www.samajalive.in
Friday, December 5, 2025
17.1 C
Bhubaneswar

ପିଆଜ ରପ୍ତାନି ଶୁଳ୍କ ହଟାଇଲେ ସରକାର

ନୂଆଦିଲ୍ଲୀ : ପିଆଜ ଉପରେ ଥିବା ୨୦ ପ୍ରତିଶତ ରପ୍ତାନି ଶୁଳ୍କକୁ ଶନିବାର କେନ୍ଦ୍ର ସରକାର ହଟାଇ ଦେଇଛନ୍ତି। ଏହାଦ୍ବାରା ପିଆଜ ଚାଷୀ ଓ ରପ୍ତାନିକାରୀ ଆଶ୍ବସ୍ତି ପାଇବେ। କାରଣ ଦେଶରେ ପିଆଜ ମହଜୁଦ ପରିମାଣ ବଢ଼ିବା ଓ ଦର ହ୍ରାସ ପାଇଥିବାରୁ ରପ୍ତାନି ଶୁଳ୍କ ହଟାଇବା ପାଇଁ ଚାଷୀ ଓ ରପ୍ତାନିକାରୀ ଦାବି କରିଥିଲେ। ଏହା ଏପ୍ରିଲ ୧ରୁ କାର୍ଯ୍ୟକାରୀ ହେବ ବୋଲି ରାଜସ୍ବ ବିଭାଗ ବିଜ୍ଞପ୍ତି ଜାରି କରିଛି।
ମଣ୍ଡିକୁ ଆଶା ଅନୁଯାୟୀ ରବି ଫସଲ ଆସିବା ପରେ ମଣ୍ଡି ଏବଂ ଖୁଚୁରା ମୂଲ୍ୟ ହ୍ରାସ ପାଇଛି। ଗତବର୍ଷ ସମାନ ସମୟ ତୁଳନାରେ ଚଳିତବର୍ଷ ପିଆଜ ଦର ଅଧିକ ଥିଲେ ମଧ୍ୟ ସର୍ବଭାରତୀୟ ହାରାହାରି ମୂଲ୍ୟରେ ୩୯% ହ୍ରାସ ଘଟିଛି। ସେହିପରି ଗତ ଗୋଟିଏ ମାସରେ ସର୍ବଭାରତୀୟ ହାରାହାରି ଖୁଚୁରା ମୂଲ୍ୟରେ ୧୦% ହ୍ରାସ ଘଟିଛି। ଅନ୍ୟପକ୍ଷରେ ଦେଶର ଚାହିଦା ଅନୁଯାୟୀ ଗଚ୍ଛିତ ପିଆଜ ପରିମାଣ ଯଥେଷ୍ଟ ବୃଦ୍ଧିପାଇଛି। ତେଣୁ ପିଆଜ ଉପରେ ଥିବା ରପ୍ତାନି ଶୁଳ୍କ ହଟାଇବା ପାଇଁ ଚାଷୀ ଓ ରପ୍ତାନିକାରୀ ସରକାରଙ୍କ ନିକଟରେ ଦାବି କରିଥିଲେ। ବିଶ୍ୱ ବଜାରରେ ଭାରତ ଏହାର ବଜାର ଅଂଶ ହରାଇବା ଏବଂ ଗତ ତିନି ସପ୍ତାହ ମଧ୍ୟରେ ହାରାହାରି ମୂଲ୍ୟ ୨,୨୭୦ ଟଙ୍କା ପ୍ରତି କ୍ୱିଣ୍ଟାଲରୁ ୧,୪୨୦ ଟଙ୍କାକୁ ହ୍ରାସ ପାଇବା ପରେ ବ୍ୟବସାୟୀଙ୍କ ମଧ୍ୟରେ ଚିନ୍ତା ବଢ଼ିବାରୁ ରପ୍ତାନି ଶୁଳ୍କ ବାତିଲ କରାଯାଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories