୫ ରାଶି ଉପରେ ହେବ ଧନବର୍ଷା: ଗୁରୁବାର ରାଶିଫଳ

ମେଷ: ବିଶାଳ ଯଶର ଅଧିକାରୀ ହେବେ। ଜୀବନ ଅତ୍ୟନ୍ତ ସୁଖମୟ ହେବ। ଦାନ-ଧ୍ୟାନ ପ୍ରତି ବିଶେଷ ଅନୁରକ୍ତି ରହିବ। ଶତ୍ରୁ ଉପରେ ବିଜୟ ହାସଲ କରି ଆଶଙ୍କା ମୁକ୍ତ ହେବେ। ବିତ୍ତବାନ୍‌ ହେବାର ସୂଚନା ମିଳୁଛି।
ବୃଷ: ଗୁରୁ, ଗୁରୁଜନମାନଙ୍କ ନିକଟରେ ବିନୟାବନତ ହେବେ। ବହୁ ଉତ୍ତମ ହିତକାରୀ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ପ୍ରଥିତ ପ୍ରତାପୀ ହେବେ। ଦୃଢ଼ ପୌରୁଷର ଅଧିକାରୀ ହେବେ। ଉଚ୍ଚାସନରେ ଆସୀନ ହେବେ।
ମିଥୁନ: ଦାନକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ସଦା ସର୍ବଦା ସହପଥଗାମୀ ହେବାର ପ୍ରୟାସ ଜାରି ରଖିବେ। ପତ୍ନୀ ପ୍ରେରଣାଦାୟିନୀ ହେବେ। ପୁତ୍ର ସୁଖ ମିଳିବ। ଜ୍ଞାନ ରୂପକ ଧନ ପ୍ରାପ୍ତିର ସୂଚନା ମିଳୁଛି।
କର୍କଟ: ଭ୍ରମଣ ବ୍ୟର୍ଥ ହେବାର ସୁରକ୍ଷା ମିଳୁଛି। ସର୍ବ ସୁଖ ବାଧାପ୍ରାପ୍ତ ହେବ। ପତ୍ନୀଙ୍କ ବିରାଗଭାଜନ ହୋଇପାରନ୍ତି। ସ୍ବାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭପ୍ରଦ ହୋଇପାରେ। ସତର୍କରେ ଚଳିବାକୁ ପଡ଼ିବ।
ସିଂହ: ଅସୂର୍ଯ୍ୟ ସ୍ପର୍ଶା ପତ୍ନୀଙ୍କ ଉପାସନାର ପ୍ରତୀକ ହେବେ। ସମ୍ବେଦନା ସହିତ ଯୋଡ଼ି ହେଲେ ସେବାର ସାର୍ଥକତା ଉପଲବ୍ଧ ହେବ। ବିରହର ଦାବାଗ୍ନି ଆପଣଙ୍କୁ ସ୍ପର୍ଶ କରିନପାରେ। ଧର୍ମକୁ ଜୀବନର ଆଧାର କରିପାରନ୍ତି।
କନ୍ୟା:ଆପଣଙ୍କ ଚେତନାଧର୍ମୀ ଲେଖା ଅବୁଧମାନଙ୍କ ହୃଦୟରେ ପରିବର୍ତ୍ତନ ଆଣିପାରେ। ‘ଶଠେ, ପାଠ୍ୟ’ ନୀତି ଆଚରଣ କରିପାରନ୍ତି। ଶାସ୍ତ୍ର ବିହିତ କାର୍ଯ୍ୟ କରିବାକୁ ନିଜର କର୍ତ୍ତବ୍ୟ ଭାବେ ଗ୍ରହଣ କରିପାରନ୍ତି।
ତୁଳା:ପୁତ୍ର ପାଇଁ ସୁଖର ମାର୍ଗ ସ୍ଥିର କରିବାରେ ସିଦ୍ଧହସ୍ତ ହେବେ। ଦୈବୀ ଶକ୍ତି ଆହରଣ ପାଇଁ ଯୋଗାସନ ହୋଇପାରନ୍ତି। ଅନନ୍ୟ ପ୍ରତିଭାସମ୍ପନ୍ନ ହେବେ। ଧର୍ମଧ୍ବଜାଧାରୀ ହୋଇପାରନ୍ତି। ମିତ୍ରତା ବୃଦ୍ଧି ହେବ।
ବିଛା: ମହାନ୍‌ ପୌରୁଷର ଅଧିକାରୀ ହେବେ। ଅତିମାନସ ଜ୍ଞାନ ଚକ୍ଷୁକୁ ଉନ୍ମୋଚନ କରି ଓ ଆତ୍ମଶକ୍ତିକୁ ଜାଗ୍ରତ କରି ଅଚିନ୍ତ୍ୟ ଶକ୍ତିସମ୍ପନ୍ନ ହେବେ। କଷ୍ଟକରି ଇଷ୍ଟ ପ୍ରାପ୍ତି ପତ୍ନୀକୁ ଆଦରି ନେଇପାରନ୍ତି।
ଧନୁ: ନିରୀହ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ପ୍ରମାଦହୀନ ଭାବେ ଦିନଟି ଅତିବାହିତ ହେବ। ସାଧୁ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ମନୋଭାବକୁ ପବିତ୍ର, ଶାନ୍ତ ଓ ସ୍ଥିର ରଖି ଜ୍ଞାନର ତତ୍ତ୍ବ ପ୍ରକାଶ କରିବେ।
ମକର: ଭଲ ରୋଜଗାର ହେବ। ଧନବାନ୍‌ ହେବେ। ଗୁଣଯୁକ୍ତ ହୋଇପାରନ୍ତି। ଉପାର୍ଜନକାରୀ ହେବେ। ଶକ୍ତିମାନ୍‌ ଓ ରୂପବାନ୍‌ ହୋଇପାରନ୍ତି। ସୁସ୍ବାଦୁ ଭୋଜନ ମିଳିବ। ଚିନ୍ତାଧାରା ମହତ୍‌ ହେବ। ସ୍ବାସ୍ଥ୍ୟ ଅତୁଟ ରହିବ।
କୁମ୍ଭ:ବିବାଦୀୟ ବିତର୍କରୁ ଓହରିଯାଇପାରନ୍ତି। କର୍ମଚଞ୍ଚଳ ରହିବେ। ଥଣ୍ଡା, କଫଜନିତ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି। ମଧୁର କଥାରେ ପରକୁ ଆପଣାର କରିପାରନ୍ତି। ସ୍ବାସ୍ଥ୍ୟ ରକ୍ଷା ପାଇଁ ଧନ ବ୍ୟୟ କରିବେ।
ମୀନ: ନାନାବିଧ ସୁଖ ମିଳିବ। କୀର୍ତ୍ତିମାନ୍‌ ହେବେ। ଭୋଗୀ ହେବେ। ଗୁଣଜ୍ଞ ହୋଇପାରନ୍ତି। ପ୍ରସନ୍ନ ଲାଭ କରିବେ। କାର୍ଯ୍ୟରେ ସଫଳତା ମିଳିବ। ପରୋପକାରୀ ହେବେ। ଭଲ କାମ କରି ପ୍ରଶଂସାର ପାତ୍ର ହେବେ।

Comments are closed.