www.samajalive.in
Saturday, December 6, 2025
14.1 C
Bhubaneswar

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍ : ଡ୍ରାଇଭର ମୃତ

ଆଠଗଡ: ଆଠଗଡ ନୂଆ ଆଙ୍କୁଲା ଛକ ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ଟ୍ରକ୍ ରାସ୍ତାକଡକୁ ଓଲଟିପଡିଛି। ଫଳରେ ଘଟଣାସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି । ଏଥିରେ ଗୁରୁତର ହୋଇଥିବା ହେଲପରଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ସୂଚନା ମୂତାବକ ଟ୍ରକଟି ପାରାଦୀପରୁ କୋଇଲା ନେଇ ଟାଙ୍ଗୀ ଚୌଦ୍ବାରରେ ଖଲାସ କରି ଲୁହାପଥର ନେଇ ଢେଙ୍କାନାଳ ଯିବା କଥା । କିନ୍ତୁ ମାଲିକଙ୍କ ଅଗୋଚରରେ ଚାଳକ ଜଣକ ଗାଡିରେ ଚୂନ ପଥର ବୋଝେଇ କରି ନରସିଂହପୁର ଆଡକୁ ଯାଉଥିବାବେଳେ ଆଙ୍କୁଲା ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଦୁର୍ଘଟଣାରେ ଡ୍ରାଇଭର ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ହେଲପର ଜଣକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା। ପରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories