ଟ୍ବିନ୍ ସିଟିରେ ଘନ କୁହୁଡି: ଯାତାୟାତ ବାଧାପ୍ରାପ୍ତ
ଭୁବନେଶ୍ବର : ଫେବୃଆରୀରୁ ବଢ଼ିଲାଣି ରାଜ୍ୟରେ ଅନେକ ସ୍ଥାନରେ ତାପମାତ୍ରା। ସେମିଳିଗୁଡ଼ା ବ୍ୟତୀତ ରାଜ୍ୟର ସମସ୍ତ ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ଉପରେ ରହିଥିବାବେଳେ ଦିନ ତାପମାତ୍ରା ମଧ୍ୟ ୧୧ଟି ସ୍ଥାନରେ ୩୩ ଡିଗ୍ରୀ କିମ୍ବା ତା’ଉପରେ ରହିଛି। ଭବାନୀପାଟଣା ଓ ଟିଟଲାଗଡ଼ର ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀ ଛୁଇଁଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନାନୁସାରେ ଆସନ୍ତା ୪-୫ ଦିନ ଯାଏଁ ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଘଟିବ ନାହିଁ। ଗତକାଲି କୋରାପୁଟରେ ୧୧.୬ ଡିଗ୍ରୀ, ଅନୁଗୋଳରେ ୧୪ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୧୪.୫ ଡିଗ୍ରୀ, ଭୁବନେଶ୍ବରରେ ୧୯.୯ ଏବଂ କଟକ ୧୯.୫ ଡିଗ୍ରୀ ରେକର୍ଡ଼ ହୋଇଛି। ପାରଳାଖେମୁଣ୍ଡି ଓ ମାଲକାନଗିରିରେ ଦିନରେ ୩୪ ଡିଗ୍ରୀ ଲେଖାଏଁ, ଭୁବନେଶ୍ବରରେ ୩୩ ଡିଗ୍ରୀ ଏବଂ କଟକରେ ୩୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି। ସେପଟେ କଟକ ଓ ଭୁବନେଶ୍ବରରେ ଘନ କୁହୁଡି ଦୃଶ୍ୟମାନ ହୋଇଛି। ପ୍ରବଳ କୁହୁଡି ଯୋଗୁଁ ଯାତାୟାତରେ ବାଧା ଉପୁଜିଛି। ଗୁୁରୁବାର ଉତ୍ତର ଓଡ଼ିଶା, ନୂଆପଡ଼ା, ବଲାଙ୍ଗୀର, ସୁବର୍ଣ୍ଣପୁର ଓ ବୌଦ୍ଧରେ ହାଲୁକା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।
Comments are closed.