www.samajalive.in
Saturday, December 6, 2025
14.1 C
Bhubaneswar

ଆଜି ଆନ୍ତର୍ଜାତିକ ନୃତ୍ୟ ଦିବସ ; ମହାମାରୀ ଭିତରେ ମାନସିକ ଶକ୍ତି ଦେଉଛି ନୃତ୍ୟ

ନୂଆଦିଲ୍ଲୀ: ଆଜି ଏପ୍ରିଲ ୨୯, ଆନ୍ତର୍ଜାତିକ ନୃତ୍ୟ ଦିବସ। ପ୍ରତିବର୍ଷ ଏହି ଦିନଟି ସାରା ବିଶ୍ୱରେ ନୃତ୍ୟର ଦିନ ଭାବରେ ପାଳିତ ହେଉଛି। ସଂପ୍ରତି କରୋନା ମହାମାରୀ ପରିସ୍ଥିତିରେ ଅଧିକାଂଶ ଜନସାଧାଣ ମାନସିକ ସ୍ତରରେ ଭାଙ୍ଗିପଡୁଥିବାବେଳେ ସେମାନେ ସେଥିରୁ ରକ୍ଷା ପାଇବାକୁ ସେମାନଙ୍କ ରୁଚି ଅଥବା ଅନ୍ୟ କିଛି ଶାରୀରିକ କାର୍ଯ୍ୟକଳାପରେ ବ୍ୟସ୍ତ ରଖିବାକୁ ପରାମର୍ଶ ଦେଉଛନ୍ତି ନୃତ୍ୟଶିଳ୍ପୀ, ନୃତ୍ୟ ବିଶାରଦ, ଗବେଷକ ଏବଂ ଚିକିତ୍ସକଗଣ। ଏବେ ଜନସାଧାରଣ ଘର ଭିତରେ ଅଧିକାଂଶ ସମୟ ଏକାନ୍ତବାସରେ ରହୁଥିବାବେଳେ ସେମାନଙ୍କୁ ତଦ୍‍ଜନିତ ମାନସିକ ଅବସାଦ ଦୂର କରିବାକୁ ପ୍ରେରଣା ଦେଉଛି ଆନ୍ତର୍ଜାତିକ ନୃତ୍ୟ ଦିବସ। ନୃତ୍ୟ ଉଭୟ ମନ ଓ ଶରୀର ପାଇଁ ଅତ୍ୟନ୍ତ ଉପକାରୀ ବିବେଚିତ ହେଉଛି ଏବଂ ଏହା ପ୍ରମାଣିତ ହୋଇସାରିଛି ଯେ ଅଧିକାଂଶ ଲୋକଙ୍କ ପାଇଁ ଗୋଡ ହଲାଇବା ହେଉଛି ଖୁସି ଅନୁଭବର ଏକ ମନ୍ତ୍ର।
ଫ୍ରାନ୍ସର ଜଁ-ଜର୍ଜେସ ନୋଭେରଙ୍କ ଜନ୍ମଦିନ ପାଳନ କରିବାକୁ ୧୯୮୨ରେ ପ୍ରଥମ କରି ଆନ୍ତର୍ଜାତିକ ନୃତ୍ୟ ଦିବସ ପାଳନ କରାଯାଇଥିଲା। ଆଧୁନିକ ବ୍ୟାଲେର ସ୍ରଷ୍ଟା ଥିଲେ ନୋଭେର। ଏହି ଦିବସ ନୃତ୍ୟର ଉପକାରିତା ସମ୍ପର୍କରେ ବାର୍ତ୍ତା ପ୍ରଚାର ପ୍ରସାର ସହିତ ନୃତ୍ୟକୁ ନେଇ ଖୁସି ମନାଇବା ଏବଂ ଜନସାଧାରଣଙ୍କୁ ଏକତ୍ରିତ କରିବାର ସୁଯୋଗ ଦେଉଛି। ଏହି ପ୍ରଦର୍ଶନ କଳା ସମସ୍ତ ରାଜନୈତିକ, ସାଂସ୍କୃତିକ ଏବଂ ଭୋୖଗୋଳିକ ସୀମା ସରହଦ ଡେଇଁ ସାରା ବିଶ୍ୱକୁ ପରିବ୍ୟାପ୍ତ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories