www.samajalive.in
Saturday, December 6, 2025
15.1 C
Bhubaneswar

୨୦ କି.ମି. ପର୍ଯ୍ୟନ୍ତ ମାଗଣା ଯାତ୍ରା, ଦରକାର ନାହିଁ ଫାଷ୍ଟ୍ୟାଗ୍

ନୂଆଦିଲ୍ଲୀ : ଭାରତରେ ଗମନାଗମନ ବଢିବା ସହ ତୀବ୍ର ଗତିରେ ରାଜପଥ ନିର୍ମାଣ ମଧ୍ୟ ହେଉଛି । ହାଇଓ୍ବେ-ଏକ୍ସପ୍ରେସରେ ଗାଡି ଲଗାତର ଯାତାୟତ କରୁଛନ୍ତି । ଏବେ ଏହି ରାସ୍ତାରେ ଗାଡିର ସ୍ପିଡ୍ ବଢାଇବା ପାଇଁ ସରକାର ଏକ ପଦକ୍ଷେପ ଉଠାଇଛନ୍ତି । ନୂଆ ନିୟମ ଅନୁସାରେ ଯଦି ଆପଣ ଜାତୀୟ ରାଜପଥ ବା ଏକ୍ସପ୍ରେସ ଓ୍ବେରେ ଗାଡି ଚଲାଉଛନ୍ତି ତେବେ ଆପଣଙ୍କୁ ୨୦ କିଲୋମିଟର ପର୍ଯ୍ୟନ୍ତ କୌଣସି ଟୋଲ୍ ଦେବାକୁ ପଡିବନି । ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ସେହି ଘରୋଇ ଗାଡିକୁ ଏହି ସୁବିଧା ଦେଉଛି ଯେଉଁଥିରେ ଗ୍ଲୋବାଲ ନେଭିଗେସନ ସାଟେଲାଇଟ୍ ସିଷ୍ଟମ(ଜିଏନଏସ୍ଏସ୍) ଲାଗିଛି ।

ଏଣିକି ଅଟକିବନି ଗାଡି, ଏମିତି କଟିବ ପଥ କର

- Advertisement -

କହିରଖୁଛୁ ପୂର୍ବରୁ ରାଜମାର୍ଗ ଶୁଳ୍କ ନିୟମ ୨୦୦୮ରେ ସଂଶୋଧନ କରାଯାଇଛି । ସରକାର ଜିପିଏଶ୍ ଆଧାରିତ ଟୋଲ୍ ପ୍ରଣାଳୀକୁ ମଞ୍ଜୁରି ଦେଇଛନ୍ତି । ଏହି ନୂଆ ନିୟମ ଅନୁସାରେ ଗାଡିକୁ ଟୋଲ୍ ପ୍ଲାଜାରେ ଅଟକିବା ଆବଶ୍ୟକ ନାହିଁ । ନୂଆ ସାଟେଲାଇଟ୍ ଆଧାରିତ ସିଷ୍ଟମ ଜରିଆରେ ବିନା ଫାଷ୍ଟ୍ୟାଗରେ କେବଳ ଗାଡିର ନମ୍ବର ପ୍ଲେଟ୍ ସାହାଯ୍ୟରେ ଟୋଲ୍ କର କଟିଯିବ । ଏହି ନୂଆ ସୁବିଧାରେ ଗାଡିରୁ ଜିପିଏସ୍ ଜରିଆରେ ଟୋଲ୍ ଆଦାୟ ହେବ । ସରକାର ଜିଏନଏସଏସ୍ ବିଶିଷ୍ଟ ଘରୋଇ ଗାଡିକୁ ୨୦ କିଲୋମିଟର ପର୍ଯ୍ୟନ୍ତ ଟୋଲ୍ ଟ୍ୟାକ୍ସର ରିହାତି ଦେଉଛନ୍ତି ।

ନିର୍ବାଚନ ପୂର୍ବରୁ ସାମ୍ନା-ସାମ୍ନି ବିତର୍କ କଲେ ଡୋନାଲ୍ଡ ଟ୍ରମ୍ପ-କମଳା ହାରିସ୍‌‌; ଜିତିଲେ ୨୪ଘଣ୍ଟାରେ ବନ୍ଦ ହେବ ରୁଷ-ୟୁକ୍ରେନ ଯୁଦ୍ଧ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories