www.samajalive.in
Saturday, December 6, 2025
16.1 C
Bhubaneswar

OLA ଶୋ’ରୁମ ଜାଳିଦେଲେ ଗ୍ରାହକ

ସମାଜ ଡିଜିଟାଲ ଡେସ୍କ: ବ୍ୟାଟେରି ଚାଳିତ ୨ ଚକିଆ ଯାନ ନିର୍ମାତା OLA ଉପରେ ଗ୍ରାହକଙ୍କ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି। ଠିକ୍‌ ସମୟରେ ସେବା ଯୋଗାଇବାରେ କମ୍ପାନୀ ବିଫଳ ହେଉଥିବାରୁ ଗ୍ରାହକ ଆକ୍ରୋଶମୂଳକ ହୋଇପଡ଼ୁଛନ୍ତି। ଅନେକ ଗ୍ରାହକ ଖାଉଟି ଅଦାଲତଙ୍କ ଦ୍ଵାରସ୍ଥ ହେଉଥିବାବେଳେ ଆଉ କିଛି ଗ୍ରାହକ ଭିନ୍ନ ଭିନ୍ନ ଢଙ୍ଗରେ ସାମାଜିକ ଗଣମାଧ୍ୟମରେ OLA କମ୍ପାନୀ ବିରୋଧରେ ନାନା ମନ୍ତବ୍ୟ ଦେଉଛନ୍ତି। ହେଲେ କର୍ଣ୍ଣାଟକରେ ଜଣେ ଗ୍ରାହକ କମ୍ପାନୀର ସେବାରେ ଅସନ୍ତୁଷ୍ଟ ହୋଇ ଶୋ’ରୁମ ଜାଳି ଦେଇଛନ୍ତି।

ସୂଚନା ଅନୁସାରେ, କର୍ଣ୍ଣାଟକର କାଲାବୁର୍ଗି ଅଞ୍ଚଳର ଜଣେ ଗ୍ରାହକ ମହମ୍ମଦ ନଦୀମ ଏକ ବ୍ୟାଟେରି ଚାଳିତ OLA ମୋଟରସାଇକେଲ କିଣିଥିଲେ। କିନ୍ତୁ କିଛି ଦିନ ପରେ ଗାଡ଼ିରେ ସମସ୍ୟା ଦେଖାଦେବାରୁ ସେ ସର୍ଭିସ ସେଣ୍ଟରକୁ ନେଇଥିଲେ। କିନ୍ତୁ ଗାଡ଼ିକୁ ଠିକ୍‌ ଭାବେ ସଜଡ଼ାଯାଇ ନ ଥିଲା। ଏକାଧିକ ଥର ସେ ତାଙ୍କ ଗାଡ଼ିକୁ କାମ କରିବାକୁ ନେଇଥିଲେ ମଧ୍ୟ ବାରମ୍ବାର ଗାଡ଼ିରେ ସମସ୍ୟା ଦେଖାଦେଉଥିଲା। ଏଥିରେ ବିରକ୍ତ ହୋଇ ନଦୀମ ପେଟ୍ରୋଲ ଢାଳି ହମନାବାଦ ରାସ୍ତାରେ ଥିବା ଉକ୍ତ ଶୋ’ରୁମରେ ନିଆଁ ଲଗାଇ ଦେଇଥିଲେ। ଶୋ’ରୁମରେ ଥିବା ଲକ୍ଷାଧିକ ଟଙ୍କାର ଉପକରଣ ପୋଡ଼ି ନଷ୍ଟ ହୋଇଯାଇଛି। ତେବେ ଅଭିଯୋଗ ପରେ ପୁଲିସ ନଦୀମଙ୍କୁ ଗିରଫ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories