ମେଷ: ଭାଗ୍ୟଶାଳୀ ହୋଇପାରନ୍ତି। ଆଜି ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ଭୋଗୀ ଓ ବିଳାସୀ ହେବା ଆଶା କରାଯାଏ। ଧର୍ମାତ୍ମା, ବିଦ୍ବାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ବୃଷ: ପ୍ରତିଶୋଧ ପରାୟଣ ହୋଇପାରନ୍ତି। କଥାବାର୍ତ୍ତାରେ ବାଚାଳତା ପ୍ରକାଶ ପାଇପାରେ। ସହଯୋଗୀ ବ୍ୟବସାୟ ଲାଭଦାୟକ ହେବ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ସତର୍କତାର ଦିନ ଆଜି।
ମିଥୁନ: ସମାଜସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ସ୍ବକାର୍ଯ୍ୟ ପାଇଁ ଉପୁଜିଥିବା ଅହଂଭାବକୁ ବିସର୍ଜନ ଦେବାକୁ ପଡ଼ିବ। ସୁସ୍ଥ ରହିବେ।
କର୍କଟ: ଆୟର ସ୍ବଳ୍ପତା ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି। ଭ୍ରାତୃଭାବ ଅତୁଟ ରହିବ। ସୁସ୍ଥ ଓ ନିରାମୟ ରହିବେ। ଚତୁର ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ମଧ୍ୟ ସେବା ମନୋଭାବ ରହିବ।
ସିଂହ: କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବ ଅନୁଭବ କରିପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ଧାର୍ମିକ ଓ ତେଜସ୍ବୀ ହେବେ।
କନ୍ୟା: ଉଦାର ଚେତା ହୋଇପାରନ୍ତି। ଦାନଧର୍ମରେ ଦୀକ୍ଷିତ ହେବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। କୃଷି କର୍ମକାରୀ ହୋଇପାରନ୍ତି। ଜଳଯାତ୍ରାରେ ବିପଦ ରହିଛି। ଯାନବାହନ ସୁଖ ମିଳିପାରେ।
ତୁଳା: ଆତ୍ମବିଶ୍ବାସୀ ହେବେ। ମନ ପ୍ରସନ୍ନ ରହିବ। ଭାଷା ପ୍ରେମପୂର୍ଣ୍ଣ ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ। ସାନ ଭାଇମାନଙ୍କଠାରୁ ଭକ୍ତିଯୁକ୍ତ ଆଦର, ସମ୍ମାନ ମିଳିବ। ଧାର୍ମିକ ହେବେ।
ବିଛା: ସୌଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହୋଇପାରନ୍ତି। ପାରିବାରିକ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ।
ଧନୁ: ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ସଂଗ୍ରାମୀ ମନୋବୃତ୍ତିର ହୋଇପାରନ୍ତି। ଧନସମ୍ପଦ ଭରପୂର ରହିବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ।
ମକର: ଥଣ୍ଡାକଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିବେ। କର୍ମଚଞ୍ଚଳ ରହିବେ। ମଧୁର କଥାରେ ପରକୁ ଆପଣାର କରି କାର୍ଯ୍ୟ ହାସଲ କରିବେ। ଧାର୍ମିକ ହେବା ସହ ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।
କୁମ୍ଭ: ଆୟୁଷ୍ମାନ୍, ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହ ରାଜକୋଷ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଜ୍ୟୋତିଷ ବିଦ୍ୟା ପ୍ରତି ରୁଚି ବଢ଼ିବ।
ମୀନ: କୁଳ ପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ପରିବାରପ୍ରତି ସ୍ନେହ-ସଦ୍ଦିଚ୍ଛା ଭାବ ରହିବ। କର୍ମଠ ହେବେ।
ଆଜି ଏହି ରାଶିର ଲୋକଙ୍କୁ କ୍ୟାରିୟରରେ ମିଳିବ ସଫଳତା
Popular Categories



