www.samajalive.in
Saturday, December 6, 2025
15.1 C
Bhubaneswar

ସିଏଓଙ୍କ ୭ ଠିକଣାରେ ଚାଲିଛି ଚଢ଼ାଉ: Z1 ଇଷ୍ଟେଟରେ ଫ୍ଲାଟ୍‌ ସମେତ ଭୁବନେଶ୍ଵରରେ ୨ଟି ଦୁଇ ମହଲା କୋଠା

ସମାଜ ଡିଜିଟାଲ ଡେସ୍କ: ଭିଜିଲାନ୍ସ ଜାଲରେ ଧରାପଡ଼ିଥିବା ଓଡ଼ିଶା ରାଜ୍ୟ ସଡ଼କ ଏବଂ ପରିବହନ ନିଗମ(ଓଏସଆରଟିସି) ମୁଖ୍ୟ ହିସାବ ଅଧିକାରୀ(ସିଏଓ) ବିଜୟ କୁମାର ମଙ୍ଗରାଜଙ୍କର ଅଚଳାଳଚ ସମ୍ପତ୍ତି ଠାବ ହୋଇଛି। ଭିଜିଲାନ୍ସ ଅଧିକାରୀମାନେ ମୋଟ ୭ଟି ଠିକଣାରେ ଚଢ଼ାଉ ଜାରି ରଖିଥିବାବେଳେ ଭୁବନେଶ୍ଵରରେ ତାଙ୍କର ଏକାଧିକ ଘର ଏବଂ ଫ୍ଲାଟ୍‌ ଥିବା ସାମ୍ନାକୁ ଆସିଛି।

ଭୁବନେଶ୍ଵର ନନ୍ଦନ ବିହାର ଅନ୍ତର୍ଗତ ନନ୍ଦନକାନନ ରାସ୍ତାରେ ଥିବା ଦାମୀ ଆପାର୍ଟମେଣ୍ଟ z1 (ଜେଡ୍‌ ଓ୍ବାନ) ଇଷ୍ଟେଟରେ ଏକ ଫ୍ଲାଟ୍ ରହିଛି। ଏହା ବ୍ୟତୀତ ରସୁଲଗଡ଼ସ୍ଥିତ ପଳାଶୁଣୀ ନିକଟ ନ୍ୟୁ କଲୋନୀରେ ୨ଟି ଦୁଇ ମହଲା କୋଠା, ବାରିପଦା ଷ୍ଟେଶନରୋଡ୍ ଢିପସାହିରେ ଘର ରହିଛି। ଏସବୁ ସ୍ଥାନ ସମେତ ଭୁବନେଶ୍ଵର ଓଏସଆରଟିସି କାର୍ଯ୍ୟାଳୟ, ଖାରବେଳଭବନରେ ଥିବା କାର୍ଯ୍ୟାଳୟ ଏବଂ ଇଡ୍‌କୋ ଟାଓ୍ବାରରେ ଥିବା କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories