ଏହି ରାଶିର ଲୋକ ଆଜି ଧାର୍ମିକ କାର୍ଯ୍ୟରେ ଯୋଗଦେବେ : ବୁଧବାର ରାଶିଫଳ

ମେଷ:ସ୍ବାସ୍ଥ୍ୟରକ୍ଷା ପାଇଁ ପ୍ରଦୂଷଣମୁକ୍ତ ଗୃହକୁ ବାସସ୍ଥାନ ଭାବେ ପସନ୍ଦ କରିପାରନ୍ତି। କୃଷିର ଉନ୍ନତି ପାଇଁ ଜଳସେଚନକୁ ପ୍ରାଧାନ୍ୟ ଦେବେ। ଉଦାର ସ୍ବଭାବର ହୋଇପାରନ୍ତି। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ।
ବୃଷ:ଆପଣଙ୍କ ଭାଷା ଓ ବକ୍ତବ୍ୟ ଜନମନକୁ ଆକର୍ଷିତ କରିବାର ବଳିଷ୍ଠ ଅସ୍ତ୍ର ହେବ। ପ୍ରେମୀ, ସାହସୀ ଓ ଭ୍ରାତୃତ୍ବ ପ୍ରେମର ନିଦର୍ଶନ ହୋଇପାରନ୍ତି। ଆତ୍ମବିଶ୍ବାସୀ ହେବେ। ଧାର୍ମିକ, ବନ୍ଧୁପ୍ରେମୀ ହେବେ।
ମିଥୁନ: ଧନ, ଜନ, ଗୋପ, ଲକ୍ଷ୍ମୀ ସବୁକିଛି ପ୍ରାପ୍ତିର ସୂଚନା ମିଳୁଛି। ଜଣେ ବିଦ୍ୟାପ୍ରେମୀ ଭାବେ ସହନଶୀଳ ମନୋବୃତ୍ତିର ହେବେ। ଧାତୁ, ରତ୍ନାଦି ପାଇଁ ଚେଷ୍ଟା ଅବ୍ୟାହତ ରଖିପାରନ୍ତି। ସ୍ତ୍ରୀ ବିଳାସୀ ହେବେ।
କର୍କଟ:ଜଣେ ଉଦୀୟମାନ ବ୍ୟକ୍ତିଭାବେ ଶ୍ରଚନ୍ଦ୍ରକୁ ସରସ, ସୁନ୍ଦର କରିବା ପାଇଁ ଅନ୍ନପାନ ସହିତ ମିଷ୍ଟାନ୍ନରେ ଦୀନ ଦରିଦ୍ରଙ୍କୁ ଆପ୍ୟାୟିତ କରିପାରନ୍ତି। ପରିବାର ଓ ଶୁଭେଚ୍ଛୁଙ୍କ ଆଶୀର୍ବାଦ ପ୍ରାପ୍ତ ହେବେ। ସୁସ୍ଥ ରହିବେ।
ସିଂହ: ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଜଣେ ଦାନୀ ବ୍ୟକ୍ତିଭାବେ ସର୍ବସାଧାରଣରେ ପରିଚିତ ହେବେ। ପରକୁ ଆପଣାର କରିବା​‌େ​‌ର ଆପଣ ନିପୁଣ। ଗୁପ୍ତ ବିଦ୍ୟାରେ ରୁଚି ରହିବ।
କନ୍ୟା: ଆପଣଙ୍କ ସୁଦୂର ପ୍ରସାରୀ ଯୋଜନା ଆୟର ରାଜମାର୍ଗକୁ ଉନ୍ମୁକ୍ତ ରଖିଛି। ଆଜି ଏପରି ଗୋଟିଏ ଉତ୍ତମ ଦିନ ଯାହା ଆପଣଙ୍କୁ ସମ୍ମାନିତ କରିବା ସହିତ ଆର୍ଥିକ ସ୍ଥିତିକୁ ଉନ୍ନତମାନର କରିବାରେ ସହାୟକ ହେବ।
ତୁଳା: ନିସ୍ବାର୍ଥପର ସେବା ତଥା ନିଜେ ସଳିତା ପରି ଜଳିଜଳି ଅନ୍ୟମାନଙ୍କୁ ଆଲୋକ ଦାନ କରି ନିଜେ ନିଃଶେଷ ହେବା ଭଳି ସତ୍‌ଚରିତ୍ରଯୁକ୍ତ ହେବେ। କର୍ମକୁ ଗୁରୁ ପଦବାଚ୍ୟ କରି ସଂସ୍କାରଧର୍ମୀ ହେବେ।
ବିଛା: ଭାଗ୍ୟାନ୍ବିତ ବ୍ୟକ୍ତିର ଜୀବନ ଧନ୍ୟ। ସେ ତା’ର ପିତା, ମାତା, କୁଳ, କୁଟୁମ୍ବ ସମସ୍ତଙ୍କୁ ନିଜର ଭାଗ୍ୟଫଳ ପ୍ରଦାନ କରି ଧନ୍ୟ ହୋଇଥାନ୍ତି। ସେହି କଳା ନେଇ ଆଜି ଆପଣ ନିଜର ସୌଭାଗ୍ୟକୁ ବଞ୍ଚାଇ ରଖିବେ।
ଧନୁ: ଆଜି ଆପଣଙ୍କ ପାଇଁ ଏପରି ଏକ ଦିନ ଅତି ସନ୍ତର୍ପଣରେ ହାତେ ମାପି ଚାଖଣ୍ଡେ ଚାଲିବାକୁ ପଡ଼ିବ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ। କର୍ମଠ ଓ କର୍ମଚଞ୍ଚଳ ରହିବେ।
ମକର: ଆଜି ପ୍ରତ୍ୟେକ କାର୍ଯ୍ୟରେ ପତ୍ନୀଙ୍କଠାରୁ ହାର୍‌ ମାନିବାକୁ ପଡ଼ିବ। ସେବା ଭାବରେ ପତ୍ନୀଙ୍କ ସେବା ସ୍ବାର୍ଥହୀନ ହୋଇଥିବାବେଳେ ଆପଣଙ୍କ ଜନସେବା ସ୍ବାର୍ଥଜଡ଼ିତ ହେବେ। ସୁସ୍ଥ ଓ ନିରାମୟ ରହିବେ।
କୁମ୍ଭ: ଆୟୁଷ୍ମାନ୍‌ ହେବେ। ଯଶସ୍ବୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହ ରାଜକୋଷ ଅର୍ଥ ମିଳିବାର ସୂଚନା ମିଳୁଛି। କରିତ୍‌କର୍ମା ହେବେ।
ମୀନ: କୁଳ ପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ଆୟୁଷ୍ମାନ୍‌ ହେବେ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ନିଜ ପରିବାର ପ୍ରତି ସ୍ନେହସଦ୍ଦିଚ୍ଛା ଭାବ ରହିବ।

Comments are closed.