www.samajalive.in
Saturday, December 13, 2025
14.1 C
Bhubaneswar

ଶିବ ମନ୍ଦିର ଭାଙ୍ଗି ମସଜିଦ ନିର୍ମିତ ହୋଇଛି

ଆଜମେର: ଅଯୋଧ୍ୟା, ମଥୁରା, ଜ୍ଞାନବାପୀ ପରେ ବର୍ତ୍ତମାନ ରାଜସ୍ଥାନର ଆଜମେରସ୍ଥିତ ଖ୍ବାଜା ମୋଇନୁଦ୍ଦିନ ଚିସ୍ତିଙ୍କ ଦରଘାକୁ ନେଇ ବିବାଦର ସୂତ୍ରପାତ ହୋଇଛି। ଏଠାରେ ଥିବା ଶିବ ମନ୍ଦିରକୁ ଭଙ୍ଗାଯାଇ ଏହି ମସଜିଦ ନିର୍ମାଣ କରାଯାଇଛି ବୋଲି ନ୍ୟାସନାଲ ହିନ୍ଦୁ ଆର୍ମି ସଭାପତି ବିଷ୍ଣୁ ଗୁପ୍ତା ଦାବି କରିବା ସହ ସ୍ଥାନୀୟ ଅଦାଲତରେ ବୁଧବାର ଏକ ପିଟିସନ ମଧ୍ୟ ଦାଏର କରିଥିବା ଜଣାପଡିଛି। ଆଜମେର ଦରଘାର ନାମ ପରିବର୍ତ୍ତନ କରି ‘ସଙ୍କଟ ମୋଚନ ମହାଦେବ ମନ୍ଦିର’ ରଖାଯିବା ସହ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସଆଇ) ଦ୍ବାରା ଉକ୍ତ ମସଜିଦର ସର୍ଭେ କାର୍ଯ୍ୟ କରାଇବାକୁ ଗୁପ୍ତା ପିଟିସନରେ ଉଲ୍ଲେଖ କରିଛନ୍ତି। ଉକ୍ତ ଦରଘାର ପଞ୍ଜୀକରଣକୁ ତୁରନ୍ତ ଖାରଜ କରିବାକୁ ମଧ୍ୟ ସେ ଦାବି କରିଛନ୍ତି। ହିନ୍ଦୁ ସଂପ୍ରଦାୟର ଲୋକଙ୍କୁ ମସଜିଦ ପରିସରରେ ପୂଜାର୍ଚ୍ଚନା ଅନୁମତି ମିଳୁ ବୋଲି ମଧ୍ୟ ସେ ଅଦାଲତରେ ପ୍ରାର୍ଥନା କରିଛନ୍ତି। ଏହି ପ୍ରସଙ୍ଗରେ ଗୁପ୍ତା ୧୯୧୦ରେ ହରବିଳାସ ସାରଦାଙ୍କ ଦ୍ବାରା ଲିଖିତ ପୁସ୍ତକ ‘ଆଜମେର: ହିଷ୍ଟୋରିକାଲ ଆଣ୍ଡ୍‌ ଡେସ୍‌କ୍ରିପ୍ଟିଭ୍‌’ର ଉଦାହରଣ ଉପସ୍ଥାପନ କରିଛନ୍ତି। ଉକ୍ତ ପୁସ୍ତକରେ ଆଜମେର ଦରଘା ପରିସରରେ ଶିବଲିଙ୍ଗର ଉପସ୍ଥିତି ସମ୍ପର୍କରେ ପ୍ରମାଣ ରହିଛି। ତେବେ ସେ ଏ ପ୍ରସଙ୍ଗରେ କୌଣସି ନିର୍ଦିଷ୍ଟ ସୂଚନା ଦେଇନାହାନ୍ତି।

ଅପରପକ୍ଷରେ ଏହାର ଶୁଣାଣି କରି ଅଦାଲତ ତିନି ପକ୍ଷ ଯଥା ଦରଘା କମିଟି, ଏଏସଆଇ ଏବଂ ସଂଖ୍ୟାଲଘୁ ମନ୍ତ୍ରଣାଳୟକୁ ନୋଟିସ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୦କୁ ଧାର୍ଯ୍ୟ କରାଯାଇଛି। ଏଭଳି ଅଭିଯୋଗକୁ ମସଜିଦ ପରିଚାଳନା କମିଟି ପକ୍ଷରୁ ନିନ୍ଦା କରାଯାଇଛି। ଏଭଳି ଅଭିଯୋଗ ଦ୍ବାରା ମୁସଲମାନ ସଂପ୍ରଦାୟକୁ ଏକଘରକିଆ କରାଯାଉଛି ଏବଂ ଦେଶରେ ସାଂପ୍ରଦାୟିକ ସଦଭାବନାକୁ କ୍ଷୁଣ୍ଣ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି।

- Advertisement -

ଅପରପକ୍ଷରେ ଏହି ପ୍ରସଙ୍ଗକୁ ନେଇ ଏଆଇଏମଆଇଏମ ନେତା ତଥା ହାଇଦରାବାଦ ସାଂସଦ ଆସାଉଦ୍ଦିନ ଓୱେସି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆଜମେର ଦରଘା ଘଟଣାକୁ ବିବାଦୀୟ କରିବାରେ ବିଜେପି ଓ ଆରଏସଏସର ଭୂମିକା ରହିଥିବା ସେ ଅଭିଯୋଗ କରିଛନ୍ତି। ଆଜକୁ ୮୦୦ ବର୍ଷ ପୁରୁଣା ଏହି ଦରଘାକୁ ନେଇ କୌଣସି ବିବାଦ ଉପୁଜିନଥିବାବେଳେ ବର୍ତ୍ତମାନ ଏହାକୁ କାହିଁକି ପ୍ରୋତ୍ସାହିତ କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଜବାହରଲାଲ ନେହେରୁଙ୍କଠାରୁ ଆରମ୍ଭ କରି ଦେଶର ପ୍ରତ୍ୟେକ ପ୍ରଧାନମନ୍ତ୍ରୀ ଏହି ଦରଘା ପରିଦର୍ଶନ କରି ଚଦର ଚଢାଇ ସାରିଛନ୍ତି। ତେବେ ମସଜିଦ ଓ ଦରଘା ପ୍ରସଙ୍ଗ ଉତ୍‌ଥାପନ କରି ବିଜେପି-ଆରଏସଏସ ଅଯଥାରେ ଘୃଣା ମନୋଭାବ ସୃଷ୍ଟି କରୁଥିବା ସେ କହିଛନ୍ତି।

Hot this week

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

Related Articles

Popular Categories