www.samajalive.in
Saturday, December 6, 2025
26.1 C
Bhubaneswar

ଅକ୍ଟୋବର ୧୯ ଏହି ଦୁଇ ରାଶି ପାଇଁ ସତର୍କ

ସମାଜ ଡିଜିଟାଲ ଡେସ୍କ: ଆଜି ୧୯ ଅକ୍ଟୋବର ଶନିବାର, କୃଷ୍ଣ ପକ୍ଷ ଦ୍ୱୀତିୟା ତିଥି, ଚନ୍ଦ୍ର ଭରଣୀ ନକ୍ଷତ୍ରରେ ରହିବେ। ଗ୍ରହ ନକ୍ଷତ୍ରଙ୍କ ଦୈନିକ ଗତି ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଭାବିତ କରିଥାନ୍ତି। ଚନ୍ଦ୍ର ପ୍ରତିଦିନ ଭିନ୍ନ ଭିନ୍ନ ନକ୍ଷତ୍ରରେ ପରିବହନ କରିବା ସହ ସେହି ଆଧାରରେ ଆମ ଜୀବନରେ ରାଶି ଉପରେ ପ୍ରଭାବ ପଡ଼ିଥାଏ। ତେବେ ଆଜି ଦୁଇଟି ରାଶିର ବ୍ୟକ୍ତି ବିଶେଷ ଭାବରେ ସତର୍କ ରୁହନ୍ତୁ।

ଧନୁ: ପରିବାରରେ ଅଜଥା ବିବାଦ ଦେଖାଦେଇପାରେ। ପୈତୃକ ସମ୍ପତ୍ତି ମାମଲା କୋର୍ଟ ଯାଏଁ ଯାଇପାରେ। କର୍ମକ୍ଷେତ୍ରରେ ଆପଣଙ୍‌‌କ କଠୋର ବାକ୍ୟ ଲୋକଙ୍କୁ କ୍ଷତି ପହଞ୍ଚାଇବ। ବ୍ୟବସାୟରେ ଧନ ଲାଭର ସୁଯୋଗ ମିଳିବ। ଅନାବଶ୍ୟକ କାମରେ ଅଜଥା ଦୌଡିବାକୁ ପଡ଼ିପାରେ। କଠିନ ସଂଘର୍ଷ ପରେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ପାଇବେ। ବିଦ୍ୟାର୍ଥୀମାନେ ପାଠପଢାରେ କମ୍‌‌ ଆଗ୍ରହ ଅନୁଭବ କରିବେ। ସଙ୍ଗୀତ କ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡ଼ିବ। କିଛି ବାକି ରହିଥିବା କାମ ପାଇଁ ଆପଣଙ୍କୁ ଏପଟ ସେପଟ ହେବାକଚ ପଡ଼ିପାରେ

- Advertisement -

କୁମ୍ଭ: ରାଜନୀତିରେ ଆପଣଙ୍କ ଆଧିପତ୍ୟ ବଢିବ। ଜେଲରେ ଥିବା ଲୋକ ଜେଲରୁ ମୁକ୍ତି ପାଇବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଠାରୁ ସହଯୋଗପୂଣ୍‌‌ର୍ଣ ଆଚରଣ ରହିବ। ନୂତନ ପରିଚୟ ମିଳିବ। କିନ୍ତୁ ଲୋକଙ୍କଠାରୁ ରାଜନୀତିରେ ଦୂରେଇ ରୁହନ୍ତୁ। ବ୍ୟକ୍ତିଗତ ବ୍ୟବସାୟରେ ନିୟୋଜିତ ବ୍ୟକ୍ତିମାନେ ହଠାତ ନିଜର ଲାଭ ବୃଦ୍ଧି କରିବାର ସମ୍ଭାବନା ରହିଛି। କୌଣସି ଧାର୍ମିକ ସ୍ଥାନକୁ ଭ୍ରମଣରେ ଯିବାର ସମ୍ଭାବନା ରହିଛି। ପାରିବାରିକ ଦାୟିତ୍ୱ ପୂରଣ କରିବେ। କର୍ମଜୀବୀ ବର୍ଗଙ୍କୁ ରୋଜଗାର ମିଳିବ। ସନ୍ତାନଙ୍କଠାରୁ ସୁଖ ଓ ସହଯୋଗ ପାଇବେ। ଅବାଞ୍ଛିତ ଯାତ୍ରାରେ ଯିବାର ସମ୍ଭାବନା ରହିଛି। ଭ୍ରମଣରେ ମୂଲ୍ୟବାନ ଜିନିଷର ଯତ୍ନ ନିଅନ୍ତୁ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories