www.samajalive.in
Saturday, December 6, 2025
14.1 C
Bhubaneswar

ଆଇସିସି ଟି୨୦ ବିଶ୍ବକପ ମ୍ୟାଚ୍: ଆଜି ଭାରତ-କାନାଡା ମ୍ୟାଚ୍, ବର୍ଷା ସାଜିପାରେ ବାଧକ

ଆମେରିକା : ଚଳିତ ଆଇସିସି ଟି୨୦ ବିଶ୍ବକପ ମ୍ୟାଚ୍। ଆଜି(ଶନିବାର) ଭାରତ ଓ କାନାଡା ମଧ୍ୟରେ ଗ୍ରୁପ-ଏ ର ଏକ ମ୍ୟାଚ ଫ୍ଲୋରିଡାର ଲୌଡରହିଲରେ ଖେଳାଯିବ। ଭାରତ ସୁପର-୮ରେ ପ୍ରବେଶ କରିସାରିଥିବାବେଳେ ଶେଷ ମ୍ୟାଚକୁ ଜିତି ଗ୍ରୁପ ଶୀର୍ଷରେ ରହିବାକୁ ଉଦ୍ୟମ କରିବ। ଅନ୍ୟପକ୍ଷରେ କାନାଡା ୩ଟି ମ୍ୟାଚରୁ ମାତ୍ର ଗୋଟିଏ ବିଜୟ ସହ ୪ର୍ଥ ସ୍ଥାନରେ ରହିଛି। ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତ ପ୍ରଥମ ମ୍ୟାଚରେ ଆର୍ୟଲାଣ୍ଡକୁ ୮ ୱିକେଟରେ, ଦ୍ବିତୀୟ ମ୍ୟାଚରେ ପାକିସ୍ତାନକୁ ୬ରନରେ ଓ ତୃତୀୟ ମ୍ୟାଚରେ ଆମେରିକାକୁ ୭ ୱିକେଟରେ ପରାସ୍ତ କରିଥିଲା। ବ୍ୟାଟିଂରେ ରୋହିତ ଶର୍ମା ଭଲ ପ୍ରଦର୍ଶନ କରୁଥିବାବେଳେ ଓପନିଂ କରୁଥିବା ବିରାଟ କୋହଲି ବିଫଳ ହେଉଛନ୍ତି। କୋହଲି ୩ଟି ମ୍ୟାଚରୁ ମାତ୍ର ୫ରନ କରିଛନ୍ତି। ଅନ୍ୟପକ୍ଷରେ ରୋହିତ ୩ଟି ମ୍ୟାଚରୁ ୬୮ରନ କରିଛନ୍ତି। ୩ ନମ୍ବର ସ୍ଥାନରେ ଋଷଭ ପନ୍ତ୍‌ ଭଲ ପ୍ରଦର୍ଶନ କରୁଛନ୍ତି। ପନ୍ତ୍‌ ଆର୍ୟଲାଣ୍ଡ ବିପକ୍ଷରେ ୩୬, ପାକିସ୍ତାନ ବିପକ୍ଷରେ ୪୨ ଓ ଆମେରିକା ବିପକ୍ଷରେ ୧୮ରନ କରିଥିଲେ। ଟି୨୦ ସ୍ପେଶାଲି​‌ଷ୍ଟ ସୂର୍ଯ୍ୟକୁମାର ଯାଦବ ଆମେରିକା ବିପକ୍ଷରେ ଦାୟିତ୍ବପୂର୍ଣ୍ଣ ଅପରାଜିତ ୫୦ରନ କରି ଫର୍ମର ପରିଚୟ ଦେଇଛନ୍ତି। ଶିଭମ ଦୁବେ ମଧ୍ୟ ​‌ଶେଷ ମ୍ୟାଚରେ ୩୧ରନ କରିଥିଲେ। କୋହଲିଙ୍କ ବ୍ୟାଟିଂ ଫର୍ମକୁ ନେଇ ଭାରତ ଚିନ୍ତାରେ ପଡ଼ିଛି। କାନାଡା ବିପକ୍ଷରେ ଭାରତ ବ୍ୟାଟିଂ ଲାଇନରେ କିଛି ପରିବର୍ତ୍ତନ କରିବା ନେଇ ଆଶା କରାଯାଉଛି। କୋହଲିଙ୍କୁ ଓପନିଂ ବଦଳରେ ୩ ନମ୍ବର ସ୍ଥାନରେ ଓ ଦୁବେଙ୍କ ସ୍ଥାନରେ ଯଶସ୍ବୀ ଜୟସୱାଲ ଖେଳିବା ନେଇ ଆଶା କରାଯାଉଛି। ଜୟସୱାଲ ଓପନିଂ କରିବାବେଳେ କୋହଲି ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିପାରନ୍ତି। ପନ୍ତ୍‌ ୩ ନମ୍ବର ବଦଳରେ ୫ ନମ୍ବର ସ୍ଥାନରେ ବ୍ୟାଟିଂ କରିବା ନେଇ ଆଶା କରାଯାଉଛି। ବୋଲିଂ ବିଭାଗରେ ଦଳ ବହୁତ ଭଲ ପ୍ରଦର୍ଶନ କରୁଛି। ଯଶପ୍ରୀତ ବୁମ୍‌ରା ୫ଟି, ଅର୍ଶଦୀପ୍‌ ସିଂହ ୭ଟି, ହାର୍ଦିକ ପାଣ୍ଡ୍ୟା ୭ଟି ଓ୍ବିକେଟ୍ ନେଇଛନ୍ତି। ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଡେଜା ମଧ୍ୟ ୱିକେଟ ହାସଲ କରୁଛନ୍ତି। ଆମେରିକା ବିପକ୍ଷରେ ଭାରତ ବୋଲିଂରେ ମଧ୍ୟ ଗୋଟିଏ ପରିବର୍ତ୍ତନ କରିବା ନେଇ ଆଶା କରାଯାଉଛି। ମହମ୍ମଦ ସିରାଜ୍‌ଙ୍କ ସ୍ଥାନରେ କୁଳଦୀପ୍‌ ଯାଦବଙ୍କୁ ସୁଯୋଗ ମିଳିପାରେ। ସୁପର-୮ ପୂର୍ବରୁ ଭାରତ ଉକ୍ତ ମ୍ୟାଚକୁ ଜିତି ମନୋବଳ ଦୃଢ କରିବାକୁ ନିଶ୍ଚିତ ଉଦ୍ୟମ କରିବ। ଅନ୍ୟପକ୍ଷରେ କାନାଡା ୩ଟି ମ୍ୟାଚରୁ ଗୋଟିଏ ବିଜୟ ଓ ଦୁଇଟି ପରାଜିତ ହୋଇଛି। ଦଳ ଆମେରିକା ଓ ପାକିସ୍ତାନ ନିକଟରୁ ପରାଜିତ ହୋଇଥିବାବେଳେ ଆୟରଲାଣ୍ଡକୁ ୧୨ରନରେ ପରାସ୍ତ କରିଥିଲା। ଆରୋନ ଜନସନ, ନବନିତ ଧଲିୱାଲ,ପର୍ଗତ ସିଂହ,ଦିଲପ୍ରୀତ ବାଜ୍‌ୱାଙ୍କ ଉପରେ ଦଳର ବ୍ୟାଟିଂ ଓ କଲିମ ସାନା,ଜେରମି ଗର୍ଡନ,ଜୁନେଦ ସିଦ୍ଧିକ୍‌ ଓ ଦିଲନ ହାୟଗରଙ୍କ ଉପରେ ବୋଲିଂ ଭାର ନିର୍ଭର କରୁଛି। ଭାରତ ବିପକ୍ଷରେ କାନାଡା ଦୁର୍ବଳ ଦଳ ମନେ କରାଯାଉଛି। କିନ୍ତୁ ଟି୨୦ କ୍ରିକେଟରେ କିଛି ବି ପୂର୍ବାନୁମାନ କରିବା କଷ୍ଟକର। କାନାଡା କିଛି ଚମତ୍କାରିତା ଦେଖାଇବା ଲକ୍ଷ୍ୟ ନେଇ ଭାରତ ବିପକ୍ଷରେ ଖେଳିବ। ସ୍ଥାନୀୟ ପାଣିପାଗ ସୂଚନା ଅନୁଯାୟୀ ଲୌଡରହିଲରେ ପ୍ରବଳ ବର୍ଷା ଲାଗି ରହିଥିବାରୁୁ ମ୍ୟାଚ ଖେଳାଯିବା ନେଇ ଆଶଙ୍କା ରହିଛି। ବର୍ଷା ପାଇଁ ଦୁଇଦଳ ଅଭ୍ୟାସ ମଧ୍ୟ କରିପାରିନଥିଲେ। ବର୍ଷା ପାଇଁ ମଙ୍ଗଳବାର ଶ୍ରୀଲଙ୍କା-କାନାଡା ମ୍ୟାଚ ମଧ୍ୟ ବାତିଲ ହୋଇଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories