ଆଜି ବି ସରଗରମ ରହିବ ବିଧାନସଭା !
ଭୁବନେଶ୍ଵର: ଆଜି ବି ବେଶ୍ ସରଗରମ ରହିବ ବିଧାନସଭା। ଆଜି ପଞ୍ଚାୟତିରାଜ, ପାନୀୟ ଜଳ , ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ , ଗ୍ରାମ୍ୟ ଉନ୍ନୟନ , ସରକାରୀ ଉଦ୍ୟୋଗ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରଶ୍ନକାଳ ରହିଛି। ଶୂନ୍ୟକାଳରେ ଆଳୁ ସଙ୍କଟ ଓ ଦରଦାମ୍ ବୃଦ୍ଧି, ଓଡିଶା ରେଳ ଡିଭିଜନକୁ ଅଣଦେଖା ଏବଂ ପୋଲାଭରମ ଆଦି ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଘେରିବେ ବିରୋଧୀ। କଂଗ୍ରେସ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯିବ। ସେହିପରି ୨୦୨୪-୨୫ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଉପରେ ଗୃହରେ ଆଲୋଚନା ରହିଛି। ଧାନ ମଣ୍ଡି ସମସ୍ୟା ଏବଂ ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଘେରିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରିଛି।
Comments are closed.