www.samajalive.in
Friday, December 5, 2025
20.1 C
Bhubaneswar

ଦ୍ୱିତୀୟ ସନ୍ଧ୍ୟାରେ ମନମୋହିଲା ମଣିପୁରୀ, ଓଡ଼ିଶୀ ନୃତ୍ୟ

କୋଣାର୍କ : କୋଣାର୍କ ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଶାସ୍ତ୍ରୀୟ ଓଡ଼ିଶୀ ଓ ମଣିପୁରୀ ନୃତ୍ୟରେ ଦର୍ଶକ ମନ୍ତ୍ରମୁଗ୍ଧ ହୋଇଥିଲେ। ଦ୍ୱିତୀୟ ସନ୍ଧ୍ୟାରେ ଅତିଥି ଭାବେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, ପୂର୍ବତଟ ରେଳ ମହାପ୍ରବନ୍ଧକ ପରମେଶ୍ୱର ଫଙ୍କୱାଲ, ପର୍ଯ୍ୟଟନ ବିଭାଗ ସ୍ୱତନ୍ତ୍ର ସଚିବ ବାଳମୁକୁନ୍ଦ ଭୂୟାଁ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଦ୍ୱିତୀୟ ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତିରେ ଶାସ୍ତ୍ରୀୟ ମଣିପୁରୀ ନୃତ୍ୟରେ ‘ନାଚେ ମଲେଇ’ ପ୍ରକୃତିର ଅପରୂପ ସୁଷମ ଓ ସ୍ୱର୍ଗୀୟ ପ୍ରକାଶର ବାର୍ତ୍ତା ଦେଇଥିଲା ନୃତ୍ୟ ସଂରଚନା। ଈଶ୍ୱରଙ୍କ ଆରାଧନା ସହ ପ୍ରେମ, ଭକ୍ତି, ସାହସ ତ୍ୟାଗ ଓ ତିତିକ୍ଷାର ସଙ୍କେତକୁ ବହନ କରୁଥିବା ସୁମନର ସମର୍ପଣକୁ ନେଇ ପଞ୍ଜିକା ଅନୁଷ୍ଠାନର ଶିଳ୍ପୀଗଣ ଗୁରୁ ପ୍ରୀତି ପଟେଲଙ୍କ ସଂରଚନାକୁ ନେଇ ମଣିପୁରୀ ନୃତ୍ୟ ପରିବେଷଣ କରିଥିଲେ। ଦ୍ୱିତୀୟ ପ୍ରସ୍ତୁତିରେ ଦେଶଭକ୍ତି ବନ୍ଦେ ମାତରମ୍, ଗୁରୁ ଅଲୋକା କାନୁନଗୋଙ୍କ ଶୋଭନୀୟ ସଂରଚନାକୁ ନେଇ ସଞ୍ଜନ ନୃତ୍ୟାଳୟର ଶିଳ୍ପୀଗଣ ଶୁଦ୍ଧନୃତ୍ୟ ପଲ୍ଲବୀର ପରିବେଷଣ କରିଥିଲେ। ସନ୍ଧ୍ୟାରେ ଅନ୍ତିମ ପ୍ରସ୍ତୁତି ସୂର୍ଯ୍ୟ ଲାବଣ୍ୟମ୍, ଉଦିତ ସୂର୍ଯ୍ୟ, ମଧ୍ୟାହ୍ନସୂର୍ଯ୍ୟ, ସ୍ନାନ ସୂର୍ଯ୍ୟର ବିଶେଷତ୍ୱକୁ ନେଇ ଶିଳ୍ପୀମାନେ ନୃତ୍ୟ ପରିବେଷଣ କରିଥିଲେ। ଯାହା ଦର୍ଶକଙ୍କୁ ଭାବମୟ କରିଥିଲା। ଡ. ମୃତ୍ୟୁଞ୍ଜୟ ରଥ, ମାନସ ମିଶ୍ର କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବାବେଳେ ସଂଯୋଜିକା ଡ.ସଙ୍ଗୀତା ଗୋସ୍ୱାଇଁ, ସଙ୍ଗୀତ ନାଟକ ଏକାଡେମୀର ସଚିବ ଭାଗ୍ୟଲିପି ମଲ୍ଲଙ୍କ ସହ ପର୍ଯ୍ୟଟନ ବିଭାଗର ଅଧିକାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କୋଣାର୍କ ବାଲୁକା କଳା ଉତ୍ସବ ଦ୍ୱିତୀୟ ଦିବସରେ ବାଲୁକାଶିଳ୍ପୀମାନେ ଗୁରୁବାର ମାଣବସା, ‘ସୁଭଦ୍ରା’ ଯୋଜନାରେ ମହିଳା ସଶକ୍ତୀକରଣ ଏବଂ ଡିଜିପି ସମ୍ମିଳନୀ ସମ୍ପର୍କିତ ବାଲୁକା କଳା ପ୍ରଦର୍ଶନ କରିଥିଲେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories