Patra electronics

ଏହି ରାଶିର ଲୋକଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭଦାୟକ ହେବ

ମେଷ: ପ୍ରାପ୍ତ କ୍ଷମତାର ବିକେନ୍ଦ୍ରୀକରଣ କରି ଅନୁଗତ ଓ ଅଧସ୍ତନମାନଙ୍କର ନମସ୍ୟ ହୋଇପାରନ୍ତି। ଭିନ୍ନ ଭିନ୍ନ ସ୍ତରରୁ ଧନାଗମର ସୂଚନା ମିଳୁଛି। ପରିସ୍ଥିତି ଯାହା ହେଉ ପଛେ ଧର୍ମର ସାରବତ୍ତାକୁ ପାଥେୟ କରିବେ।
ବୃଷ: କ୍ରୋଧରୁ ମୋହ, ମୋହରୁ ସ୍ମୃତିଭ୍ରମ, ଫଳରେ ବୁଦ୍ଧି ନାଶ ଓ ବ୍ୟକ୍ତିର ଅଧପତନ ଘଟେ। କ୍ରୋଧର ନିବୃତ୍ତି ଗଲେ ଉପୁଜିବାକୁ ଥିବା ଆକସ୍ମିକ ସମସ୍ୟାରୁ ଉବୁରିଯାଇପାରନ୍ତି। ସାରାଦିନ ଶାନ୍ତି ରହିବାକୁ ପଡ଼ିବ।
ମିଥୁନ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ସୁସ୍ବାଦ ଖାଦ୍ୟ ଭୋଜନ କରି ସପତ୍ନୀକ ଆନନ୍ଦ ଅନୁଭବ କରିପାରନ୍ତି। ସେବାଭାବ ପ୍ରଚାର ସର୍ବସ୍ବ ନହେବା ଉଚିତ।
କର୍କଟ: ପରାଙ୍ଗପୁଷ୍ଟ ନହୋଇ ନିଜର ଧୀଶକ୍ତି ବଳରେ ଶତ୍ରୁର ମନବଳକୁ ପ୍ରତିହତ କରି ମିତ୍ରତା ସ୍ଥାପନ କରିପାରନ୍ତି। ଅଶାନ୍ତ ମନରେ ଶାନ୍ତିର ବାତରବରଣ ପ୍ରବାହିତ ହେବ। ଋଣ ପରିଶୋଧ କରିପାରନ୍ତି।
ସିଂହ: ପତ୍ନୀଙ୍କର ସହଭାଗିତା ଓ କାର୍ଯ୍ୟଶୈଳୀ ଆପଣଙ୍କ ପ୍ରେରଣାର ଉତ୍ସ ହୋଇପାରେ। ବହୁବିଦ୍ୟା ଅଳଙ୍କୃତ ହୋଇ ମଧ୍ୟ ବିଦ୍ୟାଭାସରୁ ନିବୃତ୍ତ ହେବେ ନାହିଁ। ଦାତା, ଭୋକ୍ତା ଓ ଗ୍ରହିତା ଭାବ ସମ୍ପନ୍ନ ହେବେ। କନ୍ୟା:ଅସାଧ୍ୟ କାର୍ଯ୍ୟକୁ ବିନା ଦ୍ବିଧାରେ ଗ୍ରହଣ କରି, ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ସାଧନ କରିବେ ଓ ତା’ର ଉଚିତ ମୂଲ୍ୟ ପ୍ରାପ୍ତ ହେବେ। ସ୍ବୟଂକ୍ରିୟ ହୋଇ ପରିବେଶକୁ ପ୍ରଦୂଷଣମୁକ୍ତ କରି ବସତି ସ୍ଥାପନ କରିପାରନ୍ତି।
ତୁଳା: ସତ୍‌ମାର୍ଗରେ ପରିଚାଳିତ ହୋଇ ଯେଉଁ ଧନ ପ୍ରାପ୍ତ ହେବେ ସେଥିରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। ଧୀର ଚିତ୍ତ ଓ ସ୍ଥିର ମାନସିକତାରେ କାର୍ଯ୍ୟ କରି ଅସାଧ୍ୟ ସାଧନ କରିପାରନ୍ତି। ଅସୁସ୍ଥତାର ଉପସମ ହେବ।
ବିଛା: ତ୍ୟାଗପୁତ ମନୋବୃତ୍ତି ନେଇ କାର୍ଯ୍ୟକରିବେ। ପ୍ରଜ୍ଞାଶୀଳର ପ୍ରତୀକ ହୋଇପାରନ୍ତି। ଧନ, ମାନ, ଗୌରବର ଅଧିକାରୀ ହେବେ। ଅକ୍ଷୟ ପୁଣ୍ୟର ଅଧିକାରୀ ହୋଇପାରନ୍ତି। ଧନାର୍ଜନରେ ପାରଙ୍ଗମ ହେବେ।
ଧନୁ: ଆତ୍ମସଂଯମ ଦ୍ବାରା ଅନ୍ତଃଶକ୍ତିର ଅଭ୍ୟୁଥାନ ଘଟିବ। ସ୍ବାଦିଷ୍ଟ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି; ମାତ୍ର ପୌଷ୍ଟିକତାର ଅଭାବ ଥିଲେ ସ୍ବାଦ ମୂଲ୍ୟହୀନ ହୋଇପାରେ। ଆୟ ସୀମିତ ହେବ।
ମକର: ସାଧନାରେ ସିଦ୍ଧିପ୍ରାପ୍ତିର ସୂଚନା ମିଳୁଛି; ମାତ୍ର ଏହା ଅହଂକାର ଶୂନ୍ୟ ହେବା ଉଚିତ। ମନରୁ ବିଦ୍ବେଷ ଭାବ ପରିତ୍ୟାଗ କଲେ ତ୍ରିତାପ ବାଧାବିଘ୍ନରୁ ପରମ ଶାନ୍ତି ପ୍ରାପ୍ତ ହେବେ। ଜ୍ଞାନ-ଗରିମାମୟ ହୋଇପାରନ୍ତି।

କୁମ୍ଭ: ଦୃଢ଼ ଇଚ୍ଛାଶକ୍ତି ହିଁ ଲକ୍ଷ୍ୟ ହାସଲର ମାଧ୍ୟମ ହେବ। ମନରେ ସାହସ ଓ ଆତ୍ମପ୍ରତ୍ୟୟ ଦ୍ବାରା ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବେ। ଉପନିଷଦର ସର୍ବ ବ୍ରହ୍ମମୟ ବାଣୀ ବୋଧଗମ୍ୟ ହେତୁ ଆପଣଙ୍କ ଆତ୍ମା ପରିପୂର୍ଣ୍ଣାନନ୍ଦ ହେବ।
ମୀନ: ନିଜର ଅବିଗୁଣକୁ ପରିତ୍ୟାଗ କଲେ ଜୀବନ ସୁଖମୟ ହେବ। ମହାନତା, ତ୍ୟାଗ, ଦୟା, କ୍ଷମା, ପରୋପକାର ଭାବ ଆପଣଙ୍କର ରହିବ। ବକେୟା ଧନପ୍ରାପ୍ତି ଆତ୍ମସନ୍ତୋଷର କାରଣ ହେବ।

Comments are closed.