www.samajalive.in
Saturday, December 6, 2025
26.1 C
Bhubaneswar

ଜାଣନ୍ତୁ ଆଜି କ’ଣ କହୁଛି ଆପଣଙ୍କ ଭାଗ୍ୟଫଳ: ଶନିବାର ରାଶିଫଳ

ମେଷ: ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ମିତ୍ରମାନେ କରଛଡ଼ା ଦେବାର ସୂଚନା ମିଳୁଛି। ଧନ ଥାଇ ବି ଚିକିତ୍ସା ସୁଯୋଗ ମିଳି ନ ପାରେ। ରିଷ୍ଟ ଖଣ୍ଡନ ପାଇଁ ଦାନଧର୍ମରେ ଦୀକ୍ଷିତ ହେବେ।
ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। କର୍ମ ତତ୍ପରତା ପ୍ରକାଶ ପାଇବ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ।
ମିଥୁନ: ଦୂର ଯାତ୍ରା ଶୁଭଦାୟକ ହେବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ମନ ପ୍ରଫୁଲ୍ଲ ରହିବ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି।

କର୍କଟ:ବହୁ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ। ବ୍ୟବହାର କୁଶଳତା ଆପଣଙ୍କୁ ଉଚ୍ଚାସନ ଦେଇପାରେ। ବିଦ୍ୟାଭ୍ୟାସୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଭିନ୍ନ ସୂତ୍ରରୁ ଧନାଗମ ହେବ।
ସିଂହ: ଉପୁଜିଥିବା ସମସ୍ୟାର ସୁସମାଧାନ କରି ଆତ୍ମସନ୍ତୋଷ ଲାଭ କରିବେ। ଆପଣଙ୍କ ପାଇଁ ଆଜିର ପରିଶ୍ରମ କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ।

- Advertisement -

କନ୍ୟା:ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଦେବ ଦର୍ଶନ ଶାନ୍ତିପ୍ରଦ ହେବ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ମିିଳିପାରେ। ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ। ସୁଖୀ ହେବେ।
ତୁଳା: ବ୍ୟବସାୟରେ ଢେର ଉନ୍ନତି ଘଟିବ। ବିଭିନ୍ନ ସୂତ୍ରରୁ ଧନାଗମ ହେବ। ତ୍ୟାଗପୂତ ଜୀବନ ଅତିବାହିତ କରିପାରନ୍ତି। ବିବିଧ ଉପାୟରେ ଧନ ଅର୍ଜନ ହେବ। କୀର୍ତ୍ତିମାନ୍‌ ହେବେ। ସହିଷ୍ଣୁ ଓ ପ୍ରିୟଭାଷୀ ହେବେ।
ବିଛା: ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟର ମାତ୍ରା ବୃଦ୍ଧି ହେବ। ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍‌ ହେବେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ।
ଧନୁ: ମଧ୍ୟମ ଧରଣର ଶୁଭଫଳ ମିଳିପାରେ। ସୁଖୀ ହେବେ। ସମ୍ମାନିତ ହେବେ। କେତେକ କାର୍ଯ୍ୟରେ ବାଧା ଉପୁଜିପାରେ। ମଧୁର କଥା, ସଦ୍‌ ବ୍ୟବହାର କରି ପରକୁ ଆପଣାର କରିପାରନ୍ତି। ଧର୍ମ ଅର୍ଜନ କରିବେ।
ମକର: ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରି ପ୍ରଶଂସାର ପାତ୍ର ହେବେ। ସରକାରୀ ଓ ବେସରକାରୀ ସ୍ତରରୁ ଧନ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ।

କୁମ୍ଭ:ପ୍ରଭାବ ବୃଦ୍ଧି ହେବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ବାସଗୃହ ପରିବେଶ ଉତ୍ତମ ମାନର ହେବ। ସରକାରୀ ଅର୍ଥ ମିଳିପାରେ। କୀର୍ତ୍ତି, ମର୍ତ୍ତି, ସ୍ବତ୍ବ, ସନ୍ତୋଷ ଓ ବହୁବିଧ ଧନ ପ୍ରାପ୍ତ ହେବେ। ଗୁଣଜ୍ଞ ହେବେ।
ମୀନ: ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ପାଇ ତା’ର ସଦ୍‌ ବ୍ୟବହାର କରିପାରନ୍ତି। ବିବାଦୀୟ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ପତ୍ନୀଙ୍କ ସହଯୋଗ ଉପାଦେୟ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories