www.samajalive.in
Saturday, December 6, 2025
16.1 C
Bhubaneswar

ଶନିବାର ରାଶିଫଳ : ସାବଧାନ ରୁହନ୍ତୁ ସିଂହ ରାଶି

ମେଷ: ସୁସ୍ଥ ରହିବେ। ମନ ପ୍ରସନ୍ନ ରହିବ। ଆର୍ଥିକ ଦୃଷ୍ଟିକୋଣରୁ ଫଳଦାୟକ ହେବ। ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ଚାକିରିରେ ପ୍ରଶଂସା ମିଳିବ। ବ୍ୟବସାୟ ଲାଭପ୍ରଦ ହେବ। ବିଦ୍ୟାର୍ଥୀଙ୍କୁ ଶୁଭ ଫଳ ମିଳିବ।

ବୃଷ: ଦିନଟି ଆପଣଙ୍କ ପାଇଁ ମଙ୍ଗଳକାରୀ ହେବ। ସୁସ୍ଥ ଓ ନିରାମୟ ରହିବେ। ଗୃହ ସୁଖ ଓ ଯାନବାହନ ସୁଖ ମିଳିବ। ଭାଗ୍ୟବାନ୍‌ ହେବେ। ବନ୍ଧୁପ୍ରେମୀ ଓ ନୀତିଜ୍ଞ ହେବେ। ବିଦ୍ୟାର୍ଥୀଙ୍କ ସ୍ମରଣଶକ୍ତି ପ୍ରଖର ହେବ।

- Advertisement -

ମିଥୁନ: ସୁସ୍ଥ ରହିବେ। ମନ ପ୍ରସନ୍ନ ରହିବ। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ମିଳିବ। ସାହସୀ ହେବେ। କୁଶଳତା ପୂର୍ବକ ନିଜର ଅଭିଳାଷ ପୂର୍ଣ୍ଣ କରିପାରନ୍ତି। ବାଞ୍ଛିତ କାର୍ଯ୍ୟ କରିବେ। ବିଦ୍ୟାର୍ଥୀ ଆନମନା ହେବେ।

କର୍କଟ: ବିଭିନ୍ନ ସ୍ତରରୁ ଧନାଗମ ହେବ। ସୁସ୍ଥ ରହିବେ। ବ୍ୟବସାୟରେ ବହୁ ପରିଶ୍ରମ କରି ମଧ୍ୟ ସ୍ବଳ୍ପ ଲାଭ ମିଳିବ। ପିତୃ ଭକ୍ତିଯୁକ୍ତ ହେବେ। ସତ୍ୟବାଦୀ ଓ ମିତବ୍ୟୟୀ ହୋଇପାରନ୍ତି। ଅଧ୍ୟୟନରତ ହେବେ।

ସିଂହ: ଆୟ ବ୍ୟୟ ସମାନ୍ତରାଳ ହେବ। କିଛି ଦ୍ରବ୍ୟ ହାନି ଘଟିପାରେ। ଚାକିରିରେ ସ୍ଥାନ ପରିବର୍ତ୍ତନ ହୋଇପାରେ। ସତ୍ୟବକ୍ତା ହେବେ। ଦେଶ, ବିଦେଶକୁ ସୁଖ୍ୟାତି ବ୍ୟାପିବ। ବିଦ୍ୟାର୍ଥୀଙ୍କ ଶୁଭଫଳ ଆଶା କରାଯାଏ।

କନ୍ୟା: ଶାରୀରିକ ସ୍ଥିତି ପୂର୍ବବତ୍‌ ରହିବ। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ଧନାଗମର ସୂଚନା ମିଳୁଛି। ସ୍ବଦୈନନ୍ଦିନ କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ବିଦ୍ୟାର୍ଥୀଙ୍କୁ ଧନ ପ୍ରାପ୍ତ ହୋଇପାରେ।

ତୁଳା: ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରି ପ୍ରଶଂସାର ପାତ୍ର ହେବେ। ଶାସ୍ତ୍ରଚିନ୍ତକ ହୋଇପାରନ୍ତି। ସୁସ୍ଥ ରହିବେ। ଗାୟତ୍ରୀପ୍ରିୟ,ପୁତ୍ରବାନ୍‌, ଶତ୍ରୁନାଶକ ଓ ଯଶସ୍ବୀ ହେବେ। ବିଦ୍ୟାର୍ଥୀ ଲେଖାପଢ଼ାରେ ମନ ଦେବେ।

ବିଛା: ଅଶୁଭ ଫଳ ଯଦିଓ ଅଛି; ଶୁଭଫଳ ତା’ଠାରୁ ଅଧିକ ହେବ। ବିଭିନ୍ନ ସ୍ତରରୁ ସହଯୋଗ ପାଇ କର୍ମକ୍ଷେତ୍ରରୁ ରୁଦ୍ଧିମନ୍ତ କରିପାରନ୍ତି। ମାତା, ପିତା, ଗୁରୁଜନ ଭକ୍ତ ହେବେ। ବିଦ୍ୟାର୍ଥୀଙ୍କୁ ଶୁଭଫଳ ମିଳିବ।

ଧନୁ: ଭାଗ୍ୟବାନ୍‌ ହୋଇପାରନ୍ତି। ସଦାଚାରୀ ଓ ଧାର୍ମିକ ପ୍ରବୃତ୍ତିର ହେବେ। ସୁସ୍ଥ ରହିବେ। ଧର୍ମ ମାର୍ଗରେ ମନୋନିବେଶ କରିବେ। ଦୈବୀ ଶକ୍ତିର ପୂର୍ଣ୍ଣ ସହାୟତା ପ୍ରାପ୍ତ ହେବ। ବିଦ୍ୟାର୍ଥୀ ପରିଶ୍ରମର ମୂଲ୍ୟ ମିଳିବ।

ମକର: ସୁସ୍ଥ ରହିବେ। ମନ ପ୍ରସନ୍ନ ରହିବ। ଚାକିରି କ୍ଷେତ୍ରରେ ନିଜର ସ୍ଥିତିକୁ ବଜାୟ ରଖିବେ। ବ୍ୟବସାୟରେ ବହୁ ପରିଶ୍ରମ କରି ଲାଭବାନ୍‌ ହେବେ। ଯାନବାହନ ସୁଖ ମିଳିବ। ବିଦ୍ୟାର୍ଥୀଙ୍କୁ ପ୍ରଶଂସା ମିଳିବ।

କୁମ୍ଭ: ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ। ଆର୍ଥିକ ସ୍ଥିତି ଦୁର୍ବଳ ରହିବ। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଦୂରଦର୍ଶୀ ଓ ବିବେକୀ ହେବେ। ଦୁଃଖସୁଖର ନିକିତିଧାରୀ ହେବେ। ବିଦ୍ୟାର୍ଥୀଙ୍କୁ ଶୁଭଫଳ ପ୍ରାପ୍ତ ହେବ।

ମୀନ: କୁଶଳୀ ବ୍ୟବସାୟୀ ହୋଇପାରନ୍ତି। ଶତ୍ରୁଙ୍କୁ ପରାସ୍ତକରି ଆଶ୍ବସ୍ତ ହେବେ। ବକେୟା ପ୍ରାପ୍ୟ ପାଇ ଆର୍ଥିକ ମାନଦଣ୍ଡକୁ ଉନ୍ନତମାନର କରିପାରନ୍ତି। କର୍ମକ୍ଷେତ୍ରରେ ପ୍ରଭାବୀ ହେବେ। ବିଦ୍ୟାର୍ଥୀଙ୍କ ଶୁଭଫଳ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories