www.samajalive.in
Sunday, December 7, 2025
14.1 C
Bhubaneswar

ସମ୍ବଲପୁରୀ ଆଲବମ ‘ତୋର୍‍ ମୁଲକି ହସି’ ଉନ୍ମୋଚିତ 

ସମ୍ବଲପୁର: ସମ୍ବଲପୁରୀ ଆଲବମର ଚାହିଦା ଅନେକ ଥିବା ବେଳେ ଓଲିଉଡ ଅଭିନେତା ଭାରତ ଗୌରବ ଦାସ ୧୦ ବର୍ଷର ବ୍ୟବଧାନ ପରେ ପୁନର୍ବାର ‘ତୋର୍‍ ମୁଲକି ହସି’ ଜରିଆରେ ଆଲବମ ଦୁନିଆକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଆଲବମର ଗୀତକୁ ପ୍ରସିଦ୍ଧ ସମ୍ବଲପୁରୀ ଗୀତିକାର ରତନ ପୂଜାରୀଙ୍କ ରଚନା କରିଛନ୍ତି। ଏଥିରେ ରାହୁଲ କୁମାର କଣ୍ଠଦାନ, ରମାକାନ୍ତ ହରିପାଲ ସଂଯୋଜନା ଓ ମନୋଜ ସିଂହ ନିର୍ଦ୍ଦେଶନା ଦେଇଛନ୍ତି। ଆଲବମରେ ଅଭିନେତା ଭାରତ ଗୌରବ ଙ୍କ ସହିତ ଅଭିନେତ୍ରୀ ପ୍ରିୟଙ୍କା ଅଭିନୟ କରିଛନ୍ତି। ମହାଳୟା ଅବସରରେ ଏହି ଆଲବମକୁ ୟୁଟ୍ୟୁବରେ ଉନ୍ମୋଚନ କରାଯାଇଥିବା ବେଳେ ୨୪ ଘଣ୍ଟା ନ ପୁରୁଣୁ ପ୍ରାୟ ୮୦ ହଜାର ଲୋକ ଏହାକୁ ଦେଖି ସାରିଲେଣି। ଏ ସର୍ମ୍ପକରେ ଅଭିନେତା ଭାରତ ଗୌରବ କହିଛନ୍ତି ଯେ ମୁଁ ଆଲବମ ଦୁନିଆରୁ ଆରମ୍ଭ କରିଛି। ୧୦ ବର୍ଷ ପୂର୍ବେ ଟେପ ରେକର୍ଡ ଓ ଭିଡିଓର ଦୁନିଆ ଥିଲା। ଓଲିଉଡ ସମେତ କଳା ସଂସ୍କୃତିର ପ୍ରଚାର ପ୍ରସାର ଯୋଗୁଁ ଆଲବମ ଦୁନିଆରୁ ଟିକିଏ ଦୂରେଇ ଯାଇଥିଲା ବେଳେ କିନ୍ତୁ ଏଥି ପ୍ରତି ଦୁର୍ବଳତା ଓ ପୁନଃ ଫେରିବାକୁ ଆଶା ରଖିଥିଲି। ଏହା ସହିତ ବିଗତ ୧୦ ବର୍ଷ ମଧ୍ୟରେ ସମ୍ବଲପୁରୀ ସଙ୍ଗୀତକୁ ବିକୃତି କରଣ କରାଯାଉଥିବାର ଅଭିଯୋଗ ହୋଇ ଆସୁଥିବା ବେଳେ ଆଜି ମଧ୍ୟ ତାହା ପୂର୍ବବତ ରହିଛି ବୋଲି ମୁଁ କହିବାକୁ ଚାହୁଁଛି। ସେଥିପାଇଁ ‘ମୁଲକି ହସି’ ରିଲିଜ ହେବାର କିଛି ଘଣ୍ଟା ମଧ୍ୟରେ ଏହାକୁ ଏତେ ସଂଖ୍ୟାରେ ଦର୍ଶକଙ୍କ ପସନ୍ଦ ମିଳିବା ସମ୍ବଲପୁରୀ ଗୀତ ପ୍ରତି ରହିଥିବା ଦୁର୍ବଳତାକୁ ପ୍ରକାଶ କରୁଛି। ଆଗାମୀ ଦିନରେ ଆହୁରୀ ହୃଦୟକୁ ଛୁଇଁବା ଭଳି ପ୍ରୋଜେକ୍ଟ ହାତକୁ ନେଇଛି, ଯାହାକି ସମ୍ବଲପୁରୀ ଗୀତ, ସଙ୍ଗୀତ ଓ ସଂସ୍କୃତିକୁ ପ୍ରଚାର ପ୍ରସାରରେ ବିଶେଷ ସହାୟ ହେବ ବୋଲି ଆଶା ରଖିଛି। ଏହି ଆଲବମକୁ ଏଭ୍ରିଥିଂ ଫର ୟୁ ଓ ଆମେ ପ୍ରଡକ୍ସନ ହାଉସର ମିଳିତ ଆନୁକୂଲ୍ୟରେ ନିର୍ମାଣ କରାଯାଇଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories