Patra electronics

ଏହିସବୁ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ଆଜିର ଦିନ: ଶୁକ୍ରବାର ରାଶିଫଳ

ମେଷ: ବ୍ରାହ୍ମଣମାନଙ୍କ ସହିତ ମିତ୍ରତା ସ୍ଥାପନ କରିପାରନ୍ତି। ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ। ଅଧୀର ବ୍ୟକ୍ତିମାନଙ୍କୁ ଆଶ୍ବାସନା ଦେବେ। ରାଜତୁଲ୍ୟ ପୂଜ୍ୟ ହୋଇପାରନ୍ତି। ଧର୍ମକାର୍ଯ୍ୟ ଚାଲୁ ରଖିବେ।
ବୃଷ: କୃଷି କର୍ମରେ ମନୋନିବେଶ କରିପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ଚତୁଷ୍ପଦ ପ୍ରାଣୀଙ୍କ ସେବା ଉପରେ ଗୁରୁତ୍ବ ଦେବେ। ରୁପା, ସୁନା, ମଣି, ମୁକ୍ତା ଅାଦି ପ୍ରାପ୍ତିର ସୂଚନା ମିଳୁଛି।
ମିଥୁନ: ମୃଦୁ ଓ ମନୋହର ହାସ୍ୟ ବିଶିଷ୍ଟ ହୋଇପାରନ୍ତି। ବିଜୟୀ ଭାବାପନ୍ନ ହେବାର ସୂଚନା ମିଳୁଛି। ସଂଗୀତ ପ୍ରିୟ, ବଦାନ୍ୟ, ଲୋକ ପୂଜ୍ୟ, ରାଜମନ୍ତ୍ରୀ ହୋଇପାରନ୍ତି। ମାତୃ ଶକ୍ତି ନ୍ୟୂନ ହୋଇପାରେ।
କର୍କଟ: ଦ୍ବିଜ, ଦେବତାଙ୍କ ପ୍ରୀତ୍ୟାର୍ଥେ ଅକାତରେ ଧନ ବ୍ୟୟ କରିପାରନ୍ତି। ଯଜ୍ଞ କର୍ମରେ ସ୍ବେଚ୍ଛାକୃତ ଭାବେ ଖର୍ଚ୍ଚ ବହନ କରି ନିଜକୁ ଧନ୍ୟ ମନେ କରିବେ। ଧର୍ମକାର୍ଯ୍ୟ ଓ ସାଧୁମାନଙ୍କ ସେବାରେ ଧନ ବ୍ୟୟ କରିବେ।
ସିଂହ: ମନ୍ଦ କର୍ମରେ ମାର୍ଗୀ ହୋଇଥିବା ଅଜ୍ଞାନମାନଙ୍କର ଜ୍ଞାନଦାତା ହୋଇପାରନ୍ତି। ନାନା ବ୍ୟକ୍ତିବିଶେଷଙ୍କଠାରୁ ଦାନ ଗ୍ରହଣ କରି ସୁପାତ୍ରରେ ଦାନ କରି କୁତାର୍ଥ ହେବେ। ଦେଶାନ୍ତରରୁ ଅର୍ଥ ମିଳିପାରେ।
କନ୍ୟା: ଅପକର୍ମକାରୀଙ୍କୁ ସବୁଦିନ ପାଇଁ ପାଖରୁ ଅନ୍ତର କରି ପାରନ୍ତି। ଗୃହ ପରିଚାଳନାରେ ପତ୍ନୀଙ୍କ ଉପରେ ନିର୍ଭରଶୀଳ ହେବେ। ସଜ୍ଜନ ସଙ୍ଗ ହେବେ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ଲାଭ କରିପାରନ୍ତି।
ତୁଳା: ଧର୍ମକାରୀଭାବେ ମହାନ୍‌ ହୋଇପାରନ୍ତି। ଦେବ, ବ୍ରାହ୍ମଣଙ୍କ ସେବାଯୁକ୍ତ ହୋଇ ଆତ୍ମସନ୍ତୋଷ ଲାଭ କରିବେ। ଜନାନୁରାଗୀ ହେବାର ସୂଚନା ମିଳୁଛି। ଅଦ୍ଭୁତ କର୍ମା ହୋଇପାରନ୍ତି। ପତ୍ନୀ ପତିପ୍ରାଣା ହେବେ।
ବିଛା: ଦିନଟି କର୍ମବହୁଳ ହୋଇ ଅତିମାତ୍ରାରେ ମାନସିକ ଯନ୍ତ୍ରଣାଦାୟକ ହୋଇପାରେ। ଧୈର୍ଯ୍ୟଧାରୀ ହୋଇ ସହକର୍ମୀମାନଙ୍କର ଆଦର୍ଶ ହୋଇପାରନ୍ତି। ଯାନବାହନ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ।
ଧନୁ: ଜଣେ ମହିଳା ହୋଇଥିଲେ ବି ପୁରୁଷ ତୁଲ୍ୟ କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରି ଜନସାଧାରଣଙ୍କ ପ୍ରଶଂସାର ପାତ୍ର ହେବେ। ମତିମାନ୍‌ ହେବେ। ସର୍ବଦା ସୁଚିନ୍ତିତ ମତବ୍ୟକ୍ତ କରିବେ। ଉଦ୍ୟୋଗୀ ହେବେ।
ମକର: ଧନ ପ୍ରାପ୍ତି ନିମନ୍ତେ ଯେକୌଣସି ବ୍ୟକ୍ତିଙ୍କ ସହିତ ସ୍ଥାପନ କରିପାରନ୍ତି। ସାଧୁ ମହାଜନମାନଙ୍କ ସହିତ ବୈରୀ ଭାବ ଉପୁଜିପାରେ। ଗୃହକର୍ତ୍ତା ଓ କର୍ତ୍ତୀଙ୍କର ବିରାଗ ଭାଜନ ହେବାର ସୂଚନା ମିଳୁଛି। କର୍ମଠ ହେବେ।
କୁମ୍ଭ: ପୁତ୍ରମାନେ ଧୀର, ସ୍ଥିର ଓ ଉଚ୍ଚମନା ହେବେ। ସଦାସର୍ବଦା ସଚେଷ୍ଟ ରହିବେ। ଅତୁଳନୀୟ ଶକ୍ତିଯୁକ୍ତ ହୋଇପାରନ୍ତି। ସ୍ବୟଂ ପୁତ୍ରର ଜ୍ଞାନଦାତା ହୋଇ ତାକୁ ସନ୍ମାର୍ଗୀ ହେବାର ପଥ ପ୍ରଦର୍ଶକ ହେବେ।
ମୀନ: ପାନୀୟ ଓ ବ୍ୟାବହାରିକ ଜଳ ଦାନ କରି ଧନ ଅର୍ଜନ କରିପାରନ୍ତି। ଦେବାଶ୍ରୟ ହେବେ। ବସ୍ତ୍ର ବ୍ୟବସାୟୀମାନେ ଅଧିକ ଧନ ଅର୍ଜନ କରିପାରନ୍ତି। ଗୁରୁଜନମାନଙ୍କଠାରେ ଭକ୍ତିଭାବ ରଖିବେ।

Comments are closed.