କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ: ଗୁରୁବାର ରାଶିଫଳ

ମେଷ: ଶକ୍ତିମାନ ହେବେ। ଐଶ୍ବର୍ଯ୍ୟଯୁକ୍ତ ହୋଇପାରନ୍ତି। ସଂଗ୍ରାମୀ ମନୋବୃତ୍ତିର ହେବେ। ବିଭିନ୍ନ ସ୍ତରରୁ ଧନାଗମ ହେବ। ମାଲିମୋକଦ୍ଦମାରେ ବିଜୟୀ ହେବେ। ସୁସ୍ଥ ଓ ନିରାମୟ ହେବେ। ଆହାର ପୋଷିତ ହେବ।
ବୃଷ: ଏକାନ୍ତ ସାଧନା ଫଳବତୀ ହେବ। କର୍ମଚଞ୍ଚଳ ରହିବେ। ମଧୁର କଥାରେ ପରକୁ ଆପଣାର କରିପାରନ୍ତି। ସାହସ ସଞ୍ଚୟ କରି ବିପଦପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବେ। ଗୁପ୍ତ ବିଦ୍ୟାରେ ରୁଚି ରହିବ।
ମିଥୁନ: ଆୟୁଷ୍ମାନ୍‌ ହେବେ। ଯଶସ୍ବୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
କର୍କଟ: ମନ ପ୍ରସନ୍ନ ରହିବ। କୁଳ ପ୍ରଦୀପ ହେବେ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହୋଇପାରନ୍ତି। ବ୍ୟବସାୟ ଲାଭପ୍ରଦ ହେବ। ଯଶସ୍ବୀ ହେବେ। ପାରିବାରିକ ସ୍ନେହ ମମତାରେ ଘରକୁ ବୈକୁଣ୍ଠତୁଲ୍ୟ କରିବେ।
ସିଂହ: ଭାଗ୍ୟଶାଳୀ ହେବେ। ଭୋଗୀ ଓ ବିଳାସୀ ହୋଇପାରନ୍ତି। ସୁଖସମୃଦ୍ଧି ପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପ୍ରବଳ ଉଦ୍ୟୋଗୀ ଦେବେ।
କନ୍ୟା:ପ୍ରତିହିଂସା ପରାୟଣ ହୋଇପାରନ୍ତି। କଥାବାର୍ତ୍ତାବେଳେ ଅନ୍ୟମନସ୍କ ହୋଇପାରନ୍ତି। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟରୁ ଲାଭବାନ୍‌ ହେବେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ।
ତୁଳା: ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ସେବକ ମନୋଭାବର ହୋଇଥିବାରୁ ଜନସାଧାରଣଙ୍କ ଆଦରଣୀୟ ହେବେ। ବ୍ୟବସାୟ ଲାଭପ୍ରଦ ହେବ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ।
ବିଛା: ଆୟର ସ୍ବଳ୍ପତା ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି। ଭାଇମାନଙ୍କ ପ୍ରତି ଶ୍ରଦ୍ଧାଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଚତୁର ଓ ଶତ୍ରହନ୍ତା ହୋଇପାରନ୍ତି। ଚାକିରିରେ ସୁନାମ ଅର୍ଜନ କରିବେ।
ଧନୁ: କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ପତ୍ନୀ ପ୍ରେରଣାଦାୟୀ ହେବେ।
ମକର: ଉଦାର ସ୍ବଭାବସମ୍ପନ୍ନ ହେବେ। ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ସୁସ୍ଥ ରହିବେ। କୃଷି କର୍ମକାରୀ ହୋଇପାରନ୍ତି। ଜଳଯାତ୍ରାରେ ବିପଦ ରହିଛି। ଯାନବାହନ ସୁଖ ମିଳିବ।
କୁମ୍ଭ:ମନ ପ୍ରସନ୍ନ ରହିବ। ଆତ୍ମ ବିଶ୍ବାସୀ ହେବେ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ୍ତ ହେବ। ପ୍ରେମୀ ଓ ସାହସୀ ହେବେ। ଅନୁଜଙ୍କଠାରୁ ଆଦର ସମ୍ମାନ ମିଳିବ। ଧାର୍ମିକ, ବନ୍ଧୁପ୍ରେମୀ ହେବେ।
ମୀନ: ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମିତ୍ର ଶୁଭାଧ୍ୟାୟୀ ହେବେ।

Comments are closed.