ଆଜି ଏହି ରାଶିର ଲୋକ କିଛି ନୂଆ କାର୍ଯ୍ୟ କରିବେ: ବୁଧବାର ରାଶିଫଳ
ମେଷ : ନାନା ସୁଖଭୋଗ କରିବା ସହିତ ବିଶାଳ ଯଶର ଅଧିକାରୀ ହେବେ। ଦାନ ଧର୍ମକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଶତ୍ରୁ ଯେତେ ବଳବାନ୍ ହେଲେ ବି ତାକୁ ଅକ୍ଲେଶରେ ପରାସ୍ତ କରିବେ।
ବୃଷ: ବିନୟୀ ଭାବାପନ୍ନ ହେବେ। ସାମାଜିକ ସ୍ତରରେ ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ପ୍ରଥିତ ପ୍ରତାପ ସମ୍ପନ୍ନ ହେବାର ସୂଚନା ମିଳୁଛି। ଦ୍ବିଜାନୁରକ୍ତ ହେବେ। ଦୃଢ଼ ପୌରୁଷସମ୍ପନ୍ନ ହେବେ। କର୍ମଯୋଗୀ ହୋଇପାରନ୍ତି।
ମିଥୁନ: ସଦାସର୍ବଦା ସନ୍ମାର୍ଗୀ ହେବେ। ଦାନକୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରାଧାନ୍ୟ ଦେବେ। ପତ୍ନୀ, ପୁତ୍ର ସହିତ ସାଂସାରିକ ଜୀବନ ସୁଖମୟ ହେବ। ଧନଧାନ୍ୟ ସହିତ ଜ୍ଞାନଗରିମାଯୁକ୍ତ ହେବେ। ପରୋପକାରୀ ହେବେ।
କର୍କଟ : ଭ୍ରମଣ ବ୍ୟର୍ଥ ହୋଇପାରେ। ପତ୍ନୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆପଣଙ୍କ ସମସ୍ତ ଚେଷ୍ଟା ଫଳବତୀ ହେବା ସମ୍ଭବ ନୁହେଁ। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ସାରାଦିନ ସତର୍କତାର ସହ ଚଳିବାକୁ ପଡ଼ିବ।
ସିଂହ: ପତ୍ନୀଙ୍କ ନିକଟରେ ନିଜ ସାମର୍ଥ୍ୟର ପରିପ୍ରକାଶ ଘଟାଇବା ପରିବର୍ତ୍ତେ ତାଙ୍କର ସହାୟତା ଭିକ୍ଷା କରିପାରନ୍ତି। ପାଳିତ ସନ୍ତାନସନ୍ତତିଙ୍କ ପାଇଁ ସଦାସର୍ବଦା ଚେଷ୍ଟିତ ରହିବେ। ଢେର ସୁନାମ ଅର୍ଜନ କରିପାରନ୍ତି।
କନ୍ୟା:ଶାରୀରିକ ଦୁର୍ବଳତା ଆପଣଙ୍କ ମନବଳ ଉପରେ ପ୍ରଭାବ ବିସ୍ତାର କରିପାରେ। ନିଜେ ସେତେଟା କର୍ମକ୍ଷମ ନ ହେଲେ ବି ଅନ୍ୟ ଅନୁଗତମାନଙ୍କ ଦ୍ବାରା ପରୋପକାରକୁ ସଂଘଟିତ କରିପାରନ୍ତି।
ତୁଳା: ପୁତ୍ରାଦି ସନ୍ତାନମାନଙ୍କ ପାଇଁ ଚିନ୍ତା ପ୍ରକଟ କରିପାରନ୍ତି। ସେମାନଙ୍କୁ ଶାସ୍ତ୍ରାନୁମୋଦିତ କାର୍ଯ୍ୟରେ ଲିପ୍ତ ରହିବାକୁ ପରାମର୍ଶ ଦେଇ ନିଜର କର୍ତ୍ତବ୍ୟ ସମ୍ପାଦନ କରିବେ। ବିଳମ୍ବରେ ସଫଳତା ପାଇବେ।
ବିଛା: ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ନିଜର ପୌରୁଷ ପଣିଆର ଟେକ ରଖିବାକୁ ଚେଷ୍ଟା କରିବେ। ସ୍ବଭାବ ସୁଲଭ ଗୁଣ ଆପଣଙ୍କୁ କୀର୍ତ୍ତିମାନ୍ କରିପାରେ। ରୋଜଗାର ଆଶାନୁରୂପ ହେବ। ଖର୍ଚ୍ଚ ବୃଦ୍ଧି ହୋଇପାରେ।
ଧନୁ: ଆଜି ଦିନ ଭିତରେ କୌଣସି ପ୍ରକାର ପ୍ରମାଦର ଆଶଙ୍କା ନାହଁି। ପ୍ରମାଦହୀନ ଜୀବନରେ ନାନା ପ୍ରୋତ୍ସାହନ ପଦ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ନିରୀହ ସ୍ବଭାବର ହେବେ। ସାଧୁଙ୍କ ସେବା କରିପାରନ୍ତି।
ମକର: ବିବାଦଶୀଳ ହେଲେ ବି ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରରେ ଅଭିମନ୍ତ୍ରିତ ହୋଇପାରନ୍ତି। ଅର୍ଥ ଲାଭ ପାଇଁ ବନ୍ଧୁତାକୁ ଭୁଲିଯାଇ ପାରନ୍ତି। ବିବିଧ ଉପାୟ ଅବଲମ୍ବନ କରି ଧନ ସଞ୍ଚୟକୁ ପ୍ରାଧାନ୍ୟ ଦେବେ।
କୁମ୍ଭ:ସୁଗୁଣ ସମ୍ପନ୍ନ ହେବେ। ଧନୀ ହୋଇପାରନ୍ତି। ସଦାସର୍ବଦା ସତ୍ୟବାଦିତା ପ୍ରଦର୍ଶନ କରିବେ। ଧନବାନ୍ ଓ ଶାନ୍ତିପ୍ରିୟ ହେବେ। କଠିନ ପରିଶ୍ରମରେ ଧନ ଅର୍ଜନ କରି ସୁଖୀ ହେବେ। ଶତ୍ରୁଙ୍କୁ ପରାଜିତ କରିବେ।
ମୀନ : ଏପରି କାର୍ଯ୍ୟ ନ କରନ୍ତୁ ଯେଉଁଥିରେ କି ଆପଣଙ୍କ ପୌରୁଷ ପଣିଆର ଅଧପତନ ନ ହେବ। ବହୁ ଧନ ବ୍ୟୟ କରି ସମ୍ମାନ ରଖିବାକୁ ଚେଷ୍ଟା କରିବେ। ନିର୍ଲୋଭ ପତ୍ନୀଙ୍କ ସହୟତା ଲାଭପ୍ରଦ ହେବ।
Comments are closed.