www.samajalive.in
Saturday, December 6, 2025
15.1 C
Bhubaneswar

ଏହି ଆଇଡ୍ରପ କିଣୁଥିଲେ ସାବଧାନ ! ଉତ୍ପାଦନ ଓ ବିକ୍ରି ଉପରେ ରୋକ୍ ଲଗାଇଲା କେନ୍ଦ୍ର

ସମାଜ ଡିଜିଟାଲ ଡେସ୍କ: ଆଖିରେ ସମସ୍ୟା ହେଲେ ଡାକ୍ତର ଆଇଡ୍ରପ ପକାଇବାକୁ ପରାମର୍ଶ ଦେଇଥାଆନ୍ତି। ଏଥିପାଇଁ ଡାକ୍ତରଙ୍କ ପ୍ରେସକ୍ରିପସନର ଆବଶ୍ୟକତା ପଡ଼ିଥାଏ। କିନ୍ତୁ କିଛି କମ୍ପାନୀ ବିନା ପ୍ରେସକ୍ରିପସନରେ ଔଷଧ ବିକ୍ରି କରିବାକୁ ଦୋକାନୀଙ୍କୁ ନିର୍ଦେଶ​‌ ଦେଉଥିବା ସାମ୍ନାକୁ ଆସିଛି। ଏହା ଜଣାପଡ଼ିବା ପରେ କେନ୍ଦ୍ର ସରକାର ଏକ କମ୍ପାନୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଇଟିଓଡି ଫାର୍ମା କମ୍ପାନୀ ଦ୍ଵାରା ଉତ୍ପାଦିତ ପ୍ରେସଭିୟୁ ଆଇଡ୍ରପ ଉତ୍ପାଦନ ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛି କେନ୍ଦ୍ର। କମ୍ପାନୀ ନିଜ ଉତ୍ପାଦର ପ୍ରଚାର ପ୍ରସାର କରିବା ଲାଗି ଅନଧିକୃତ ଉପାୟ ଅବଲମ୍ବନ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ସିଡିଏସସିଓ(କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ) ପକ୍ଷରୁ ଏହି ଔଷଧର ଉତ୍ପାଦନ ଏବଂ ବ୍ୟବସାୟ ପାଇଁ ଅନୁମତି ଦିଆଯାଇଛି। କେବଳ ପ୍ରେସକ୍ରିପସନ ଜରିଆରେ ରୋଗୀ ଔଷଧ କିଣିବାକୁ ଅନୁମତି ମିଳିଥିବାବେ​ଳେ କମ୍ପାନୀ ଏହାକୁ ବିନା ପ୍ରେସକ୍ରିପସନରେ ଔଷଧ ବିକ୍ରୟ କେନ୍ଦ୍ରରେ ରୋଗୀଙ୍କୁ ଉପଲବ୍ଧ କରାଉଥିଲା। ସେହିପରି ବିଭିନ୍ନ ଗଣମାଧ୍ୟମରେ ଭ୍ରାନ୍ତ ବିଜ୍ଞାପନ ଜରିଆରେ ନିଜର ପ୍ରଚାର ପ୍ରସାର କରୁଥିଲା। ଏହି ଆଇଡ୍ରପ ପକାଇଲେ କମ୍ ଦୃଷ୍ଟି ଶକ୍ତି ଥିବା ବ୍ୟକ୍ତିଙ୍କୁ ଚଷମାର ଆବଶ୍ୟକ ପଡ଼ିବ ନାହିଁ ବୋଲି ବିଜ୍ଞାପନରେ କୁହାଯାଉଥିଲା, ଯାହାର ସତ୍ୟତା ଉପରେ ପ୍ରଶ୍ନ ଉଠିବାରୁ ଔଷଧର ଉତ୍ପାଦନ ଏବଂ ବିକ୍ରୟ ଅନୁମତିକୁ କେନ୍ଦ୍ର ସରକାର ରଦ୍ଦ କରିଦେଇଛନ୍ତି। ପରବର୍ତ୍ତୀ ନିର୍ଦେଶ ନ ମିଳିବା ଯାଏ କମ୍ପାନୀ ଏହି ଉତ୍ପାଦକୁ ବିକ୍ରି କରିପାରିବ ନାହିଁ ବୋଲି କୁହାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories