www.samajalive.in
Saturday, December 6, 2025
14.1 C
Bhubaneswar

ଅମ୍ବାନୀ ପରିବାରରେ ସ୍ୱତନ୍ତ୍ର କୌଶଳରେ ପ୍ରସ୍ତୁତ ହୁଏ ଶହ ଶହ ରୁଟି: ଜାଣନ୍ତୁ କେମିତି କାମ କରେ ମେସିନ୍‌‌

ସମାଜ ଡିଜିଟାଲ ଡେସ୍କ: ଅମ୍ବାନୀ ପରିବାରର ନାମ ଶୁଣିବା ମାତ୍ରେ ବିଳାସପୂର୍ଣ୍ଣ ଜୀବନଶୈଳୀର ଚିତ୍ର ସାମ୍ନାକୁ ଆସିଥାଏ। ବିଳାସପୂର୍ଣ୍ଣ ଘର, ଗାଡି, ବ୍ରାଣ୍ଡେଡ୍‌‌ ପୋଷାକ ଠାରୁ ଆରମ୍ଭ କରି ଖାଦ୍ୟପାନୀୟ ପର୍ଯ୍ୟନ୍ତ ସବୁକିଛି ସ୍ୱତନ୍ତ୍ର ହୋଇଥାଏ। ନିଜର ସବୁଠାରୁ ଦାମୀ ଘରେ ମୁକେଶ ଅମ୍ବାନୀ ନିଜ ପରିବାର ସଦସ୍ୟଙ୍କ ସହ ରହିଥାନ୍ତି। ଏକ ରିପୋର୍ଟ ଅନୁସାରେ ଅମ୍ବାନୀ ପରିବାରର ସଦସ୍ୟ ଗୁଜୁରାଟୀ ଶାକାହାରୀ ଥାଳି ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି। ମୁକେଶ ଅମ୍ବାନୀ ନିଜେ ଡାଲି, ରୁଟି, ଭାତ ସାଙ୍ଗକୁ ହାଲକା ସାଲାଡ ଖାଇବାକୁ ପସନ୍ଦ କରନ୍ତି। ଅମ୍ବାନୀଙ୍କ ଘରେ ରୁଟି ହାତରେ ନୁହେଁ ମେସିନରେ ପ୍ରସ୍ତୁତ ହୋଇଥାଏ। ଗୋଟିଏ ମେସିନରେ ଏକାସାଙ୍ଗରେ ଶହ ଶହ ରୁଟି ପ୍ରସ୍ତୁତ ହୋଇଥାଏ। ଏହି ରୁଟି ତିଆରି ମେସିନ୍‌‌ରେ କାମ ଯେତିକି ସହଜ ଏହାକୁ ବ୍ୟବହାର କରିବା ମଧ୍ୟ ସେତିକି ସରଳ। ଏହି ମେସିନରେ ଅଟା ଚକଟିବା ଠାରୁ ଆରମ୍ଭ କରି ରୁଟି ପ୍ରସ୍ତୁତି ପର୍ଯ୍ୟନ୍ତ ସମସ୍ତ କାମ ସହଜରେ ହୋଇଯାଏ।
ମୁକେଶ ଅମ୍ବାନୀଙ୍କ ଘରେ ଏହି ମେସିନ ସହାୟତାରେ ରୁଟି ପ୍ରସ୍ତୁତ କରାଯାଏ। ଅମ୍ବାନୀଙ୍କ ଘରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ ପାଇଁ ମଧ୍ୟ ଏଥିରେ ରୁଟି ପ୍ରସ୍ତୁତ ହୋଇଥାଏ।

 

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories