ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ଆଜି ତୃତୀୟ ଦିନ । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୀରମିତ୍ରପୁରର ଦିବ୍ୟଙ୍ଗତ ବିଧାୟକ ଜର୍ଜ ତିର୍କୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଏହାକୁ ସମର୍ଥନ କରିଥିଲେ ବିରୋଧୀ ବିଜେଡିର ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମା ଏବଂ ସିପିଏମ୍ ବିଧାୟକ । ୧ ମିନିଟ୍ ନିରବ ପ୍ରାର୍ଥନା ପରେ ପ୍ରଶ୍ନକାଳ ଆରମ୍ଭ ହୋଇଥିଲା ।
ଏହାପରେ ପ୍ରଶ୍ନକାଳ ଚାଲିବା ପରେ ମାତ୍ରେ ସାର ପ୍ରସଙ୍ଗ ଉଠାଇ ନାରାବାଜି କରିଥିଲେ ବିଜେଡି ବିଧାୟକ । ରାଜ୍ୟରେ ଚାଷୀମାନେ ପର୍ଯ୍ୟପ୍ତ ପରିମାଣର ସାରୁ ପାଉନଥିବାରୁ ଏହି ପ୍ରସଙ୍ଗକୁ ଦଳ ଏଥର ମୁଦ୍ଦା କରି ରାଜ୍ୟ ସରକାରଙ୍କୁ ଘେରିଛି । ବାଚସ୍ପତିଙ୍କ ପୋଡିୟନ ସମ୍ମୁଖରେ ହଟ୍ଟଗୋଳ କରିବାକୁ ବାଚସ୍ପତି ସୁରମା ପାଢୀ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।



