www.samajalive.in
Saturday, December 6, 2025
23.1 C
Bhubaneswar

ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ: ଗୁରୁବାର ରାଶିଫଳ

ମେଷ: ଆତ୍ମଶକ୍ତିକୁ ଜାଗ୍ରତ କରି ଅଚିନ୍ତ୍ୟ ଶକ୍ତିସମ୍ପନ୍ନ ହୋଇପାରନ୍ତି। ମହତ୍‌ ପ୍ରୟାସୀ ହେବେ। ମାତୃସେବା ବ୍ରତ ଆଚରଣ କରିପାରନ୍ତି। ବାହାରେ ଶିକ୍ଷାଦାନ ଓ ଘରେ କୃଷିକର୍ମର ପରାମର୍ଶଦାତା ହେବେ।
ବୃଷ: ଆଧ୍ୟାତ୍ମିକ ଚିନ୍ତନ ବିନା ମନୁଷ୍ୟ ମନରେ ବିନୀତ ଭାବ ଉତ୍ପନ୍ନ ହୁଏ ନାହିଁ। ନିଷ୍କାମ କର୍ମ ହିଁ ପ୍ରକୃତ ସଚ୍ଚା ଯୋଗ; ଯାହାଦ୍ବାରା ଆପଣ ପ୍ରତ୍ୟେକ କ୍ଷେତ୍ରରେ ପୂଜ୍ୟ ଓ ବିଜୟୀ ହେବେ। ସୁଖୀ ଜୀବନ ବିତାଇବେ।
ମିଥୁନ : ସ୍ବକର୍ମ ଆପଣଙ୍କ ଭାଗ୍ୟକୁ ନିୟନ୍ତ୍ରଣ କରିପାରେ। ସକଳ ସୃଜନୀକୁ ଲୋକଲୋଚନକୁ ଆଣିପାରନ୍ତି। ଦୈବୀ ବଳରେ ମହାଶକ୍ତି, ମହାଦ୍ୟୁତି ସମ୍ପନ୍ନ ହୋଇପାରନ୍ତି। ବିଭିନ୍ନ ସ୍ତରରୁ ଧନାଗମ ହେବ।
କର୍କଟ:  ପିତୃ ସତ୍ୟରେ ବନବାସ ହେଉଥିବାବେଳେ ପୁତ୍ର ସତ୍ୟରେ ଜରାନିବାସ ହୋଇପାରନ୍ତି। ଢୋକେ ପିଇ ଦଣ୍ଡେ ଜିଇ ରହିବା ଅଭ୍ୟାସ କରନ୍ତୁ। ସୁଖୀ ରହିବେ।
ସିଂହ: ଏକାନ୍ତ ସାଧନାରେ ସିଦ୍ଧି ପ୍ରାପ୍ତ ହେବେ; ମାତ୍ର ଏହା ଅହଂକାର ଶୂନ୍ୟ କେବଳ ଆପଣଙ୍କ ଦ୍ବାରା ସମ୍ଭବ ହେବ। ମାର୍ଜିତ ଓ ପ୍ରେମପୂର୍ଣ୍ଣ ଭାଷା ବ୍ୟବହାର କରି ଅଜାତ ଶତ୍ରୁ ହେବାର ସୂଚନା ମିଳୁଛି।
କନ୍ୟା: ଏୗକାନ୍ତିକ ଇଚ୍ଛା ଓ ଅଭିନିବେଶ ଥିବାର ସଫଳତାର ଶୀର୍ଷରେ ଉପନୀତ ହେବେ। ଅସମ୍ଭବ ଏକ ଶବ୍ଦ, ଯାହା ଆପଣଙ୍କ ଅଭିଧାନରେ ନାହିଁ। ସୌନ୍ଦର୍ଯ୍ୟପୂର୍ଣ୍ଣ ଅଭିବ୍ୟକ୍ତି ପାଇଁ ପ୍ରତ୍ୟେକ କ୍ଷେତ୍ରରେ ଲାଭବାନ୍‌ ହେବେ।
ତୁଳା: ପରସ୍ପର ସ୍ନେହ ରହିଲେ ଘର ବୈକୁଣ୍ଠ ସମାନ ହେବ। ଶୁଦ୍ଧ ଆଚରିତ ପର ଧର୍ମଠାରୁ ନିଜ ଧର୍ମ ଗୁଣ ରହିତ ହେଲେ ମଧ୍ୟ ଶ୍ରେଷ୍ଠ ଅଟେ। ସ୍ବଧର୍ମରେ ମନୁଷ୍ୟ ପାପଭାଗୀ ହୁଏ ନାହିଁ। କର୍ମଠ ହୋଇପାରନ୍ତି।
ବିଛା : ଆଜି ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ବାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ଣ୍ଣ ବିତିବ।
ଧନୁ: କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନଯାଆନ୍ତୁ, ଧ୍ୟାନ ରଖିବେ। କୋର୍ଟ-କଚେରି ବିଷୟରେ ନ ପଡ଼ିବା ପାଇଁ ଉପଦେଶ। ପରିବାରରେ ସୁଖଶାନ୍ତି ରହିବ। ଆକସ୍ମିକ ଧନ ଲାଭ ହେବ।
ମକର: ସନ୍ତାନ ସମ୍ବନ୍ଧିତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ନୂଆ ମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି। ଆର୍ଥିକ ସ୍ଥିତିରେ ଲାଭବାନ ହେବେ।
କୁମ୍ଭ: ଅଧିକାରୀଙ୍କ ସହିତ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବେ। ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କା ଅଛି। ମଧ୍ୟାହ୍ନ ପରେ ବ୍ୟାବସାୟିକ କ୍ଷେତ୍ରରେ ଆପଣଙ୍କ ପାଇଁ ପରିସ୍ଥିତି ଅନୁକୂଳ ରହିବ। ସୁସ୍ଥ ରହିବେ।
ମୀନ: କ୍ରୋଧ ଓ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ବାସ୍ଥ୍ୟର ଧ୍ୟାନ ରଖିବେ। ସରକାର ବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରେଇ ରୁହନ୍ତୁ। ପରିଜନମାନଙ୍କ ସହିତ କଳହର ପ୍ରସଙ୍ଗ ବନିପାରେ। ଇଷ୍ଟ ଦେବତାଙ୍କ ଶରଣ ଯିବେ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories