www.samajalive.in
Sunday, December 7, 2025
26.1 C
Bhubaneswar

ଆଜି ହାଇଭୋଲଟେଜ୍ ପ୍ରଚାର: ଓଡିଶା ଆସୁଛନ୍ତି ନଡ୍ଡା, ଶାହା ଏବଂ ରାହୁଲ

ଭୁବନେଶ୍ୱର : ଦଳୀୟ ନିର୍ବାଚନ ପ୍ରଚାର ପାଇଁ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା, ବିଜେପି ନେତା କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଓଡ଼ିଶା ଆସୁଛନ୍ତି। ବିଜେଡିକୁ ଘେରିବା ପାଇଁ ଓଡ଼ିଶାରେ ବିଜେପିର କେନ୍ଦ୍ରୀୟ ନେତା ଘନଘନ ପ୍ରଚାରରେ ଆସୁଛନ୍ତି। ଆଜି କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ଓଡ଼ିଶା ଗସ୍ତରେ ଆସିବେ। ଶ୍ରୀ ଶାହା ଆଜି ମଧ୍ୟାହ୍ନରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସିଧାସଳଖ ଆସ୍କା ସଂଦୀୟ କ୍ଷେତ୍ରର ସୋରଡାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। ଏହା ପରେ ସନ୍ଧ୍ୟା ୫ଟାରେ କଟକଠାରେ ଅନୁଷ୍ଠିତ ‘ବିଶାଳ ରୋଡ-ଶୋ‘ ରେ ଯୋଗ ଦେବେ। ଶ୍ରୀ ଭୁବନେଶ୍ୱର ଫେରିଆସି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ସେହିପରି ଶ୍ରୀ ନଡ୍ଡା ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଏଠାରେ ଦଳୀୟ କର୍ମଶାଳାରେ ଯୋଗଦେବେ। ଶ୍ରୀ ନଡ୍ଡା ଆସନ୍ତା ୧୬ ତାରିଖ ଦିନ ବରଗଡ ଜିଲା ପଦ୍ମପୁର ଏବଂ ସୁନ୍ଦରରଗଡଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। ଏହାପରେ ୨୦ ତାରିଖରେ ପୁଣି ଥରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଓଡ଼ିଶା ଗସ୍ତରେ ଆସିବେ। ସେ ପୁରୀରେ ‘ରୋଡ୍‌ ଶୋ’ କରିବେ। ଏହାପରେ କଟକ ଓ ଅନୁଗୋଳରେ ଜନସଭାକୁ ସମ୍ବୋଧିତ କରିବେ। ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି (ବୁଧବାର) ଓଡ଼ିଶା ଗସ୍ତରେ ଆସି ବଲାଙ୍ଗିର ଜିଲାରେ ବାଇକ ରାଲି କରିବା ସହିତ ଜନସାଧାରଣଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ରାହୁଲ କଂଗ୍ରେସ ସାଂସଦ ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ। ରାହୁଲ ବିମାନରେ ଦିଲ୍ଲୀରୁ ସିଧା ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚି ସେଠାରୁ ହେଲିକପ୍ଟର ଯୋଗେ ବଲାଙ୍ଗିର ଯାଇ ପୂର୍ବାହ୍ଣ ସାଢେ ୧୧ଟାରେ ଜନସାଧାରଣଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଚାର ସରିବା ପରେ ଝାରସୁଗୁଡା ବିମାନ ବନ୍ଦରରୁ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା କାର୍ଯ୍ୟକ୍ରମ ରହିଛି। ରାହୁଲଙ୍କ ଗସ୍ତକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ସୂଚନାଯୋଗ୍ୟ, ରାହୁଲ ଏପ୍ରିଲ ୨୮ରେ ସାଲେପୁର ଆସି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ମେ’ ୩ରେ ମଧ୍ୟ ସେ ରାୟଗଡ଼ା ଆସିବାର ଥିଲା; କିନ୍ତୁ ରାଏବରେଲି ସେ ଦିନ ରାହୁଲ ନାମାଙ୍କନପତ୍ର ଭରିବାରୁ ତାଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା। ୧୬ରେ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶା ଆସିବେ। ଶ୍ରୀ ଖଡଗେ ପ୍ରଥମେ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରିବା ପରେ କନ୍ଧମାଳ ଜିଲାକୁ ଯାଇ ନିର୍ବାଚନ ପ୍ରଚାର କରିବେ। ସେଠାରେ ସେ ଜନସାଧାରଣଙ୍କୁ ସମ୍ବୋଧିତ କରିବା ସହିତ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବାର କାର୍ଯ୍ୟକ୍ରମ ରହିଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories