ଆଜି ଏହି ରାଶିର ଲୋକେ ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ

ମେଷ: ଶାସ୍ତ୍ରପଟୁ ହେବେ। ପୁଣ୍ୟଦେହୀ ହୋଇପାରନ୍ତି। ସୁବର୍ଣ୍ଣାଦିଯୁକ୍ତ ହେବେ। ରୂପବାନ୍ ହେବେ। ରାଜବଂଶ ପୂଜିତ ହୋଇପାରନ୍ତି। ବ୍ୟବସାୟରୁ ପ୍ରଚୁର ଧନ ଲାଭ ହେବ। ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ।
ବୃଷ: ବାଣିଜ୍ୟ କାରବାରରୁ ଧନାଗମ ହେବ। ବିଚକ୍ଷଣ ବୁଦ୍ଧି ସମ୍ପନ୍ନ ହେବେ। ଉପଯୁକ୍ତ କର୍ମାନୁରକ୍ତ ହେବେ। ଯଶସ୍ବୀ ହୋଇପାରନ୍ତି। ଧନଶାଳୀ ହେବାର ସୂଚନା ମିଳୁଛି। ସରକାରୀ ସ୍ତରରୁ ଧନାଗମ ହୋଇପାରେ।
ମିଥୁନ: ସାମର୍ଥ୍ୟର ପରିପ୍ରକାଶ ଘଟିବ। ଧନାଗମର ସୂଚନା ମିଳୁଛି। ନବବସ୍ତ୍ର ପରିଧାନର ଶୁଭ ଯୋଗ ଅଛି। ଯାନବାହନ ସୁଖ ମିଳିବ। ସରକାରୀ ଅର୍ଥ ମିଳିପାରେ। କର୍ମଫଳ ଉତ୍ତମ ମାନର ହେବ। ସର୍ବତ୍ର ବିଜୟୀ ହେବେ।

କର୍କଟ:  ସନ୍ମାର୍ଗୀ ହେବେ। ଜ୍ଞାନ, ଗରିମା ଯୁକ୍ତ ହୋଇପାରନ୍ତି। ବିବିଧ ଉପାୟରେ ଧନ ଅର୍ଜନ କରିପାରନ୍ତି। ରାଜନୀତି କ୍ଷେତ୍ରରେ ପାରଙ୍ଗମ ହେବେ। ସୁଖୀ ହେବେ। ଯଶସ୍ବୀ ହେବେ। ସର୍ବତ୍ର ବିଜୟୀ ହେବେ।
ସିଂହ: ଧନବାନ୍‌ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ବଳବାନ୍‌ ହୋଇପାରନ୍ତି। ଉପାର୍ଜନର ମାତ୍ରା ବୃଦ୍ଧି ହେବ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁଙ୍କଠାରୁ ସହାୟତା ମିଳିବ।

କନ୍ୟା: କର୍ମଚଞ୍ଚଳ ରହିବେ। ମଧୁର କଥାରେ ପରକୁ ଆପଣାର କରି କାର୍ଯ୍ୟ ହାସଲ କରିପାରନ୍ତି। ସାଧନା ଫଳବତୀ ହେବ। ମାନ୍ଦାଗ୍ନି ଭୋଗ କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ଲାଭ କରିପାରନ୍ତି।
ତୁଳା: ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ସ୍ତ୍ରୀ ଧନ ହେତୁ ସୁଖୀ ହେବେ। ମନ୍ତ୍ରଣାଦାତା ହୋଇପାରନ୍ତି। କାବ୍ୟକର୍ତ୍ତା ହେବେ। ନୃତ୍ୟ ସଙ୍ଗୀତ ପ୍ରିୟ ହେବେ। ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି।
ବିଛା: ସରକାରୀ ଅର୍ଥ ମିଳିପାରେ। ଗୃହ ପରିବେଶ ଉତ୍ତମ ମାନର ହେବ। ବହୁବିଧ ଧନର ଅଧିକାରୀ ହେବେ। ଉତ୍ତମ ଗୁଣଯୁକ୍ତ ହେବେ। ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହେବେ। ଦର୍ଶନୀୟ ହୋଇପାରନ୍ତି। ଭୋଗୀ ହେବେ।
ଧନୁ: ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ପୁତ୍ର ସୁଖରେ ସୁଖୀ ହେବେ। ମନ୍ତ୍ର-ଶାସ୍ତ୍ରାଦି ଆୟତ୍ତ କରି ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଯାନବାହନଯୁକ୍ତ ହେବା ସହିତ ଉତ୍ତମ ବଚନାଦିରେ ପଟୁ ହେବେ।
ମକର: ଜିତେନ୍ଦ୍ରୀୟ ହେବେ। ପ୍ରବଳ ପରାକ୍ରମୀ ହୋଇପାରନ୍ତି। କୀର୍ତ୍ତିମାନ୍‌ ହେବେ। ଜନବଲ୍ଲଭବରେ ପରିଗଣିତ ହେବେ। ଅତ୍ୟଧିକ ମାନସିକ ଦୁଶ୍ଚିନ୍ତାର ଶିକାର ହୋଇପାରନ୍ତି। ଅସୁସ୍ଥତା ଅନୁଭବ କରିପାରନ୍ତି।

କୁମ୍ଭ: ରାଜତୁଲ୍ୟ ହୋଇପାରନ୍ତି। ଦେଶାଦିର ଆଧିପତ୍ୟ ଲାଭ କରିବେ। ଧର୍ମପ୍ରିୟ ହେବେ। ପାଣ୍ଡିତ୍ୟ ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ପତ୍ନୀ ସ୍ଥିର ସ୍ବଭାବ, ପତିବ୍ରତା ଓ ଦେବ, ବ୍ରାହ୍ମଣ ସଙ୍ଗଯୁକ୍ତା ହେବେ।
ମୀନ: ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହେବେ। ଧନଶାଳୀ ହୋଇପାରନ୍ତି। ବହୁ ମୁକ୍ତାର ଅଧିକାରୀ ହେବେ। ଶାନ୍ତ, ନିପୁଣ ଓ ମେଧାବୀ ହୋଇପାରନ୍ତି। ଜିତେନ୍ଦ୍ରୀୟ ହେବେ। ବିଦ୍ବାନ୍‌ ହୋଇପାରନ୍ତି। ଦୟାଳୁ ହୋଇପାରନ୍ତି।

Comments are closed.