।
ଏହାସହ ଏହାର ବୈଜ୍ଞାନିକ କାରଣ ହେଉଛି, ସୂର୍ୟ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଜଳ ମଧ୍ୟ ଦେଇ ସୂର୍ୟ୍ୟଙ୍କ ରଶ୍ମୀ ଯେଉଁ ସମୟରେ ଆମ ଚକ୍ଷୁ ଉପରେ ପଡ଼େ ଏହା ଦୃଷ୍ଟି ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ।
ଚରଣ ସ୍ପର୍ଶ କରି ପ୍ରଣାମ କରିବା –
ଗୁରୁଜନଙ୍କ ଚରଣ ସ୍ପର୍ଶ କରି ପ୍ରଣାମ କରିବା ଦ୍ୱାରା ଭଗବାନ, ଗୁରୁଜନଙ୍କ ଆଶୀର୍ବାଦ ମିଳିବା ସହ ଜୀବନର ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ।
ଦୁଇ ହସ୍ତ ଯୋଡ଼ି ପ୍ରଣାମ କରନ୍ତୁ –
ଭାରତୀୟ ପରମ୍ପରା ଅନୁଯାୟୀ ଭଗବାନ ଓ ଗୁରୁଜନଙ୍କୁ ପ୍ରଣାମ କରିବା ସମୟରେ ଦୁଇ ହସ୍ତର ପାପୁଲିକୁ ଯୋଡ଼ି ନମସ୍କାର କରିବା ଉଚିତ। ଏହାର ବୈଜ୍ଞାନିକ କାରଣ ହେଉଛି, ଯେଉଁ ସମୟରେ ଆମେ ହସ୍ତ ଯୋଡ଼ି ନମସ୍କାର କରୁ ସମସ୍ତ ଆଙ୍ଗୁଠି ପରସ୍ପରକୁ ସ୍ପର୍ଶ କରିଥାଆନ୍ତି। ଏହାର ଉତ୍ତମ ପ୍ରଭାବ ଚକ୍ଷୁ , କାନ ଓ ମସ୍ତିଷ୍କ ଉପରେ ପଡ଼ିଥାଏ।
ମଥାରେ ତିଳକ ଲଗାଇବା ପରମ୍ପରା –
ଭାରତୀୟ ପରମ୍ପରାରେ ମହିଳା ହୁଅନ୍ତୁ ଅଥବା ପୁରୁଷ ମଥାରେ ତିଳକ ନିଶ୍ଚୟ ଲଗାଇଥାଆନ୍ତି। ଧାର୍ମିକ ମାନ୍ୟତା ଅନୁଯାୟୀ, ମଥାରେ ତିଳକ ଲଗାଇଲେ ଭଗବାନଙ୍କ ବିଶେଷ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ଏହାସହ ବୈଜ୍ଞାନିକ ମାନ୍ୟତା ଅନୁଯାୟୀ, ଦୁଇଟି ଚକ୍ଷୁର ମଧ୍ୟ ଭାଗରେ ଆଜ୍ଞା ଚକ୍ର ଥାଏ। ତେଣୁ ଏହି ଆଜ୍ଞା ଚକ୍ରରେ ତିଳକ ଲଗାଇଲେ ଏକାଗ୍ରତା ବୃଦ୍ଧି ପାଇଥାଏ।
ଭୂମି ଉପରେ ବସି ଭୋଜନ କରନ୍ତୁ –
ଭାରତୀୟ ପରମ୍ପରା ଅନୁଯାୟୀ, ବର୍ତ୍ତମାନ ସମୟରେ ମଧ୍ୟ ବହୁ ଲୋକେ ଭୂମି ଉପରେ ଆସନ ପକାଇ ଏଥିରେ ବସି ଭୋଜନ କରିଥାଆନ୍ତି। ଏପରି କରିବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ। ମନ ମଧ୍ୟ ଶାନ୍ତ ରହିଥାଏ।
ଏକ ଗୋତ୍ରରେ ବିବାହ କରିବା ଅନୁଚିତ –
ଭାରତୀୟ ପରମ୍ପରା ଅନୁଯାୟୀ ଏକ ଗୋତ୍ରରେ ବିବାହ କରିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ସମ୍ପର୍କରେ ସମସ୍ୟା ସୃଷ୍ଟି ହେବା ସହ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ରହିଥାଏ।
ବ୍ରତ ରଖିବାର ପରମ୍ପରା –
ବ୍ରତ ରଖିବାର ଧାର୍ମିକ ମାନ୍ୟତା ସହ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ବ୍ରତ ରଖିବା ଦ୍ୱାରା ଭଗବାନଙ୍କ କୃପା ମିଳିଥାଏ। ଏହାସହ କର୍କଟ, ହୃଦୟ ଜନିତ ସମସ୍ୟା, ମଧୁମେହ ଭଳି ବିଭିନ୍ନ ରୋଗରୁ ରକ୍ଷା ମିଳିଥାଏ।
ସିନ୍ଦୂର ପିନ୍ଧିବା –
ବିବାହ ପରେ ମଥାରେ ସିନ୍ଦୂର ଲଗାଇବାର ପରମ୍ପରା ରହିଛି। ସିନ୍ଦୂର ଲଗାଇବାର ଧାର୍ମିକ ମାନ୍ୟତା ଅନୁଯାୟୀ ମହିଳାମାନେ ସିନ୍ଦୂର ଲଗାଇବା ଦ୍ୱାରା ସ୍ୱାମୀ ଦୀର୍ଘାୟୁ ହୋଇଥାଆନ୍ତି। ବୈଜ୍ଞାନିକ ମାନ୍ୟତା ଅନୁଯାୟୀ, ସିନ୍ଦୂର ପିନ୍ଧିବା ଦ୍ୱାରା ରକ୍ତ ଚାପ ନିୟନ୍ତ୍ରିତ ହୋଇ ରହିବା ସହ ମାନସିକ ଦୁଶ୍ଚିତା କମ କରିଥାଏ।
ତୁଳସୀ ବୃକ୍ଷର ମହତ୍ତ୍ୱ –
ଗୃହରେ ତୁଳସୀ ବୃକ୍ଷଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ। ଏହାସହ ଏହି ବୃକ୍ଷର ବହୁ ଔଷଧୀୟ ଗୁଣ ରହିଛି। ଏହି ପତ୍ରର ସେବନ ଦ୍ୱାରା ଆମ ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ସହ ଥଣ୍ଡା, କାଶ ଭଳି ବହୁ ରୋଗରୁ ମୁକ୍ତି ମିଳିଥାଏ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories