ବାରିପଦା: ପୁଣି ଗଜରାଜଙ୍କ ଅକାଳ ମୃତ୍ୟୁ। ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ କୁରାଢିକ ଗାଁରେ ଏକ ମାଈ ହାତୀର ମୃତଦେହ ଠାବ ହୋଇଛି। ଗାଁ ମୁଣ୍ଡରେ ହାତୀଟି ମରି ପଡିଥିବା ଦେଖି ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ବେତନଟୀ ରେଞ୍ଜ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି। ମୃତ ମାଈ ହାତୀଟିର ମୟସ ୧୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ତେବେ ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କଲେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀଟୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ହାତୀ ଶୁଣ୍ଢରେ ବିଦ୍ୟୁତ୍ ତାର ଲାଗିରହିଥିବା ବେଳେ ଗାଁ ମୁଣ୍ଡରେ ବିଦ୍ୟୁତ୍ ତାର କେଉଁ ଆସିଲା, ଏବଂ କିଏ ଏହି ବିଦ୍ୟୁତ୍ ତାର ଟାଣିଥିଲା, ସେ ନେଇ ତଦନ୍ତ କରାଯାଉଛି।
Popular Categories



