www.samajalive.in
Wednesday, December 10, 2025
17.1 C
Bhubaneswar

ଜାଣନ୍ତୁ ଆଜି କେମିତି ରହିବ ଏସବୁ ରାଶିର ପାରିବାରିକ ଜୀବନ: ମଙ୍ଗଳବାର ରାଶିଫଳ

ମେଷ: ସକଳ ଗୁଣର ଆଧାର ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ସରକାରୀ ସ୍ତରରୁ ଲାଭ ଉଠାଇପାରନ୍ତି। ଅଶାନ୍ତି ଦୂର ହେବ। ଆର୍ଥିକ ସ୍ଥିତିରେ ଢେର ଉନ୍ନତି ଘଟିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ।
ବୃଷ: ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ମତିମାନ୍ ହେବେ। ବିବିଧ ଧନଯୁକ୍ତ ହେବେ। କର୍ମଚଞ୍ଚଳ ରହିବେ। ଅତି ସୁଖୀ, କୀର୍ତ୍ତିଶାଳୀ ଓ ସହିଷ୍ଣୁ ହୋଇପାରନ୍ତି। ରୂପବାନ୍‌ ହେବେ। ସ୍ବାସ୍ଥ୍ୟ ଅତୁଟ ରହିବ।
ମିଥୁନ: ଧନବାନ୍‌ ହେବେ। ଗୁଣଯୁକ୍ତ ହୋଇପାରନ୍ତି। ଉପାର୍ଜନକାରୀ ହେବେ। ଶକ୍ତିମାନ୍ ହୋଇପାରନ୍ତି। ଉତ୍ତମ ସ୍ବାସ୍ଥ୍ୟ ପାଇଁ ଆହାରରେ ସଂଯମ ରକ୍ଷା କରିବେ। ପ୍ରିୟଭାଷୀ ହେବେ। ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି।
କର୍କଟ: ମିତ୍ରଙ୍କଠାରୁ ସହଯୋଗ ମିଳିବା ସମ୍ଭବ ନୁହେଁ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଶତ୍ରୁ ସୃଷ୍ଟି ହେବାର ସମ୍ଭାବନା ରହିଛି। ମଧୁର କଥା ଓ ଉତ୍ତମ ବ୍ୟବହାର ଯୋଗଁୁ ପରକୁ ଆପଣାର କରିବେ।
ସିଂହ: ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। ଭୋଗବିଳାସ କରିପାରନ୍ତି। ଅପାର ଗୁଣର ଅଧିକାରୀ ହେବେ। ମନ ପ୍ରସନ୍ନ ରହିବ। ସରକାରୀ ଅନୁଦାନ ପ୍ରାପ୍ତିର ସୂଚନା ମିଳୁଛି।
କନ୍ୟା:ସରକାରୀ ଧନ ପ୍ରାପ୍ତିର ସୂଚନା ମିଳୁଛି। ବାସଗୃହର ପରିବେଶ ଉତ୍ତମ ମାନର ହେବ। କୀର୍ତ୍ତି, ମର୍ତ୍ତି, ସ୍ବତ୍ବ, ସନ୍ତୋଷ ସବୁକିଛି ମିଳିବ। ବହୁବିଧ ଧନର ଅଧିକାରୀ ହେବେ। ଉତ୍ତମ ଗୁଣସମ୍ପନ୍ନ ହୋଇପାରନ୍ତି।
ତୁଳା: ଧନବାନ୍‌ ହେବେ। ମହିଳାମାନଙ୍କର ସାହାଯ୍ୟକାରୀ ଓ ପ୍ରିୟପାତ୍ର ହେବେ। ନୀରୋଗ ଓ ରୂପବାନ୍‌ ହୋଇପାରନ୍ତି। ସୌଭାଗ୍ୟଶାଳୀ ହେବେ। ଧାର୍ମିକ ପ୍ରବୃତ୍ତିର ହୋଇପାରନ୍ତି। ଉଦ୍ୟୋଗୀ ହେବେ।
ବିଛା: ପୂର୍ବାହ୍ଣରେ ସତର୍କତାର ସହ ଚଳିବାକୁ ପଡ଼ିବ। ଅପରାହ୍ନରୁ ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିବେ।
ଧନୁ: ଆଜି ଦିନ ଭିତରେ ବହୁ ସୁଖକର ଘଟଣାମାନ ଘଟିବ। କ୍ଷମାଶୀଳ ହେବେ। ସୁଭାଷୀ, ସୁବିଦ୍ୟାଯୁକ୍ତ ହୋଇପାରନ୍ତି। ଦର୍ଶନୀୟ ସ୍ଥାନ ପରିଭ୍ରମଣ କରିବେ। ତେଜୀୟାନ ହେବେ। କର୍ମଚଞ୍ଚଳ ରହିବେ।
ମକର: ଶତ୍ରୁ ବିନାଶ ପାଇଁ ସ୍ବତଃପ୍ରବୃତ୍ତ ଭାବେ ବହୁ ସାହାଯ୍ୟକାରୀଙ୍କ ସହାୟତା ମିଳିବ। ମନରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଋଣ ପରିଶୋଧ କରିବେ। ଭ୍ରାତୃଭାବ ଅତୁଟ ରହିବ। ବ୍ୟୟକୁ ସଙ୍କୁଚିତ କରିପାରନ୍ତି।
କୁମ୍ଭ:ବିଦ୍ୟାର୍ଥୀଙ୍କ ଭଳି ନାନା ଶାସ୍ତ୍ରୀୟ ପୁସ୍ତକ ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ସ୍ବଅର୍ଜିତ ଧନ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ସ୍ନେହଶ୍ରଦ୍ଧା ଅତୁଟ ରହିବ। ତେଜିୟାନ୍‌ ଓ କୋମଳ ହୃଦୟର ହେବେ।
ମୀନ: କୃଷି କ୍ଷେତ୍ର ଲାଭଦାୟକ ହେବ। ଯାନବାହନ ସୁଖ ଭୋଗ କରିପାରନ୍ତି। ବାସଗୃହ ପ୍ରଦୂଷଣମୁକ୍ତ ରହିବ। ବନ୍ଧୁ ସହାୟତା ପାଇ ଖୁସି ହେବେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ସୁଖୀ ହେବେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories