www.samajalive.in
Monday, December 15, 2025
17.1 C
Bhubaneswar

ନୂଆ କରୋନା ରେକର୍ଡ, ଶୀର୍ଷରେ ସଂକ୍ରମଣ

ସମାଜ ପୋର୍ଟାଲ ଡେସ୍କ: ଏବେ ଦେଶରେ ନୂଆ ରେକର୍ଡ କରିଛି କରୋନା ସଂକ୍ରମଣ, କିନ୍ତୁ କୌଣସି ପ୍ରକାରେ ଭଲ ରେକର୍ଡ ନୁହେଁ। ଜୁନ୍ ୩ରେ ଭାରତରେ ୯ହଜାର ୫୭୮ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଆଜି ଆମେ ଏହି ପ୍ରସଙ୍ଗରେ ଦୁନିଆର ଦ୍ୱିତୀୟ ସ୍ଥାନକୁ ଡେଇଁଛୁ। ଆଜି ବିଶ୍ୱରେ ଚିହ୍ନଟ ହୋଇଥିବା ନୂତନ ସଂକ୍ରମଣ ମାମଲାରେ ଭାରତ କେବଳ ଆମେରିକା ପଛରେ ରହିଛି। ଯୁକ୍ତରାଷ୍ଟ୍ରରେ ୧୧ହଜାର ୩୬୩ଟି ନୂଆ ମାମଲା ସାମନାକୁ ଆସିଛି। ଆମେରିକା ଆଜି ସୁଦ୍ଧା ପ୍ରାୟ ୬ଲକ୍ଷ ୭୭ହଜାର ୯୪ଟି ନମୁନା ପରୀକ୍ଷଣ କରିଥିବା ବେଳେ ଭାରତ ଆଜି ମାତ୍ର ୧ଲକ୍ଷ ୩୭ହଜାର ୧୫୮ଟି ଟେଷ୍ଟ କରିଛି।

- Advertisement -

ବିଶ୍ୱରେ ମୋଟ ସଂକ୍ରମଣ ମାମଲାରେ ଭାରତ ସପ୍ତମ ସ୍ଥାନରେ ରହିଛି। କିନ୍ତୁ ଚତୁର୍ଥ, ପଞ୍ଚମ ଏବଂ ଷଷ୍ଠ ସ୍ଥାନରେ ସ୍ପେନ୍, ବ୍ରିଟେନ ଏବଂ ଇଟାଲୀ ଅଛି, ଯେଉଁଠାରେ ପ୍ରତିଦିନ କମ୍ ସଂଖ୍ୟକ ସଂକ୍ରମଣ ମାମଲା ଆସୁଛି। ସ୍ପେନ୍ ଏବଂ ଇଟାଲୀ ପାଖାପାଖି ସମାନ ସ୍ଥରରେ ଅଛନ୍ତି। ଏହାର ଅର୍ଥ ଯଦି ଆମର ପରିସଂଖ୍ୟାନ ଏହିପରି ବୃଦ୍ଧି ପାଇବ, ତେବେ ଆମେ ନିଶ୍ଚିତ ଭାବରେ କିଛି ସପ୍ତାହ ମଧ୍ୟରେ ସେହି ଦେଶଗୁଡ଼ିକୁ ଅତିକ୍ରମ କରିବୁ। ଏହା ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବା କାରଣ ଆମେ ଏପର୍ଯ୍ୟନ୍ତ ସେହି ସବୁ ଦେଶ ତୁଳନାରେ କମ୍ ନମୁନା ପରୀକ୍ଷା କରୁଛୁ। ଆଜି ଭାରତରେ କରୋନା ଯୋଗୁଁ ୨୫୯ ଜଣଙ୍କର ମୃତ୍ୟୁ ହୋଇଛି। ଗତ ୬ ଦିନରେ ଦେଶରେ ପ୍ରାୟ ୨୦୦ରୁ ଅଧିକ ମୃତ୍ୟୁ ଘଟିଛି। ଆମ ଦେଶର ଦୈନିକ ମୃତ୍ୟୁ ସଂଖ୍ୟା କେବଳ ତିନୋଟି ଦେଶ ଆମେରିକା, ବ୍ରିଟେନ ଏବଂ ବ୍ରାଜିଲ୍ ଠାରୁ କମ୍ ଅଟେ।

ମହାରାଷ୍ଟ୍ର, ଦିଲ୍ଲୀ ଏବଂ ତାମିଲନାଡୁରେ ଆଜି ସର୍ବାଧିକ ମାମଲା ଚିହ୍ନଟ ହୋଇଛି। କିନ୍ତୁ ଆଉ ଏକ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଆଜି ନୂଆ ମାମଲାରେ ଗୁଜରାଟରେ ମହାରାଷ୍ଟ୍ର ତୁଳନାରେ ୧/୫ ମାମଲା ଏବଂ ରାଜସ୍ଥାନଠାରୁ ଦୁଇଗୁଣ ଅଧିକ ମାମଲା ରହିଛି। ଏହି ଉଭୟ ରାଜ୍ୟ ଆଜି ପ୍ରାୟ ୧୪ ହଜାର ପରୀକ୍ଷା କରିଥିବାବେଳେ ଗୁଜୁରାଟରେ ମାତ୍ର ୬ ହଜାର ପରୀକ୍ଷା ହୋଇଛି। ଏହା ଜଣାପଡୁଛି ଯେ ଭାରତରେ ସଂକ୍ରମଣ ଅନ୍ୟ ଦେଶ ତୁଳନାରେ ଅଧିକ ଦ୍ରୁତ ଗତିରେ ବ୍ୟାପୁଛି ଏବଂ ଯେତେବେଳେ ଆମେ ଅନ୍ୟ ଦେଶ ତୁଳନାରେ ବହୁତ କମ୍ ପରୀକ୍ଷା କରୁଛୁ ସେତେବେଳେ ଏହା ହେଉଛି ପରିସ୍ଥିତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories