www.samajalive.in
Saturday, December 6, 2025
15.1 C
Bhubaneswar

ଦେଖନ୍ତୁ ଭିଡିଓ: ଲୁଟେରାଙ୍କୁ କିପରି ଚକ୍କର କଟାଇଲେ ଯୁବତୀ, ରୋକିପାରିବେନି ହସ…

ସମାଜ ଡିଜିଟାଲ ଡେସ୍କ: ସାମାଜିକ ଗଣମାଧ୍ୟମରେ ଅନେକ କୌତୁହଳପୂର୍ଣ୍ଣ ଭିଡିଓ ଭାଇରାଲ ହୋଇଥାଏ। ଯାହା ବ୍ୟବହାରକାରୀମାନଙ୍କୁ ବେଶ୍‌‌ ମନୋରଞ୍ଜନ କରାଇଥାଏ। ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହେଇଛି ସାମାଜିକ ଗଣମାଧ୍ୟମ ଏକ୍ସ’ରେ। ଯାହାକୁ ଦେଖିଲେ ହସ ରୋକିବା ଆପଣଙ୍କ ପକ୍ଷେ କଷ୍ଟକର ହୋଇପଡ଼ିବ।

ଭିଡିଓଟିରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବତୀ ରାସ୍ତାପାର୍ଶ୍ବରେ ଛିଡ଼ା ହୋଇଛନ୍ତି। ତାଙ୍କ ସାମ୍ନାରେ ଏକ କାର ପାର୍କିଂ ହୋଇଛି। ଏହି ସମୟରେ ଜଣେ ଲୁଟେରା ସ୍କୁଟରରେ ଆସି ଯୁବତୀଙ୍କ ପାଖରେ ପହଞ୍ଚୁଛନ୍ତି। ଲୁଟେରା ଜଣକ ଯୁବତୀଙ୍କଠାରୁ ତାଙ୍କ ବ୍ୟାଗ୍‌‌ ଝାମ୍ପିବାକୁ ଉଦ୍ୟମ କରୁଛନ୍ତି। କିନ୍ତୁ ଯୁବତୀ ଜଣକ ତାଙ୍କ ହାବୁଡ଼ରୁ ଖସିବାକୁ ଉଦ୍ୟମ କରିଛନ୍ତି।

- Advertisement -

ହେଲେ ସେ ଅନ୍ୟ କେଉଁଆଡ଼େ ଦୌଡ଼ି ପଳାଇଯାଇ ନାହାନ୍ତି। ଚତୁରତାର ସହିତ ଲୁଟେରାଙ୍କୁ ହଳ ବୁଲାଇଲା ଭଳି ହଇରାଣ କରିଛନ୍ତି। ଯୁବତୀ ଜଣକ କେଉଁଆଡ଼େ ନ ଯାଇ ତାଙ୍କ ସମ୍ମୁଖରେ ଥିବା କାର୍‌‌ ଚାରିପଟେ ଦୌଡ଼ିବାକୁ ଲାଗିଥିଲେ। ଲୁଟେରା ବି ନିଜ ସ୍କୁଟରରେ ତାଙ୍କ ପଛେ ପଛେ ପିଛା କରିଥିଲେ। ଆଗେ ଆଗେ ଯୁବତୀ ଦୌଡ଼ୁଥାଆନ୍ତି, ପଛରେ ସ୍କୁଟରରେ ପିଛା କରୁଥାଆନ୍ତି ଲୁଟେରା। ଏମିତି କିଛି ଘେରା ଚକ୍କର କାଟିବା ପରେ ବିରକ୍ତ ହୋଇ ଲୁଟେରା ଯୁବତୀଙ୍କୁ ଛାଡ଼ି ସେଠାରୁ ଚାଲିଯାଉଛନ୍ତି। ୨୮ ସେକେଣ୍ଡର ଏହି ଭିଡିଓ ଦେଖିଲେ ହସିବେ ନିଶ୍ଚୟ। ତେବେ ଘଟଣାଟି କେଉଁ ଅଞ୍ଚଳର ତାହା ଏଯାଏ ଜଣାପଡ଼ି ନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories