ଜି ଉଦୟଗିରି : ସ୍ଥାନୀୟ ଘୁ. ଉଦୟଗିରି ବିଜ୍ଞପିତ ଅଞ୍ଚଳ ପରିଷଦ ସମ୍ମିଳନୀ କକ୍ଷରେ ଟାଉନ୍ ପ୍ଲାନିଂ ସମ୍ପର୍କିତ ଏକ କର୍ମଶାଳା ଆୟୋଜନ କରାଯାଇଥିଲା । ଏହି କର୍ମଶାଳାରେ ଭାରପ୍ରାପ୍ତ ଅଧ୍ୟକ୍ଷ ସନ୍ତୋଷ କୁମାର ବାଘ ସଭାପତିତ୍ବ କରିଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ ଏହି କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ । ଏହି କର୍ମଶାଳାରେ ଘୁ. ଉଦୟଗିରି ତହସିଲଦାର ରଞ୍ଜନ କୁମାର ସାହୁ, ଏମଭିଆଇ ପ୍ରଶାନ୍ତ କୁମାର ଦାସ, ବିପିଏଚଓ ରତିକାନ୍ତ ସାହୁ, ଆଇପିଓ ସୌମେନ୍ଦ୍ର କୁମାର ସାହୁ, ଜେଇ ପିଏଚଡି ସିତାଂସୁ କବି, ଜେଇ ସସ୍ମିତା ବେହେରା, ବରିଷ୍ଠ ସହାୟକ ସତ୍ୟପ୍ରକାଶ ମହାପାତ୍ର, ହିସାବ ରକ୍ଷକ ପଙ୍କଜ କୁମାର ବେହେରା ଏବଂ ସମସ୍ତ ୱାର୍ଡର କାଉନସିଲର ଉପସ୍ଥିତ ଥିଲେ । ଏହି ମାଷ୍ଟର ପ୍ଲାନ୍ କାର୍ଯ୍ୟଟିକୁ ରାଜ୍ୟ ସରକାର କୋଲକାତାର ଏକ ସଂସ୍ଥା ଷ୍ଟେସଲିଟ ସିଷ୍ଟମ୍ ଲିମିଟେଡକୁ ନ୍ୟସ୍ତ କରିଛନ୍ତି । ଏହି ମାଷ୍ଟର ପ୍ଲାନ୍ କାର୍ଯ୍ୟଟିକୁ ଶେଷ କରିବା ପାଇଁ ୬୪ ସପ୍ତାହ ସମୟ ଧାର୍ଯ୍ୟ କରାଯାଇଛି । ଏହି କର୍ମଶାଳାରେ ଷ୍ଟେସଲିଟର ପ୍ରଫେସନାଲ ବିସ୍ତୃତ ଭାବେ ଏହି ମାଷ୍ଟର ପ୍ଲାନ୍ କିପରି କରାଯିବ ଏବଂ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହାକୁ କାର୍ଯ୍ୟକ୍ରମ ସଂଯୋଜକ ପ୍ରଭାତ ରଞ୍ଜନ ସାହୁ ଏବଂ ଏମଆଇ ଏସ. ମୁକେଶ ରଞ୍ଜନ ନାୟକ ପରିଚାଳନା କରିଥିଲେ।
Related Posts
Comments are closed.