www.samajalive.in
Monday, December 15, 2025
27.1 C
Bhubaneswar

୨୪ ବର୍ଷରେ ଆଦାୟ ହୋଇଛି ଦେଢ଼ ଲକ୍ଷ କୋଟି ରାଜପଥ ଶୁଳ୍କ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ୨୦୦୦ ଡିସେମ୍ବରରୁ ଏପର୍ଯ୍ୟନ୍ତ ଜାତୀୟ ରାଜପଥରେ ଥିବା ଟୋଲ୍‌ ପ୍ଲାଜାରେ ୧ ଲକ୍ଷ ୪୪ ହଜାର କୋଟି ଟଙ୍କାର ରାଜପଥ ଶୁଳ୍ପ (ଟୋଲ୍‌ ଫି) ଆଦାୟ କରିଛନ୍ତି। ଏନେଇ କେନ୍ଦ୍ର ମନ୍ତ୍ରୀ ଗୁରୁବାର ସଂସଦରେ ଉତ୍ତର ରଖିଛନ୍ତି। ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତୀନ ଗଡ଼କରୀ କହିଛନ୍ତି ଯେ, ୨୦୦୦ ଡିସେମ୍ବରରୁ ସମସ୍ତ ଜାତୀୟ ରାଜପଥରେ ସାର୍ବଜନୀନ ଘରୋଇ ସହଭାଗୀ (ପିପିପି) ମୋଡରେ ରାଜପଥ ଶୁଳ୍କ ଆଦାୟ କରାଯାଉଛି। ଏହି ସମୟ ମଧ୍ୟରେ ମୋଟ ୧ ଲକ୍ଷ ୪୪ ହଜାର କୋଟି ଟଙ୍କାର ରାଜସ୍ବ ଆୟ ହୋଇଛି। ଏକ ପୃଥକ ପ୍ରଶ୍ନର ଉତ୍ତର ଦେଇ ଗଡ଼କରୀ କହିଛନ୍ତି ଯେ ଫାସ୍‌ଟ୍ୟାଗ୍‌ ସହିତ ଏକ ଅତିରିକ୍ତ ସୁବିଧା ଭାବରେ ଉପଲବ୍ଧ ବୈଷୟିକ ଜ୍ଞାନକୌଶଳ ଆଧାରିତ ଇଲେକ୍ଟ୍ରୋନିକ୍ ଟୋଲ୍ କଲେକ୍ସନ୍ (ଇଟିସି) ବ୍ୟବସ୍ଥା ବ୍ୟବହାର କରି ସରକାର ପ୍ରତିବନ୍ଧକମୁକ୍ତ ଶୁଳ୍କ ଲାଗୁ କରିବା ଆରମ୍ଭ କରିଛନ୍ତି। ତେବେ ବର୍ତ୍ତମାନ ଜାତୀୟ ରାଜପଥରେ କୌଣସି ସ୍ଥାନରେ ଗ୍ଲୋବାଲ୍ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ (ଜିଏନ୍ଏସ୍ଏସ୍) ଆଧାରିତ ଟୋଲିଂ ସିଷ୍ଟମ କାର୍ଯ୍ୟକ୍ଷମ ହୋଇନାହିଁ ବୋଲି ସେ କହିଛନ୍ତି।

Hot this week

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

Related Articles

Popular Categories