www.samajalive.in
Friday, December 5, 2025
17.1 C
Bhubaneswar

ଆଜିଠୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ

ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ରହିଛି। ଫଳସ୍ବରୂପ କେତେକ ସ୍ଥାନରେ ପହିଲି ଶୀତ ପଡ଼ିପାରେ। ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ କିଛି ଜାଗାରେ ରାତି ତାପମାତ୍ରା କମିବ। କିନ୍ତୁ ଆଭ୍ୟନ୍ତରୀଣ ଓ ଉପକୂଳରେ ରାତି ତାପମାତ୍ରା କମିଲେ ବି ଶୀତ ପ୍ରକୋପ ଅଧିକ ରହିବା ସମ୍ଭାବନା ନାହିଁ। କାରଣ ସର୍ବନିମ୍ନ ତାପମାତ୍ରା ଫୁଲବାଣୀ ଏବଂ କୋରାପୁଟକୁ ଛାଡ଼ି ଦେଲେ ବାକି ସମସ୍ତ ସ୍ଥାନରେ ୨୦ଡିଗ୍ରୀ ଉପରେ ରହିଛି।

ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆଜିଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା କମିପାରେ। ସେହିପରି ଉପକୂଳବର୍ତ୍ତୀ ଜିଲାଗୁଡ଼ିକ ମଧ୍ୟରେ କିଛି ସ୍ଥାନରେ ରାତି ତାପମାତ୍ରା ୧ରୁ ୨ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ। ଶନିବାର କୋରାପୁଟରେ ରାତି ତାପମାତ୍ରା ୧୬.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ୧୮ ଏବଂ ଦାରିଙ୍ଗବାଡ଼ିରେ ୧୮.୫ଡିଗ୍ରୀ ରହିଛି। ସେହିପରି ପାରାଦ୍ବୀପରେ ସର୍ବନିମ୍ନ ତାପମାତ୍ରା ୨୭.୨ ଡିଗ୍ରୀ, ପୁରୀରେ ୨୭.୪, ବାଲେଶ୍ବରରେ ୨୫.୫, ଚାନ୍ଦବାଲି ୨୫.୮, ଭୁବନେଶ୍ବର ୨୫ ଏବଂ କଟକରେ ୨୩ଡିଗ୍ରୀ ରହିଛି।
ଉତ୍ତର ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରୁଛି। ହେଲେ ଆଗାମୀ ୧୨ଘଣ୍ଟା ମଧ୍ୟରେ ବିଶେଷ ଘନୀଭୂତ ହେବାର ସମ୍ଭାବନା ନାହିଁ। ସୃଷ୍ଟ ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories