ଆଠଗଡରେ ଓଡିଶା ବନ୍ଦ ଶାନ୍ତିପୂର୍ଣ୍ଣ ଓ ସଫଳ

ଆଠଗଡ: ଆଠଗଡ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ କଖଡି ଗ୍ରାମର ଝିଅ ରୁଚିକା ମହାନ୍ତି ବିଜେବି କଲେଜରେ ଅଧ୍ୟୟନ କରିବା ସମୟରେ ରହୁଥିବା କଲେଜର ଛାତ୍ରାବାସରେ ର୍ୟାଗିଂର ଶିକାର ହୋଇ ଆତ୍ମହତ୍ୟା କରିଥିଲେ। ତାଙ୍କର ଆତ୍ମହତ୍ୟାର କାରଣ ସାଜିଥିବା ବରିଷ୍ଠ ଶ୍ରେଣୀର ୩ଜଣ ଛାତ୍ରୀଙ୍କୁ ଚିହ୍ନଟ କରି ରୁଚିକାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଓଡିଶା ନବ ନିର୍ମାଣ କୃଷକ ସେନା ୧୯ତାରିଖ (ମଙ୍ଗଳବାର) ୧୨ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଥିଲେ। ଏହି ଓଡିଶା ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ ଓ ଅନ୍ୟ କେତେକ ରାଜନୈତିକ ଦଳ ସମର୍ଥନ କରିଥିଲେ। ଏହି ପରୀପ୍ରେକ୍ଷୀରେ ମଙ୍ଗଳବାର ଆଠଗଡରେ ଓଡିଶା ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। କଂଗ୍ରେସ ଦଳୀୟ ନେତାମାନେ ସହରର ଚାନ୍ଦବାଲିଛକଠାରେ ୬୫ନଂ ରାଜ୍ୟ ରାଜପଥକୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବାରୁ ଉଭୟପାର୍ଶ୍ବରେ ଶହ ଶହ ଗାଡିମଟର ଅଟକି ରହିଥିଲା।

 

prayash

ସେହିପରି କଂଗ୍ରେସ ନେତା ଓ କର୍ମୀ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ସମ୍ମୁଖରେ ପିକେଟିଂ କରିବାରୁ ସେ ସବୁ ଅନୁଷ୍ଠାନ ବନ୍ଦ ହୋଇଯାଇଥିଲା। ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଗୁଡିକ ବସ୍ତୁତଃ ସଂପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା। ଗତକାଲି କଂଗ୍ରେସ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଦୋକାନ ବଜାର ଓ ଗାଡିମଟର ବନ୍ଦ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା। ଆଠଗଡ ସହରର ସମସ୍ତ ମୁଖ୍ୟବଜାର, ଏପରିକି ସାହିବସ୍ତିରେ ଥିବା ଛୋଟମୋଟ ଦୋକାନ ମଧ୍ୟ ସଂପୂର୍ଣ୍ଣ ବନ୍ଦ ରହିଥିଲା। ଆଠଗଡ ମାଟିର ଝିଅ ରୁଚିକାକୁ ନ୍ୟାୟ ପ୍ରଦାନ ଲାଗି ଏହି ବନ୍ଦ ସ୍ୱତଃସ୍ପୃତ ଥିବା ପରି ମନେ ହେଉଥିଲା।

କୌଣସି ଅପ୍ରିତିକର ପରିସ୍ଥିତିକୁ ମୁକାବିଲା ପାଇଁ ଆଠଗଡ ଉପଖଣ୍ଡ ପୁଲିସ ଅଧିକାରୀ ବିଜୟ କୁମାର ବିଶି ଓ ଥାନାର ଭାରପ୍ରାପ୍ତ ନିରୀକ୍ଷକ ବାମଦେବ ସ୍ୱାଇଁଙ୍କ ନେତୃତ୍ୱରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଥିଲେ ମଧ୍ୟ ଏହି ଓଡିଶା ବନ୍ଦ ଆଠଗଡରେ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଓ ସଫଳ ହୋଇଥିଲା। ଆଠଗଡ ନଗର କଂଗ୍ରେସ ସଭାପତି ସୋମନାଥ ଭକ୍ତା, ବ୍ଲକ କଂଗ୍ରେସ ସଭାପତି ସୁଦର୍ଶନ ସାହୁ, ୩ନଂ ୱାର୍ଡ ପାରିଷଦ ତଥା ଜିଲା ଯୁବ କଂଗ୍ରେସ ଉପସଭାପତି ମନୋରଞ୍ଜନ ପଟ୍ଟନାୟକ, ଆଠଗଡ ଯୁବକଂଗ୍ରେସ ସଭାପତି ବିକ୍ରମ ରାୟସାମନ୍ତଙ୍କ ନେତୃତ୍ୱରେ ବହୁ କଂଗ୍ରେସ ଦଳୀୟ ନେତା ଓ କର୍ମୀ ଏହି ବନ୍ଦକୁ ସଫଳ କରିଥିଲେ।

kalyan agarbati

Comments are closed.