www.samajalive.in
Sunday, December 7, 2025
14.1 C
Bhubaneswar

କେମିତି କଟିବ ଆଜି ଆପଣଙ୍କ ଦିନ: ବୁଧବାର ରାଶିଫଳ

ମେଷ: ସର୍ବ ନରେନ୍ଦ୍ର ପୂଜ୍ୟ ହେବେ। ବକ୍ତବ୍ୟ ଜନସାଧାରଣଙ୍କର ହୃଦୟସ୍ପର୍ଶୀ ହେବ। ଚରିତ୍ର ଶାସ୍ତ୍ରାନୁୁମୋଦିତ ହେବ। ଦ୍ବିଜମାନଙ୍କର ପ୍ରଗତି ହୋଇପାରେ। ଦୁର୍ଭାଗ୍ୟର ଅବସାନ ଘଟିବ। ସୁଖୀ ହେବେ।
ବୃଷ: ଆର୍ଥିକ ସ୍ଥିତି ନିମ୍ନଗାମୀ ହୋଇପାରେ। ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ନୁହେଁ। ସାମାନ୍ୟ କଥାକୁ କେନ୍ଦ୍ରକରି ପାରିବାରିକ ଅଶାନ୍ତି ଉପୁଜିପାରେ। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତିକରିବେ। ସତର୍କରେ ଚଳିବେ।
ମିଥୁନ: ସଦାସର୍ବଦା ଧର୍ମମତି ହେବେ। ସୁକାନ୍ତିସମ୍ପନ୍ନ ହୋଇପାରନ୍ତି। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଜନସେବାରେ ନିଜକୁ ନିୟୋଜିତ କରି ଆତ୍ମସନ୍ତୋଷ ଲାଭ କରିବେ। ସୁଖକର ଘଟଣାମାନ ଘଟିପାରେ।
କର୍କଟ: ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ସ୍ବଳ୍ପ ପରିମାଣର ଧନପ୍ରାପ୍ତ ହୋଇପାରନ୍ତି। କଷ୍ଟେମଷ୍ଟେ ଋଣ ପରିଶୋଧ କରିବେ। ସରକାରୀ ଅର୍ଥ ମିଳିପାରେ।
ସିଂହ: ସରକାରୀ ପରାମର୍ଶଦାତା ହେବା ଆଶା କରାଯାଏ। ସ୍ବୀକୃତିସମ୍ପନ୍ନ ହେବେ। ସାକ୍ଷାତକାରରେ ଯୋଗ ଦେବା ପାଇଁ ଯୁବବର୍ଗ ସାଧାରଣ ଜ୍ଞାନ ପୁସ୍ତକ ଅଧ୍ୟୟନରେ ମନୋନିବେଶ କରିବେ। ସୁସ୍ଥ ଜୀବନ ବିତାଇବେ।
କନ୍ୟା :କ୍ଷେତରୁ ଉତ୍ପନ୍ନ ଶସ୍ୟ ଆପଣଙ୍କ ଆର୍ଥିକ ସ୍ଥିତିକୁ ଉନ୍ନତମାନର କରିପାରେ। ଯାନବାହନ ସୁଖ ମିଳିବ। ପ୍ରତ୍ୟେକ କାର୍ଯ୍ୟରେ ପତ୍ନୀ ସହଭାଗିନୀ ହେବେ। ଗୃହ ପରିବେଶ ସ୍ବାସ୍ଥ୍ୟ ଉପଯୋଗୀ ହେବ।
ତୁଳା: ବିନୀତ ସ୍ବଭାବସମ୍ପନ୍ନ ହେବେ। ସ୍ତ୍ରୀ ଧନରେ ସୁଖୀ ହେବେ। ଆର୍ଥିକ ସ୍ଥିତି ଦୃଢ଼ ହେବ। ଉପୁୁଜିଥିବା ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଆର୍ଥିକ ଅନୁଦାନ ପ୍ରାପ୍ତ ହୋଇପାରେ। ଦେବ ଦର୍ଶନ କରିପାରନ୍ତି।
ବିଛା: କର୍ମକ୍ଷେତ୍ରରେ ନିଷ୍ଠା ଓ ବ୍ୟବସାୟରେ ଶୁଦ୍ଧତା ଆପଣଙ୍କୁ ଧନବାନ୍‌ କରିପାରେ। ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହେବେ। କର୍ମଚଞ୍ଚଳ ରହିବେ। ବହୁ ମୂଲ୍ୟବାନ୍‌ ଦରକାରୀ ଦ୍ରବ୍ୟ ଲାଭର ସୂଚନା ମିଳୁଛି।
ଧନୁ: ରଣ କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। କ୍ଷମାସାଗର ହୋଇପାରନ୍ତି। ଆୟ ଊଣା ହେବ ନାହିଁ। ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍‌ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ।
ମକର: ଏକାନ୍ତ ସାଧନା ଫଳବତୀ ହେବ। ପରିଶ୍ରମ ବୃଥା ହେବାର ଅଶୁଭ ସୂଚନା ମିଳୁଛି। ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। ସାହସୀ ହୋଇପାରନ୍ତି। ବନ୍ଧୁ ବିରୋଧର ସମ୍ମୁଖୀନ ହେବେ।
କୁମ୍ଭ : ନାନାବିଧ ସମ୍ମାନର ଅଧିକାରୀ ହେବେ। ପରୋପକାର କରି ସୁଖ ଅନୁଭବ କରିବେ। ବିଭୁ କରୁଣାରୁ ସଂଶୟ ମୋଚନ ହେବ। ସରକାରୀ ସ୍ତରରୁ ସମ୍ମାନ ସହ ଧନ ପ୍ରାପ୍ତିର ସୂଚନା ମିଳୁଛି। କର୍ମକୁଶଳୀ ହେବେ।
ମୀନ: ଜଣେ ବିଜ୍ଞ ବ୍ୟକ୍ତିଭାବେ କ୍ଷମାଶୀଳ ହେବେ। ଜନସାଧାରଣଙ୍କ ପ୍ରିୟପାତ୍ର ହେବେ। ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହେବେ। ଧନଶାଳୀ ହୋଇପାରନ୍ତି। ସରକାରୀ ଅର୍ଥ ମିଳିପାରେ। ଗୁଣଜ୍ଞ ହେବେ। କୀର୍ତ୍ତିମାନ ହେବେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories