ଭୁବନେଶ୍ଵର: ଆଜି ବିଧାନସଭା ଅଧିବେଶନର ଚତୁର୍ଥ ଦିନ। ଚିକିଟି ମଦ ମୃତ୍ୟୁକୁ ନେଇ ଆଜି ବି ଗୃହ ହୁଲସ୍ତୁଲ ହୋଇଛି। ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟ ଗୃହ ମଧ୍ୟରେ ହଟ୍ଟଗୋଳ କରିଛନ୍ତି। ମହିଳା ବାଚସ୍ପତିଙ୍କ ଆଗରେ ବିଜେଡି ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଛନ୍ତି। ବାଚସ୍ପତିଙ୍କ ପୋଡିୟମ୍ ଦଖଲ କରିବାକୁ ବିଜେଡି ଉଦ୍ୟମ କରିଛି। ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିଜେଡିର ଦୁଇ ଜଣ ବିରୋଧୀ ସଦସ୍ୟ ବାଚସ୍ପତିିଙ୍କ ପୋଡିୟମ ଉପରକୁ ଚଢି ଯାଇଛନ୍ତି। ସୋର ବିଧାୟକ ମାଧବ ଧଡା ଏବଂ ଦେବଗଡ ବିଧାୟକ ରୋମାଞ୍ଚ ବିଶ୍ଵାଳ ପୋଡିୟମ ଉପରକୁ ଚଢିଯାଇଥିଲେ। ଯାହାକୁ ନେଇ ବାଚସ୍ପତି ସାଢେ ୧୧ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି।
Popular Categories



