BJD Bijuli 480×75 Mob

ଓଡ଼ିଶା ଫେରିଲେ ଅଲିମ୍ପିକ୍ସ ବ୍ରୋଞ୍ଜ ବିଜେତା, ଭୁବନେଶ୍ବର ବିମାନବନ୍ଦରରେ ଭବ୍ୟ ସ୍ବାଗତ

BJD Bijuli 480×75 Mob

ଭୁବନେଶ୍ବର: ଆଜି ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ବିଜେତା ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ଓଡ଼ିଶା ଫେରିଛନ୍ତି। ସେହିପରି ମହିଳା ହକି ଦଳର ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋ ମଧ୍ୟ ଓଡ଼ିଶା ଫେରିଛନ୍ତି। ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ବିଜେତା ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କ ସମେତ ମହିଳା ହକି ଦଳର ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କୁ ଭୁବନେଶ୍ବର ବିମାନବନ୍ଦରରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।  ଭୁବନେଶ୍ବର ବିମାନ ବନ୍ଦରରେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ଓ ସଚିବ ଅଲିମ୍ପିକ୍ସ ପଦକ ବ୍ରୋଞ୍ଜ ପଦକ ବିଜେତା ଓ ଅଂଶଗ୍ରହଣକାରୀଙ୍କୁ ସ୍ବାଗତ କରିଛନ୍ତି। ଅଲିମ୍ପିଆନ ଦୀଲିପ ତିର୍କୀ ମଧ୍ୟ ସେମାନଙ୍କୁ ସ୍ବାଗତ କରିଛନ୍ତି।

ଟୋକିଓରେ ଟେକ ରଖି ସ୍ୱଦେଶ ଫେରିବା ପରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ ଓଡ଼ିଆ ହକି ଖେଳାଳୀ। ସ୍ୱାଗତ ପାଇଁ ବିମାନବନ୍ଦରରେ ବ୍ୟାପକ ଆୟୋଜନ କରାଯାଇଥିଲା। ସେମାନଙ୍କ ପରିବାର ସଦସ୍ୟମାନେ ମଧ୍ୟ ବିମାନବନ୍ଦରରେ ଉପସ୍ଥିତ ରହିଥିଲେ। ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ଖେଳାଳୀଙ୍କୁ ସ୍ୱାଗତ କରିବା ପାଇଁ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ସଚିବ ଭିନିଲ କ୍ରିଷ୍ଣା, ଦିଲ୍ଲୀପ ତିର୍କୀ ଏବଂ ଅଭିଜିତ୍ ପଲଙ୍କ ସମେତ ବହୁ ହକି ଖେଳାଳୀ ଓ କ୍ରିଡ଼ାବିତ ବିମାନବନ୍ଦରରେ ଉପସ୍ଥିତ ରହିଥିଲେ। ଓଡିଆ ହକି ତାରକାଙ୍କୁ ଶୁଭେଚ୍ଛା ଜଣାଇବା ସହ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ସ୍ୱାଗତ କରାଯାଇଥିଲା।
ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଉଭୟ ଭାରତୀୟ ମହିଳା ଏବଂ ପୁରୁଷ ହକି ଦଳ। ଉଭୟ ପୁରୁଷ ଏବଂ ମହିଳା ହକି ଦଳରେ ଦୁଇ ଜଣ ଲେଖାଏଁ ଓଡିଆ ଖେଳାଳୀ ମଧ୍ୟ ରହିଥିଲେ। ପୁରୁଷ ଦଳରେ ଅମିତ ରୋହିଦାସ ଏବଂ ବିରେନ୍ଦ୍ର ଲାକ୍ରା ଦମଦାର ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିଣିନେଇଥିବା ବେଳେ ମହିଳା ଦଳରେ ଦୀପଗ୍ରେସ୍ ଏକ୍କା ଏବଂ ନମିତା ଟପ୍ପୋ ଚମତ୍କାର ପ୍ରଦର୍ଶନ କରିଥିଲେ।

Comments are closed.