www.samajalive.in
Sunday, December 7, 2025
16.1 C
Bhubaneswar

ଝାରପଡ଼ା କାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଭୁବନେଶ୍ୱର : ଝାରପଡ଼ା କାରାଗାରରେ ବିଚାରାଧୀନ କଏଦୀ ବିଦ୍ୟାଧର ଗୁରୁଙ୍କ ଶୁକ୍ରବାର ସନ୍ଦେହଜନକ ମୃତ୍ୟୁ ଘଟିଛି। କାରାଗାର କର୍ତ୍ତୃପକ୍ଷ ପିଟିପିଟି ମାରି ଦେଇଥିବା ବିଦ୍ୟାଧରଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି। କାରାଗାର ଅଧୀକ୍ଷକଙ୍କ ରିପୋର୍ଟ ଆଧାରରେ ଲକ୍ଷ୍ମୀସାଗର ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ସନ୍ଧ୍ୟାରେ ବିଦ୍ୟାଧରଙ୍କ ସ୍ତ୍ରୀଙ୍କ ଲିଖିତ ଅଭିଯୋଗ ପରେ ମାମଲା ଭିନ୍ନ ମୋଡ଼ ନେଇଛି। ସୂଚନାଯୋଗ୍ୟ, ବିଦ୍ୟାଧରଙ୍କ ଘର ନୟାଗଡ଼ ଅଞ୍ଚଳରେ। ସେ ମୈତ୍ରୀବିହାର ଥାନା ଅଧୀନ ବେହେରାସାହିରେ ପରିବାର ସହ ରହୁଥିଲେ। ଗତ ୫ ତାରିଖରୁ ସେ କାରାଗାରରେ ଥିଲେ। ବ୍ରାଉନସୁଗର କାରବାର ଘଟଣାରେ ଅବକାରୀ ବିଭାଗ ତାଙ୍କୁ ଗିରଫ କରିଥିଲା। ଶୁକ୍ରବାର ସକାଳୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଛାତିରେ ଯନ୍ତ୍ରଣା ହେବାରୁ କାରାଗାର ପକ୍ଷରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ତାଙ୍କ ମୃତ୍ୟୁ ଘଟିଥିଲା। ଡାକ୍ତର ମୃତ ଘୋଷଣା କରିବା ପରେ କାରାଗାର କର୍ତ୍ତୃପକ୍ଷ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ମୃତକଙ୍କ ସ୍ତ୍ରୀ ପହଞ୍ଚିଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ବିଦ୍ୟାଧରଙ୍କ ମୃତ୍ୟୁକୁ ନେଇ ପରିବାର ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। କାରାଗାରରେ ତାଙ୍କୁ ହତ୍ୟା କରାଯାଇଥିବା ସ୍ତ୍ରୀ ଝୁନୁ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରାଯିବା ସହ ସେ ନ୍ୟାୟ ଦାବି କରିଛନ୍ତି। କାରାପାଳ ପ୍ରସନ୍ନ ସାହୁ କହିଛନ୍ତି, ଛାତିରେ ଯନ୍ତ୍ରଣା ହେଉଥିବା ବିଦ୍ୟାଧର ତା’ର ଜଣେ ସାଙ୍ଗକୁ କହିଥିଲେ। ସୂଚନା ପାଇବା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କାରାଗାର ପକ୍ଷରୁ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ଏପରି ଅଭିଯୋଗ ଭିତ୍ତିହୀନ ବୋଲି ସେ କହିଛନ୍ତି। ଏନ୍‌ଏଚ୍‌ଆର୍‌ସିଙ୍କ ମାର୍ଗଦର୍ଶିକା ଅନୁସାରେ ତଦନ୍ତ କରାଯିବ। ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ମଧ୍ୟ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories