www.samajalive.in
Sunday, December 7, 2025
26.1 C
Bhubaneswar

ଆଜି ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ, ବ୍ୟବସାୟରେ ଲାଭବାନ ହେବେ

ମେଷ: ଶାସ୍ତ୍ରପଟୁ, ପୁଣ୍ୟଦେହୀ, ସୁବର୍ଣ୍ଣାଦିଯୁକ୍ତ ଓ ରାଜବଂଶ ପୂଜିତ ହେବେ। ଲୋଭନୀୟ ସୁନ୍ଦର ଶରୀରଯୁକ୍ତ ହେବେ। ବିଦ୍ବାନ୍‌, ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ, ଦେବଦ୍ବିଜ ଭକ୍ତ ଧନାଦିଯୁକ୍ତ ଓ କର୍ମ ପରାୟଣ ହେବେ।
ବୃଷ: ଗୁଣସାଗର ଓ ଧନବାନ୍‌ ହେବେ। ମିତବ୍ୟୟୀ ହୋଇପାରନ୍ତି। ବଳିଷ୍ଠ ଓ ଉପାର୍ଜନକାରୀ ହେବେ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ନୃତ୍ୟ ସଙ୍ଗୀତପ୍ରିୟ ହୋଇପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ।
ମିଥୁନ: ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଧନାଗମର ଧାରା ଅବ୍ୟାହତ ରହିବ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କର୍ମଚଞ୍ଚଳ ରହିବେ। ମଧୁର ଭାଷାରେ ଜନସାଧାରଣଙ୍କ ମନ ମୋହିବେ। କର୍କଟ: ଐଶ୍ବର୍ଯ୍ୟମୁକ୍ତ ହେବେ। ଧନୀକ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। ବିଦ୍ବାନ୍‌ ଓ ଶାସ୍ତ୍ରଜ୍ଞ ହେବେ। ତେଜୀୟାନ୍‌ ହେବେ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ମୁଖମଣ୍ଡଳ ତେଜଦୀପ୍ତ ହେବ।
ସିଂହ: କର୍ମପ୍ରବଣ ହେବେ। ନୀରୋଗ ଶରୀରସମ୍ପନ୍ନ ହେବେ। ସୁସ୍ଥ ଓ ପ୍ରସନ୍ନଚିତ୍ତ ସମ୍ପନ୍ନ ହୋଇପାରନ୍ତି। ନରେଶ ତୁଲ୍ୟ ଧନୀ ହୋଇପାରନ୍ତି। ଜନସାଧାରଣଙ୍କ ବିଶ୍ବସନୀୟ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

କନ୍ୟା:ଆୟୁଷ୍ମାନ୍‌ ହେବେ। ପ୍ରଶାସନିକ ଚିନ୍ତାକୁ ଦୃଢ଼ ଇଚ୍ଛା ଶକ୍ତି ବଳରେ କାର୍ଯ୍ୟକାରୀ କରିବେ। ସୁଖ, ସମୃଦ୍ଧିପୂର୍ଣ୍ଣ ଓ ଭୋଗ-ବିଳାସରେ ଦିନଟି ଅତିବାହିତ କରିବେ। ଦାମ୍ପତ୍ୟ ଜୀବନ ଅମୃତ ଆଶ୍ବାଦନ ତୁଲ୍ୟ ହେବ।
ତୁଳା: ଧୈର୍ଯ୍ୟବାନ୍‌ ଓ ବଳଶାଳୀ ହୋଇପାରନ୍ତି। ଜ୍ୟୋତିଷ ଶାସ୍ତ୍ର ପ୍ରତି ରୁଚି ରହିବ। ଶ୍ବଶୁର ଘରୁ ଧନ ପ୍ରାପ୍ତିର ସମ୍ଭାବନା ରହିଛି। ଦିନଟି ଶୁଭମୟ ହେବ। ସେବା ଓ ପରୋପକାର ମନୋଭାବର ହୋଇପାରନ୍ତି।
ବିଛା: ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ଦୈବୀ ଶକ୍ତିସମ୍ପନ୍ନ ହୋଇପାରନ୍ତି। ଜନ୍ମ ଭୂମିରୁ ଅନ୍ୟତ୍ର ବାସଗୃହ ନିର୍ମାଣ ଇଚ୍ଛା କଲେ ତାହା ସମ୍ଭବ ହୋଇପାରେ। ଧୈର୍ଯ୍ୟବାନ୍‌ ହେବେ। ସମାଜସେବାରେ ବ୍ରତୀ ହେବେ।
ଧନୁ: ଶାସ୍ତ୍ରଜ୍ଞାତା ହେବେ। ବନ୍ଧୁ, ସହଦୋର ସମସ୍ତଙ୍କର ପ୍ରିୟପାତ୍ର ହେବେ। ସନ୍ତାନ ସୁଖ ମିଳିବ। ଆଧ୍ୟାତ୍ମବାଦୀ ହୋଇପାରନ୍ତି। ଲୋକପ୍ରିୟ ଓ ସନ୍ତତିବାନ୍‌ ହେବେ। ବାକ୍‌ପଟୁ ହେବେ। ଦାରିଦ୍ର୍ୟରୁ ମୁକ୍ତ ହୋଇପାରନ୍ତି।
ମକର: ଧନସମ୍ପଦଯୁକ୍ତ ହୋଇପାରନ୍ତି। ମାତାପିତାଙ୍କ ଆଜ୍ଞା ପାଳନକାରୀ ହେବେ। ଯାନବାହନ ସୁଖ ମିଳିବ। ଆକସ୍ମିକ ଧନଲାଭ ହୋଇପାରେ। ତେଜସ୍ବୀ ଓ ଧାର୍ମିକ ହେବେ। ପତ୍ନୀ ଆଜ୍ଞାକାରିଣୀ ହେବେ। କୁମ୍ଭ: ଆସ୍ତିକ, ପରୋପକାରୀ, ପ୍ରବାସୀ ହେବେ। ନିଜ ଧନକୁ କେବେ ହେଲେ ଅନୁଚିତ କାର୍ଯ୍ୟରେ ବ୍ୟୟ କରିବେ ନାହିଁ। ବାସଗୃହକୁ ପ୍ରଦୂଷଣମୁକ୍ତ ରଖିବେ। ଉଜ୍ଜ୍ବଳ ମୁଖମଣ୍ଡଳ କେବେ କଳା ପଡ଼ିବ ନାହିଁ।
ମୀନ: ମନ ପ୍ରସନ୍ନ ରହିବ। ପତ୍ନୀଙ୍କ ସହଯୋଗ ଭବିଷ୍ୟତ ପାଇଁ ପଥ ପ୍ରଦର୍ଶକ ହେବ। ରତ୍ନ ବ୍ୟବସାୟ ଲାଭପ୍ରଦ ହେବ। ରଚନାବଳୀ ପ୍ରାଣ ଛୁଆଁ ହୋଇପାରେ। ସଞ୍ଚୟାଭିମୁଖୀ ହେବେ। ଜ୍ଞାନୀ ଓ ଶାସ୍ତ୍ରଜ୍ଞ ହେବେ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories